Categories: ଜାତୀୟ

ଗାର୍ଗି କଲେଜ ଘଟଣାକୁ ନିନ୍ଦା କଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୧୦।୨: ଆମ ଆଦମୀ ପାଟି(ଏଏପି) ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ସୋମବାର ଟୁଇଟ୍‌ କରି ଗାର୍ଗି କଲେଜରେ ଛାତ୍ରୀଙ୍କୁ କରାଯାଇଥିବା ଦୁର୍ବବ୍ୟହାର ଘଟଣାର ନିନ୍ଦା କରିଛନ୍ତି। ଏହାସହ ଦୋଷୀଙ୍କୁ କଠୋର ଦଣ୍ଡ ଦିଆଯିବା ସହ ଛାତ୍ରୀମାନଙ୍କୁ ସୁରକ୍ଷା ଯୋଗାଇ ଦେବାକୁ କହିଛନ୍ତି। ଏହି ଘଟଣାକୁ ସେ ଦୁଃଖଦ ଓ ନିରାଶାଜନକ ବୋଲି କହିଛନ୍ତି। ସୂଚନାଯୋଗ୍ୟ, ଗାର୍ଗି କଲେଜରେ ବାର୍ଷିକୋତ୍ସବ ଚାଲିଥିବା ସମୟରେ କିଛି ବ୍ୟକ୍ତି ମଦ୍ୟପାନ କରି କଲେଜ ଭିତରେ ପ୍ରବେଶ କରିବା ସହ ଛାତ୍ରୀମାନଙ୍କୁ ଅଶ୍ଳୀଳ ବ୍ୟବହାର କରିବା ସହ ମାରପିଟ କରିଥିଲେ ବୋଲି ଅଭିଯୋଗ ହୋଇଥିଲା।

Share