ଗାନ୍ଧୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣୀତ ହେବାକୁ ଆହ୍ବାନ

ତିହିଡ଼ି,୨।୧୦(ଡି.ଏନ୍‌.ଏ.) : ଭଦ୍ରକ ଜିଲା ତିହିଡି ବ୍ଲକର କଳିଙ୍ଗ କଳାକାର ସଂଘ ପକ୍ଷରୁ ବୁଧବାର ପୂର୍ବାହ୍ନରେ ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ସମାରୋହ ଅନୁଷ୍ଠିତ ହୋଇଯାଇଛି। ତିହିଡିସ୍ଥିତ କଲ୍ୟାଣମଣ୍ତପରେ ଏହି ଉପଲକ୍ଷେ ଆୟୋଜିତ ସଭାରେ ସଂଘର ସଭାପତି ବିଭୂତି ଭୂଷଣ ଗ୍ରହାଚାର୍ଯ୍ୟ ପୌରୋହିତ୍ୟ କରିଥିଲେ। ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ବିଦ୍ୟୁତଲତା ନାୟକ, ସମ୍ମାନିତ ଅତିଥି ଡ.ଲକ୍ଷ୍ମୀଧର ତ୍ରିପାଠୀ,ଅଧ୍ୟାପକ ବିଶ୍ୱରଞ୍ଜନ ଦାସ,ସାମାଜିକ କର୍ମୀ ସଚିକାନ୍ତ ନାୟକ,ରାମନାରାୟଣ ନାୟକ, କବି ସଞ୍ଜୀବ ବଳ,ପାଲାଗାୟକ ଯୋଗ ଦେଇ ଗାନ୍ଧୀଙ୍କ ନୀତି ଆଦର୍ଶରେ ସମସ୍ତେ ଅନୁପ୍ରାଣୀତ ହେବାକୁ ଆହ୍ବାନ ଦେଇଛନ୍ତି।