Posted inଖେଳ

ଗାବା ଟେଷ୍ଟ ପାକିସ୍ତାନ ୨୪୦ରେ ଅଲ୍‌ଆଉଟ୍‌

ବ୍ରିସବେନ୍‌, ୨୧।୧୧ (ଏଏଫ୍‌ପି)- ଭ୍ରମଣକାରୀ ପାକିସ୍ତାନ ବିପକ୍ଷରେ ଗୁରୁବାରଠାରୁ ଆରମ୍ଭ ହୋଇଥିବା ପ୍ରଥମ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଦିନର ସମ୍ମାନ ଅଷ୍ଟ୍ରେଲିଆ ହାତେଇ ନେଇଛି। ଟସ୍‌ ଜିତି ବ୍ୟାଟିଂ କରିଥିବା ପାକିସ୍ତାନ ମିଚେଲ ଷ୍ଟାର୍କଙ୍କ ବୋଲିଂକୁ ସାମ୍ନା କରି ନ ପାରି ପ୍ରଥମ ଇନିଂସରେ ୨୪୦ ରନରେ ଅଲ୍‌ଆଉଟ୍‌ ହୋଇଯାଇଛି।
ଗ୍ରାଉଣ୍ଡରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଟସ୍‌ ଜିତି ପାକିସ୍ତାନ ଅଧିନାୟକ ଆଝାର ଅଲି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ପ୍ରଥମ ଉଇକେଟ୍‌ରେ ଶାନ୍‌ ମାସୁଦ (୨୭ ରନ) ଓ ଆଝାର (୩୯) ୭୫ ରନ ଭାଗୀଦାରି କରିଥିଲେ। ତେବେ ୩ଟି ବଲ୍‌ ଅନ୍ତରରେ ଏହି ଦୁଇ ବ୍ୟାଟ୍ସମ୍ୟାନ ଆଉଟ୍‌ ହେବା ପରେ ପାକିସ୍ତାନ ଦଳର ବିପର୍ଯ୍ୟୟ ଆରମ୍ଭ ହୋଇଯାଇଥିଲା। ଏହାପରେ ଅଭିଜ୍ଞ ବାବର ଆଜମ (୧), ହାରିସ ସୋହେଲ (୧) ଓ ଇଫ୍‌ତିକାର ଅହମ୍ମଦ (୭) ମଧ୍ୟ ଶସ୍ତାରେ ଆଉଟ୍‌ ହୋଇଥିଲେ। ଏକଦା ୭୫ ରନରେ କୌଣସି ଉଇକେଟ୍‌ ହରାଇ ନ ଥିବା ପାକିସ୍ତାନ ୭୮ ରନରେ ୪ ଓ ୯୪ରେ ୫ ଜଣ ବ୍ୟାଟ୍ସମ୍ୟାନ ପ୍ୟାଭିଲିୟନ ଫେରିଥିଲେ। ତେବେ ମଧ୍ୟକ୍ରମରେ ଆସଦ୍‌ ସଫିକ (୭୬ ରନ) ଏବଂ ଅନ୍ତିମ ଭାଗରେ ଉଇକେଟ୍‌କିପର ମହମ୍ମଦ ରିଜଓ୍ବାନ (୩୭) ଓ ୟାସିର ଶାହ (୨୬)ଙ୍କ ଉପଯୋଗୀ ବ୍ୟାଟିଂ ଯୋଗୁ ପାକିସ୍ତାନ ୨୦୦ ରନ ଅତିକ୍ରମ କରିପାରିଥିଲା। ୮୬.୨ ଓଭରରେ ଦଳ ୨୪୦ ରନରେ ସୀମିତ ରହିଥିଲା। ଘରୋଇ ଦଳ ପକ୍ଷରୁ ୩ ଦ୍ରୁତ ବୋଲର ଷ୍ଟାର୍କ (୪/୫୨), ଜୋଶ ହାଜେଲଉଡ୍‌ (୨/୪୬) ଓ ପ୍ୟାଟ୍‌ କୁମିନ୍ସ (୩/୬୦) ମିଳିତଭାବେ ୯ ଉଇକେଟ୍‌ ଅକ୍ତିଆର କରିଥିଲେ। ସ୍ପିନର ନାଥନ ଲିୟନଙ୍କୁ ଗୋଟିଏ ସଫଳତା ମିଳିଥିଲା। ଶୁକ୍ରବାର ଅଷ୍ଟ୍ରେଲିଆ ଏହାର ପ୍ରଥମ ଇନିଂସ ଆରମ୍ଭ କରିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇସିସି ପ୍ଲେୟର ଅଫ୍‌ ଦି ଇୟର: ସଂକ୍ଷିପ୍ତ ତାଲିକାରେ ଭାରତର ଏହି ଦୁଇ ଖେଳାଳି

ଦୁବାଇ,୬ା୪: ମାର୍ଚ୍ଚ ମାସର ଆଇସିସି ପ୍ଲେୟର ଅଫ୍‌ ଦି ମନ୍ଥ୍‌ ପୁରସ୍କାର ପାଇଁ ପ୍ରସ୍ତୁତ ସଂକ୍ଷିପ୍ତ ତାଲିକାରେ ଭାରତ ଓପନର ସଞ୍ଜୁ ସାମ୍‌ସନ ଏବଂ ପେସ୍‌ ବୋଲର…

IPL 2026: ପଏଣ୍ଟ ଟେବୁଲ ଶୀର୍ଷରେ ଆରସିବି

ବେଙ୍ଗାଲୁରୁ, ୬।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ରବିବାର ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ୪୩ ରନରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଛି। ଅନ୍ୟପକ୍ଷେ କ୍ରମାଗତ…

IPL ଚାଲିଥିବା ସମୟରେ ଅମ୍ପାୟରଙ୍କୁ ହତ୍ୟା: ଛାତିରେ ଛୁରି ଭୁସି..

ଅମରାବତି,୬।୪: ଆଜିକାଲି ଦେଶରେ IPL 2026ର ରୋମାଞ୍ଚ ଦେଖିବାକୁ ମିଳୁଛି। ଏହି ସମୟରେ ଆନ୍ଧ୍ର ପ୍ରଦେଶରୁ ଜଣେ କ୍ରିକେଟ ଅମ୍ପାୟାରଙ୍କ ହତ୍ୟା ସହିତ ଜଡିତ ଏକ ଅଭାବନୀୟ…

୨ ଭାରତୀୟ ଖେଳାଳିଙ୍କ ମଧ୍ୟରେ ଯୁଦ୍ଧ ସୃଷ୍ଟି କଲା ICC, ବୁମ୍‌ରାଙ୍କୁ ଚ୍ୟାଲେଞ୍ଜ କଲେ ଟିମ ଇଣ୍ଡିଆର ଏହି ଖେଳାଳି!

ନୂଆଦିଲ୍ଲୀ,୬।୪: ମାର୍ଚ୍ଚ ମାସ ପାଇଁ ପ୍ଲେୟାର ଅଫ ଦ ମନ୍ଥ ପାଇଁ ଆଇସିସି ମନୋନୀତ ବ୍ୟକ୍ତିଙ୍କ ନାମ ଘୋଷଣା କରିଛି। ସବୁଦିନ ପରି, ଆଇସିସି ଏହି ପୁରସ୍କାର…

ଧମାକାଦାର ଇନିଂସ ସହିତ ରେକର୍ଡ କଲେ ସରଫରାଜ

ନୂଆଦିଲ୍ଲୀ,୬।୪: ଇଣ୍ଡିଆନ ପ୍ରିମିୟର ଲିଗ ର 2026 ସଂସ୍କରଣରେ, ଚେନ୍ନାଇ ସୁପର କିଙ୍ଗସ ଲଗାତାର ତିନୋଟି ପରାଜୟ ବରଣ କରିଛି। ଏମ. ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯାଇଥିବା ଏକ…

‘ପରାଜୟ ପାଇଁ ମୁଁ ଦାୟୀ…’, କାହିଁକି ଏମିତି କହିଲେ ଋତୁରାଜ? ଯଦି ମୁଁ ରନ୍‌ କରିଥାଆନ୍ତି…

ନୂଆଦିଲ୍ଲୀ,୬।୪: ଚେନ୍ନାଇ ସୁପର କିଙ୍ଗ୍ସର ଲଗାତାର ତୃତୀୟ ପରାଜୟରେ ଋତୁରାଜ ଗାୟକୱାଡ ନିରାଶ ହୋଇଛନ୍ତି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ସେମାନଙ୍କ ଉପରେ ଏହି ତୃତୀୟ କ୍ରମାଗତ ପରାଜୟ…

IPLରେ ଇତିହାସ ରଚିଲେ ମହମ୍ମଦ ଶାମି, ୪ ଓଭରରେ…

ନୂଆଦିଲ୍ଲୀ,୫।୪: ମହମ୍ମଦ ଶାମି ୨୦୨୬ IPL ସିଜିନରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ପାଇଁ ଖେଳୁଛନ୍ତି। ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟର ୧୦ମ ଲିଗ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ…

Shubman Gillଙ୍କୁ ନେଇ ଆସିଲା ବଡ଼ ଅପଡେଟ, ଜାଣନ୍ତୁ କ’ଣ କହିଲେ କୋଚ

ନୂଆଦିଲ୍ଲୀ,୫।୪: ଶୁବମନ ଗିଲ ଶନିବାର ଅହମଦାବାଦରେ ଗୁଜରାଟ ଟାଇଟାନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଅନୁଷ୍ଠିତ ଆଇପିଏଲ ୨୦୨୬ର ୯ମ ମ୍ୟାଚ ଖେଳିପାରି ନଥିଲେ। ତାଙ୍କ ଅନୁପସ୍ଥିତିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri