ଗାଧୋଇବା ସମୟରେ କରୁଛନ୍ତି କି ଏସବୁ ଭୁଲ

ଦିନତମାମ କାର୍ଯ୍ୟବ୍ୟସ୍ତତା ଯୋଗୁ ଥକ୍କାପଣ ଓ ଦେହରେ ଜମା ହୋଇଥିବା ମଇଳାରୁ ମୁକ୍ତି ପାଇବା ଲାଗି ଗାଧୋଇବା ନିତାନ୍ତ ଜରୁରୀ। ତେବେ କିଛି ଲୋକ ଗାଧୋଇବା ଲାଗି ଗରମ ପାଣି ବ୍ୟବହାର କରୁଥିବା ବେଳେ କେହି କେହି ଏଥିଲାଗି ଥଣ୍ଡା ପାଣି ଠିକ୍‌ ଭାବିଥାନ୍ତି। ତେବେ ଗାଧୋଇବା ସମୟରେ ଅନେକ ଭୁଲ ପାଇଁ ଚର୍ମ ନଷ୍ଟ ହୋଇଥାଏ। ତେବେ ଜାଣନ୍ତୁ ସେ ସମ୍ପର୍କରେ।

କେଶକୁ ରଗଡ଼ନ୍ତୁ ନାହିଁ
କେଶ ସଫା ସମୟରେ ଅନେକେ ହାତରେ ମୁଣ୍ଡକୁ ରଗଡ଼ି ସଫା କରିଥାନ୍ତି। ଏପରି କରିବା ଫଳରେ କେଶ ନଷ୍ଟ ହୋଇଥାଏ।

ବହୁତ ସମୟ ଗାଧୋଇବା
ଗରମ ପାଣିରେ ଗାଧୋଇବା ଦ୍ୱାରା ଶରୀରର ଥକ୍କାପଣକୁ ଦୂର କରିଥାଏ। ମାତ୍ର ଅନେକ ଲୋକ ଗରମ ପାଣିରେ ଅଧିକ ସମୟ ଗାଧୋଇଥାନ୍ତି। ଯେଉଁଥିପାଇଁ ସେମାନଙ୍କର ଚର୍ମର ଆର୍ଦ୍ରତା ନଷ୍ଟ ହୋଇଯାଏ। ଦୀର୍ଘ ସମୟ ଧରି ଗରମ ପାଣି ବ୍ୟବହାର କରିବା ଦ୍ୱାରା କେଶ ଏହାର ପ୍ରାକୃତିକ ତେଲ ହରାଇଥାଏ।

ଠିକ୍‌ ସାବୁନ ବ୍ୟବହାର
ଗାଧୋଇବା ସମୟରେ ଯଦି ଆପଣ ସାବୁନ ବ୍ୟବହାର କରୁଛନ୍ତି ତେବେ ଭଲ ସାବୁନ ବ୍ୟବହାର କରନ୍ତୁ ଯାହା ଶରୀର ସଫା ଲାଗି ଠିକ୍‌ କ୍ଲିନର୍‌ ହୋଇଥାଏ। ଅନେକ ସମୟରେ କେତେକ ସାବୁନ ତ୍ୱଚାକୁ ଶୁଷ୍କ କରିଦେଇଥାଏ।

ମଇଶ୍ଚରାଇଜର ବ୍ୟବହାର
ଗାଧୋଇବା ପରେ ତୁରନ୍ତ ମଇଶ୍ଚରାଇଜର ଲଗାନ୍ତୁ। ଶରୀର ସାମାନ୍ୟ ଓଦାଥିବା ବେଳେ ଏହାକୁ ପ୍ରୟୋଗ କରିବା ଉଚିତ।