ଗାଧୋଇବାକୁ ଯାଇ ଆଉ ଫେରିନଥିଲେ, ଆଜି ଘୋଡ଼ାହାଡ଼ ନଦୀ ଗଣ୍ଡରୁ ମିଳିଲା ମୃତଦେହ

ଦିଗପହଣ୍ଡି,୨୫।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଗ୍ରାମ ନିକଟ ଘୋଡ଼ାହାଡ଼ ନଦୀ ଗଣ୍ଡରୁ ଜଣେ ଯୁବକଙ୍କ ମୃତଦେହକୁ ଅଗ୍ନିଶମବାହିନୀ ବୁଧବାର ଉଦ୍ଧାର କରିଛି। ମୃତକ ଜଣଙ୍କ ହେଲେ ପାଟପୁର ବସଷ୍ଟାଣ୍ଡ ନିକଟ ଗଣେଷ ନଗରର ନାରାୟଣ ସିଙ୍ଗ (୩୫)।ନାରାୟଣ ମଙ୍ଗଳବାର ବିଳମ୍ବିତ ସନ୍ଧ୍ୟାରେ ନଦୀ ଗଣ୍ଡକୁ ଗାଧୋଇବାକୁ ଯାଇଥିଲେ। ବିଳମ୍ବିତ ରାତି ଯାଏ ସେ ଘରକୁ ଫେରିନଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି କରିବାପରେ ମଧ୍ୟ ତାଙ୍କ ସନ୍ଧାନ ମିଳିନଥିଲା। ନଦୀରେ ନିର୍ମାଣାଧୀନ ବ୍ରିଜର ପିଲର ପାଇଁ ଖୋଳା ଯାଇଥିବା ଖାତ (ଗଣ୍ଡ)ରେ ଗାଧୋଇବା ବେଳେ ଅସାବଧାନତା କାରଣରୁ ସେ ପାଣିରେ ବୁଡ଼ିଯାଇଥିବା ସନ୍ଦେହ କରାଯାଉଛି। ବୁଧବାର ଭୋର୍‌ରେ ଗ୍ରାମର କିଛି ବ୍ୟକ୍ତି ନଦୀକୁ ଶୌଚ ପାଇଁ ଯାଇଥିବାବେଳେ ପାଣିରେ ମୃତଦେହ ଭାସୁଥିବା ଦେଖିଥିଲେ। ଖବରପାଇ ଅଗ୍ନିଶମବାହିନୀ ତାଙ୍କୁ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛି। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପାଟପୁର ପୋଲିସ ଟିମ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ଥାନା ଅପମୃତ୍ୟୁ ମାମଲା ୬/୨୬ ଅନୁଯାୟୀ ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଇଛନ୍ତି। ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଗୋଟି ଗୋଟି ସବୁ ଦେଶଠାରୁ ଯୁଦ୍ଧ କ୍ଷତି ଆଦାୟ କରିବ ଇରାନ, ଖେଳିଲା ବଡ଼ ଗେମ୍‌, ଏବେ ଭୋଗିବ ସାରା ବିଶ୍ୱ

ନୂଆଦିଲ୍ଲୀ, ୨୫।୩: ଟଳିନି ବିଶ୍ୱ ସଙ୍କଟ । ଯୁଦ୍ଧ ଦ୍ୱାରା ଏପର୍ଯ୍ୟନ୍ତ ହୋଇଥିବା କ୍ଷତି କେବଳ ଏକ ଝଲକ ଥିଲା। ପ୍ରକୃତ ସଙ୍କଟ ଏବେ ଆରମ୍ଭ ହୋଇଛି,…

ବାଇକରେ ଯାଉଥିବାବେଳେ ବ୍ୟକ୍ତିଙ୍କ ଉପରେ ଚଢିଗଲା ଟ୍ରକ୍‌, ଘଟଣାସ୍ଥଳରେ…

ବାଣପୁର,୨୫।୩ (ଦିଲ୍ଲୀପ କୁମାର ସ୍ବାଇଁ ): ମର୍ମନ୍ତୁଦ ଦୁର୍ଘଟଣା। ଟ୍ରକ୍‌ ଚକା ତଳେ ଚାପି ହୋଇ ଚାଲିଗଲା ଜୀବନ। ଖୋର୍ଦ୍ଧା ଜିଲା ନାଚୁଣୀ ଥାନା ଅନ୍ତର୍ଗତ କୁଲେଇ…

ଯୁଦ୍ଧ ଭିତରେ ତାଣ୍ଡବ କରିବ ବାତ୍ୟା, ଭୟଙ୍କର ଭାବରେ ଇରାନକୁ ମାଡ଼ି ଆସୁଛି…

ତେହରାନ,୨୫।୩: ଯୁଦ୍ଧଗ୍ରସ୍ତ ମଧ୍ୟପ୍ରାଚ୍ୟ ପାଇଁ, ଆଉ ଏକ ପ୍ରମୁଖ ଚ୍ୟାଲେଞ୍ଜ ଏବେ ଉଭା ହୋଇଛି। ଏଥର, ପ୍ରତିଦ୍ୱନ୍ଦ୍ୱୀ କୌଣସି ଦେଶ ନୁହେଁ, ବରଂ ପ୍ରକୃତି। ଏକ ଶକ୍ତିଶାଳୀ…

ଏବେ ଆରମ୍ଭ ହେଲା ଅସଲ ଯୁଦ୍ଧ! ନୂଆ ସଙ୍କଟ ଛିଡା କଲା ଇରାନ, ଭୟରେ ଥରହର ସବୁ ଦେଶ

ନୂଆଦିଲ୍ଲୀ, ୨୫।୩: ଯଦି ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧବିରତି ଆପଣଙ୍କୁ ବିଶ୍ୱାସ କରାଇଛି ଯେ ବିଶ୍ୱ ସଙ୍କଟ ଟଳି ଯାଇଛି, ତେବେ ଏହି ଖବର ଉପରେ…

ଶାନ୍ତି ଆଲୋଚନା ଭିତରେ ଗ୍ରାଉଣ୍ଡକୁ ୩୦୦୦ ସେନା ପଠାଇଲେ ଟ୍ରମ୍ପ! ମହାଯୁଦ୍ଧ ନେଲା ଭୟଙ୍କର ମୋଡ

ଓ଼୍ବାଶିଂଟନ,୨୫।୩: ଆମେରିକା ଏବଂ ଇରାନ ମଧ୍ୟରେ ସଂଘର୍ଷ ଏକ ବଡ଼ ମୋଡ଼ରେ ପହଞ୍ଚିଛି। ଯେତେବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୋଟିଏ ପଟେ ଯୁଦ୍ଧ ଏଡାଇବା ପାଇଁ…

ଶାନ୍ତି ଆଲୋଚନାରେ ବାଧା ସୃଷ୍ଟି କଲା ସର୍ତ୍ତାବଳୀ: ଟ୍ରମ୍ପଙ୍କ ପାଖରେ ୪ ବଡ଼ ଦାବି କଲା ଇରାନ, ଲିଷ୍ଟ ଦେଖିଲେ…

ଓ୍ବାଶିଂଟନ୍‌,୨୫।୩: ଆମେରିକା-ଇସ୍ରାଏଲ-ଇରାନ ଯୁଦ୍ଧର ୨୬ ତମ ଦିନରେ, ଆଲୋଚନା ପ୍ରୟାସ ଅଧିକ କଷ୍ଟକର ହୋଇଯାଇଛି। ଇରାନ ମଧ୍ୟସ୍ଥିଙ୍କ ମାଧ୍ୟମରେ ଆମେରିକା ନିକଟରେ ଏହାର ପ୍ରମୁଖ ଦାବି ଉପସ୍ଥାପନ…

‘ଯୁଦ୍ଧ ସମାପ୍ତ କରାଇପାରେ ଭାରତ’, ଇସ୍ରାଏଲର ରାଷ୍ଟ୍ରଦୂତଙ୍କ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟକୁ ନେଇ ବିଶ୍ୱରେ ହଇଚଇ

ନୂଆଦିଲ୍ଲୀ,୨୫।୩: ଇରାନ ଯୁଦ୍ଧ ସମାପ୍ତ କରିବାରେ ଭାରତର ଭୂମିକା ଗୁରୁତ୍ୱପୂର୍ଣ୍ଣ ହୋଇପାରେ। ନୂଆଦିଲ୍ଲୀରେ ଇସ୍ରାଏଲର ରାଷ୍ଟ୍ରଦୂତ ରୁଭେନ ଆଜାର କହିଛନ୍ତି , ପଶ୍ଚିମ ଏସିଆରେ ଭାରତର ଏକ…

LPG ଅଭାବ ମଧ୍ୟରେ ଆହୁରି କଡ଼ାକଡ଼ି ହେଲା ନିୟମ: ବୁକିଂ ସମୟସୀମା ବଢିଲା, ଏଣିକି ଏତେ ଦିନ କରିବାକୁ ପଡିବ ଅପେକ୍ଷା

ନୂଆଦିଲ୍ଲୀ,୨୫।୩: ଏଲପିଜି ସିଲିଣ୍ଡରର ଅଭାବ ମଧ୍ୟରେ, ଗ୍ୟାସ କମ୍ପାନୀଗୁଡ଼ିକ ସେମାନଙ୍କର ବୁକିଂ ନିୟମରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛନ୍ତି। ଗ୍ରାହକମାନଙ୍କୁ ସେମାନଙ୍କର ପରବର୍ତ୍ତୀ ସିଲିଣ୍ଡର ବୁକ୍‌ କରିବା ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri