ଗୁଆ ଶରୀର ପାଇଁ କ୍ଷତିକାରକ

ଜର୍ନାଲ ଅଫ୍‌ ଦ ଆମେରିକାନ୍‌ ଡେଣ୍ଟାଲ ଆସୋସିଏଶନର ରିପୋର୍ଟ ଅନୁଯାୟୀ ଗୁଆ ସ୍ବାସ୍ଥ୍ୟପକ୍ଷେ କ୍ଷତିକାରକ। ଏହାଦ୍ୱାରା ମୁଖ ଗହ୍ବର କର୍କଟ ରୋଗ ହୋଇଥାଏ। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ବି କହିଛି ଗୁଆରେ ରହିଛି କ୍ୟାନସର ସୃଷ୍ଟି କରୁଥିବା ପଦାର୍ଥ।
-କିଛିଦିନ ଧରି ଲଗାତାର କୁଆ ଖାଇଲେ ଏହା ପାଟିରେ ଷ୍ଟିଫନେସ୍‌ ବୃଦ୍ଧି କରିବା ସହ ମାଢିର କାର୍ଯ୍ୟକ୍ଷମତାକୁ କମାଇ ଦେଇଥାଏ।
-ଏହାକୁ ବାରମ୍ବାର ଚୋପାଇ ଖାଇଲେ ପାଟି ଦୁର୍ଗନ୍ଧ ହେବା ସହ ଏହା ଦାନ୍ତକୁ ଗାଢ ଲାଲ୍‌ ବା କଳାରଙ୍ଗ କରି ଦେଇଥାଏ।
-ଆମେରିକାନ୍‌ ସୋସାଇଟି ଫର୍‌ କ୍ଲିନିକାଲ ନ୍ୟୁଟେଶନର ସୂଚନା ଅନୁଯାୟୀ, ଗୁଆ ହୃଦରୋଗ ଓ ମେଦବହୁଳତା ଭଳି ସମସ୍ୟାକୁ ବଢାଇ ଦେଇଥାଏ।