ଗାଜାକୁ ନର୍କ କରିଦେଲା ଇସ୍ରାଏଲ୍‌: ୫୦ ହଜାର ଟପିଲା ମୃତ୍ୟୁସଂଖ୍ୟା

ଦେଇର୍‌-ଅଲ୍‌ ବଲାହ,୨୩ା୩: ଇସ୍ରାଏଲୀ ସେନା ଶନିବାର ରାତିରୁ ଗାଜା ଷ୍ଟ୍ରିପ୍‌ର ଦକ୍ଷିଣ ଭାଗରେ ଚଳାଇଥିବା ଏୟାରଷ୍ଟ୍ରାଇକ୍‌ରେ ହମାସ୍‌ର ବରିଷ୍ଠ ରାଜନୈତିକ ନେତାଙ୍କ ସମେତ ୩୫ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଅନେକ ମହିଳା ଓ ଛୋଟ ପିଲା ରହିଛନ୍ତି। ଲୋକମାନଙ୍କୁ ଘର ଛାଡ଼ି ପଳାଇଯିବା ପାଇଁ ଇସ୍ରାଏଲ୍‌ ସେନା ନିର୍ଦ୍ଦେଶ ଦେଇଥିବାବେଳେ ଦାକ୍ଷିଣାତ୍ୟ ସହର ରାଫାହରେ ଇସ୍ରାଏଲୀ ଟ୍ୟାଙ୍କ୍‌ଗୁଡ଼ିକ ଅଗ୍ରସର ହେଉଥିବା ସ୍ଥାନୀୟ ଲୋକେ କହିଛନ୍ତି।

ଗତ ଜାନୁଆରୀ ୧୯ରୁ ଅସ୍ତ୍ରବିରତି ଲାଗୁ ହେବା ସହ ୬ ସପ୍ତାହରୁ ଊର୍ଦ୍ଧ୍ୱ ସମୟ ଧରି ଯୁଦ୍ଧ ବନ୍ଦ ରହିଥିଲା। ତେବେ ଗତ ମଙ୍ଗଳବାରଠାରୁ ଇସ୍ରାଏଲ୍‌ ଅସ୍ତ୍ରବିରତି ଚୁକ୍ତିନାମାର ଉଲ୍ଲଂଘନ କରି ଗାଜା ଉପରେ ଜୋର୍‌ଦାର ଆକ୍ରମଣ କରିବାରୁ ଅନୂ୍ୟନ ୬୩୪ ଜଣଙ୍କ ଜୀବନ ଗଲାଣି। ବର୍ତ୍ତମାନ ସୁଦ୍ଧା ଗାଜା ଯୁଦ୍ଧରେ ପାଲେଷ୍ଟିନୀୟଙ୍କ ମୃତ୍ୟୁସଂଖ୍ୟା ୫୦,୦୦୦ ଟପିଛି। ହମାସ୍‌ ଆତଙ୍କବାଦୀଙ୍କୁ ଟାର୍ଗେଟ କରି ଆକ୍ରମଣ କରାଯାଉଥିବା ଇସ୍ରାଏଲ୍‌ କହୁଥିବାବେଳେ ବୋମାମାଡ଼ରେ ସାଧାରଣ ଲୋକେ ହିଁ ଅଧିକ ମରୁଛନ୍ତି। ଉତ୍ତର ଗାଜାରେ ସେନା ପକ୍ଷରୁ ସ୍ଥଳଯୁଦ୍ଧ ଆରମ୍ଭ ହୋଇଛି। ରବିବାର ଭୋର ସମୟରେ ଇସ୍ରାଏଲ୍‌ ଆକ୍ରମଣରେ ବରିଷ୍ଠ ହମାସ୍‌ ନେତା ସଲାହ ଅଲ୍‌-ବରଦାଓ୍ବିଲ ଓ ତାଙ୍କ ସ୍ତ୍ରୀ ନିହତ ହୋଇଛନ୍ତି। ଦକ୍ଷିଣ ଗାଜାର ଖାନ୍‌ ୟୁନିସ୍‌ରେ ଥିବା ତାଙ୍କ ଘରକୁ ଟାର୍ଗେଟ କରି ବୋମାମାଡ଼ କରାଯାଇଥିଲା। ସଲାହଙ୍କ ମୃତ୍ୟୁ ଗାଜାରେ ସ୍ବାଧୀନତା ସଂଗ୍ରାମକୁ ଇନ୍ଧନ ଯୋଗାଇବ ବୋଲି ହମାସ୍‌ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

‘ଆମ ଆଙ୍ଗୁଠି ଏବେବି ଟ୍ରିଗର ଉପରେ ଅଛି…’, ପାକିସ୍ତାନରେ ଆମେରିକା ସହିତ ବୈଠକ ପୂର୍ବରୁ ଇସ୍ରାଏଲକୁ ଖୋଲା ଧମକ ଦେଇଛି ଇରାନ

ତେହରାନ,୯।୪: ଶୁକ୍ରବାର (୧୦ ଏପ୍ରିଲ) ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବାକୁ ଯାଉଛି। ଏହା ପୂର୍ବରୁ, ଇରାନ ଇସ୍ରାଏଲକୁ ଏକ ଧମକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri