ଗାର୍ଡେନିଂରେ ବିତୁଛି ସମୟ

ଏବେ ସମଗ୍ର ବିଶ୍ୱ କରୋନା କବଳିତ। ଏଥିରୁ ନିଜକୁ ରକ୍ଷା କରିବା ପାଇଁ ଆମ ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଫଳରେ ସମସ୍ତେ ଘରେ ହିଁ ରହୁଛନ୍ତି। ଅତି ଆବଶ୍ୟକ ପଡିଲେ ବାହାରକୁ ବାହାରୁଛନ୍ତି। ଆଉ ସେଥିରୁ ବଲିଉଡ୍‌ କଳାକାର ବାଦ୍‌ ପଡିବେ ବା କିପରି ? ତେବେ ଏହି ଲିଜର ସମୟରେ କରୀନା କ’ଣ କରୁଛନ୍ତି। ଘରେ ପରିବାର ସହ ଟାଇମ ପାସ କରୁଛନ୍ତି। ତା’ ସହ ପୁଅ ତୈମୁରକୁ ଅଧିକ ସମୟ ଦେଉଛନ୍ତି। ଏହା ଭିତରେ ତାଙ୍କର ଆଉ ଏକ ଅଭ୍ୟାସକୁ ସେ ଭୁଲି ନାହାନ୍ତି। ଘରେ ଥିଲେ ସେ ନିଜକୁ କିଛି ସମୟ ଗାର୍ଡେନିଂରେ ନିୟୋଜିତ ରଖିଥାଆନ୍ତି। ତେଣୁ ସେ ଲଗାଇଥିବା ଫୁଲଗଛର ଯତ୍ନ ନେଉଛନ୍ତି। ଅନ୍ୟପକ୍ଷରେ ଶୁଟିଂ ସମୟରେ ନିଜର ଫଟୋଗୁଡିକୁ ସୋସିଆଲ ମିଡିଆରେ ଅପଲୋଡ୍‌ କରୁଛନ୍ତି।

Share