ଗାଜାକୁ ନର୍କ କରିଦେଲା ଇସ୍ରାଏଲ୍‌: ୫୦ ହଜାର ଟପିଲା ମୃତ୍ୟୁସଂଖ୍ୟା

ଦେଇର୍‌-ଅଲ୍‌ ବଲାହ,୨୩ା୩: ଇସ୍ରାଏଲୀ ସେନା ଶନିବାର ରାତିରୁ ଗାଜା ଷ୍ଟ୍ରିପ୍‌ର ଦକ୍ଷିଣ ଭାଗରେ ଚଳାଇଥିବା ଏୟାରଷ୍ଟ୍ରାଇକ୍‌ରେ ହମାସ୍‌ର ବରିଷ୍ଠ ରାଜନୈତିକ ନେତାଙ୍କ ସମେତ ୩୫ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଅନେକ ମହିଳା ଓ ଛୋଟ ପିଲା ରହିଛନ୍ତି। ଲୋକମାନଙ୍କୁ ଘର ଛାଡ଼ି ପଳାଇଯିବା ପାଇଁ ଇସ୍ରାଏଲ୍‌ ସେନା ନିର୍ଦ୍ଦେଶ ଦେଇଥିବାବେଳେ ଦାକ୍ଷିଣାତ୍ୟ ସହର ରାଫାହରେ ଇସ୍ରାଏଲୀ ଟ୍ୟାଙ୍କ୍‌ଗୁଡ଼ିକ ଅଗ୍ରସର ହେଉଥିବା ସ୍ଥାନୀୟ ଲୋକେ କହିଛନ୍ତି।

ଗତ ଜାନୁଆରୀ ୧୯ରୁ ଅସ୍ତ୍ରବିରତି ଲାଗୁ ହେବା ସହ ୬ ସପ୍ତାହରୁ ଊର୍ଦ୍ଧ୍ୱ ସମୟ ଧରି ଯୁଦ୍ଧ ବନ୍ଦ ରହିଥିଲା। ତେବେ ଗତ ମଙ୍ଗଳବାରଠାରୁ ଇସ୍ରାଏଲ୍‌ ଅସ୍ତ୍ରବିରତି ଚୁକ୍ତିନାମାର ଉଲ୍ଲଂଘନ କରି ଗାଜା ଉପରେ ଜୋର୍‌ଦାର ଆକ୍ରମଣ କରିବାରୁ ଅନୂ୍ୟନ ୬୩୪ ଜଣଙ୍କ ଜୀବନ ଗଲାଣି। ବର୍ତ୍ତମାନ ସୁଦ୍ଧା ଗାଜା ଯୁଦ୍ଧରେ ପାଲେଷ୍ଟିନୀୟଙ୍କ ମୃତ୍ୟୁସଂଖ୍ୟା ୫୦,୦୦୦ ଟପିଛି। ହମାସ୍‌ ଆତଙ୍କବାଦୀଙ୍କୁ ଟାର୍ଗେଟ କରି ଆକ୍ରମଣ କରାଯାଉଥିବା ଇସ୍ରାଏଲ୍‌ କହୁଥିବାବେଳେ ବୋମାମାଡ଼ରେ ସାଧାରଣ ଲୋକେ ହିଁ ଅଧିକ ମରୁଛନ୍ତି। ଉତ୍ତର ଗାଜାରେ ସେନା ପକ୍ଷରୁ ସ୍ଥଳଯୁଦ୍ଧ ଆରମ୍ଭ ହୋଇଛି। ରବିବାର ଭୋର ସମୟରେ ଇସ୍ରାଏଲ୍‌ ଆକ୍ରମଣରେ ବରିଷ୍ଠ ହମାସ୍‌ ନେତା ସଲାହ ଅଲ୍‌-ବରଦାଓ୍ବିଲ ଓ ତାଙ୍କ ସ୍ତ୍ରୀ ନିହତ ହୋଇଛନ୍ତି। ଦକ୍ଷିଣ ଗାଜାର ଖାନ୍‌ ୟୁନିସ୍‌ରେ ଥିବା ତାଙ୍କ ଘରକୁ ଟାର୍ଗେଟ କରି ବୋମାମାଡ଼ କରାଯାଇଥିଲା। ସଲାହଙ୍କ ମୃତ୍ୟୁ ଗାଜାରେ ସ୍ବାଧୀନତା ସଂଗ୍ରାମକୁ ଇନ୍ଧନ ଯୋଗାଇବ ବୋଲି ହମାସ୍‌ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ମୁଖ୍ୟ ଶାସନ ସଚିବଙ୍କୁ ୧୫ ସୂତ୍ରୀ ନିର୍ଦେଶାବଳୀ ଦେଲେ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କ’ଣ…

ଭୁବନେଶ୍ୱର,୧।୧: ଶାସନ ପ୍ରଶାସନକୁ କ୍ରିୟାଶୀଳ କରିବାକୁ ନୂଆ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କୁ ମୁଖ୍ୟମନ୍ତ୍ରୀ୧୫ ଦଫା ନିର୍ଦ୍ଦେଶନାମା ପ୍ରଦାନ କରିଛନ୍ତି। ଲକ୍ଷ୍ୟ ହାସଲ ପାଇଁ...

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା: ମାର୍ଚ୍ଚ ପର୍ଯ୍ୟନ୍ତ ଚାଲିବ ଧାନକିଣା, ସବୁ ଚାଷୀଙ୍କ ଆକାଉଣ୍ଟକୁ…

ଭୁବନେଶ୍ୱର,୧ା୧: ଚଳିତ ବର୍ଷ ମାର୍ଚ୍ଚ ପର୍ଯ୍ୟନ୍ତ ମଣ୍ଡିରେ ଧାନକିଣା ଚାଲିବ ବୋଲି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଘୋଷଣା କରିଛନ୍ତି। ସେ ପ୍ରତିକ୍ରିୟା ଦେଇ କହିଛନ୍ତି,...

ନୂଆବର୍ଷ ପାଳନବେଳେ ବଡ଼ଧରଣର ବିସ୍ଫୋରଣ: ଅନେକ ମୃତ

ବର୍ନ,୧।୧: ସ୍ବିଜରଲାଣ୍ଡ ପ୍ରସିଦ୍ଧ ସହର କ୍ରାନ୍ସ-ମୋଣ୍ଟାନାରେ ନୂତନ ବର୍ଷ ପାଳନ ସମୟରେ ଏକ ବାରରେ ବିସ୍ଫୋରଣ  ଘଟିଛି। ଅନେକ ଲୋକ ପ୍ରାଣ ହରାଇଛନ୍ତି ଏବଂ ଅନେକ...

ଚିକିତ୍ସା ପାଇଁ ସହାୟତାର ହାତ ବଢ଼ାଇଲେ ଯୁବ ସମିତି ସଭ୍ୟ, ନିଜ ଦରମାରୁ ଦେଇଦେଲେ ଟଙ୍କା

ଗଞ୍ଜାମ,୧।୧(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମା ପଞ୍ଚାୟତର ବୋରିଗାଁ ଗ୍ରାମର ଗାଣ୍ଡୁ ଗୌଡ଼ ଦୀର୍ଘ ଦିନ ହେବ ଅଜଣା ରୋଗରେ ପୀଡିତ ଅଛନ୍ତି...

ଟି-୨୦ ବିଶ୍ୱକପ ପାଇଁ ଶକ୍ତିଶାଳୀ ଦଳ ଘୋଷଣା କଲା ଅଷ୍ଟ୍ରେଲିଆ: ଟିମରେ ଧୁରନ୍ଧର ଖେଳାଳିଙ୍କ ଏଣ୍ଟ୍ରି

ନୂଆଦିଲ୍ଲୀ,୧।୧: ଅଷ୍ଟ୍ରେଲିଆ ୨୦୨୬ର ଆଇସିସି ପୁରୁଷ ଟି୨୦ ବିଶ୍ୱକପ ପାଇଁ ମିଚେଲ ମାର୍ଶଙ୍କ ନେତୃତ୍ୱରେ ୧୫ ଜଣିଆ ଦଳ ଘୋଷଣା କରିଛି। ସ୍ପିନର ମାଥ୍ୟୁ କୁହନେମାନ,...

ନ୍ୟୁୟର୍କ ସିଟି ପାଇଲା ପ୍ରଥମ ମୁସଲିମ ମେୟର, କୋରାନ ଉପରେ ହାତ ରଖି ନେଲେ ଶପଥ

ନୂଆଦିଲ୍ଲୀ,୧।୧: ନୂଆବର୍ଷରେ ନ୍ୟୁୟର୍କକୁ ମିଳିଲା ନୂଆ ମେୟର ।  ଗୁରୁବାର ସକାଳେ ନ୍ୟୁୟର୍କ ସହରରେ ଜୋହରାନ୍ ମାମଦାନି ୧୧୨ତମ ମେୟର ଭାବରେ ଶପଥ ଗ୍ରହଣ କରିଥିଲେ।...

ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି ମିଡିୟୁବାନ୍ଦା ଜଳପ୍ରପାତ: VIDEO ଦେଖିଲେ ଲାଖି ଯିବ ଲାଖି

ଦାରିଙ୍ଗବାଡି,୧।୧(ଅରୁଣ ସାହୁ):ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଅନେକ ଜଳ ପ୍ରପାତ ରହିଛି। ସେଥିମଧ୍ୟରେ ଅନ୍ୟତମ ଜଳପ୍ରପାତ ହେଉଛି ମିଡିୟୁାନ୍ଦା ଜଳପ୍ରପାତ, ଯାହାକି ପର୍ଯ୍ୟଟକଙ୍କ ପାଇଁ ମୁଖ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri