Categories: ଜାତୀୟ

ଗିରଫ ହେଲେ ଅବଦୁଲ୍ଲାଙ୍କ ଭଉଣୀ

ଜମ୍ମୁ,୧୫।୧୦: ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ ହେବାକୁ ପ୍ରାୟ ୭୦ ଦିନ ପୂରି ଗଲାଣି। ଏହାପରେ ମଙ୍ଗଳବାର ଶ୍ରୀଗନରରେ ସିଲିଭ ସୋସାଇଟି ଦ୍ୱାରା ବିରୋଧ ପ୍ରଦର୍ଶନ କରାଯାଇଥିଲା। ଲାଲ ଚୌକ ନିକଟରେ କେତେଜଣ ମହିଳା ଅନୁଚ୍ଛେଦ ୩୭୦ର ଉଚ୍ଛେଦକୁ ବିରୋଧ କରିଥିଲେ। ଏହି ବିରୋଧ ପ୍ରଦର୍ଶନରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କ ଭଉଣୀ ସୁରୟା ଓ ଝିଅ ସଫିୟା ମଧ୍ୟ ସାମିଲ ହୋଇଥିଲେ। ତେବେ ବିରୋଧ କରୁଥିବା ମହିଳାଙ୍କ ସହ ସୁରୟା ଓ ସଫିୟାଙ୍କୁ ମଧ୍ୟ ପୋଲିସ ଗିରଫ କରିଥିବା ସୂଚନା ମିଳିଛି।

Share