ଗାଁରେ ଚୋରା ମଦ ବିକି ଯୁବକ ଗିରଫ

ଖୁଣ୍ଟୁଣୀ,୨୪।୧୨(ଡି.ଏନ୍‌.ଏ.)- ଗାଁ ଭିତରେ ଚୋରା ଦେଶୀ ମଦ ବିକ୍ରି କରିବା ଅଭିଯୋଗରେ ଗୁରୁଡିଝାଟିଆ ପୋଲିସ ସୋମବାର ଜଣେ ଯୁବକଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସେ ହେଲେ, ଏହି ଥାନା ଅନ୍ତର୍ଗତ କାଦୁଆ ନୂଆଗାଁ ଗ୍ରାମର ସଞ୍ଜୟ ପ୍ରଧାନ। ଏ ନେଇ ପୋଲିସ ନଂ. ୧୨୪/୧୯ରେ ଏକ ମାମଲା ରୁଜୁ କରି ସଞ୍ଜୟଙ୍କଠାରୁ ୧୫ଲିଟର ଚୋରା ଦେଶୀ ମଦ ଜବତ କରିଛି। ସୂଚନାଯୋଗ୍ୟ, ସଞ୍ଜୟ ଦୀର୍ଘଦିନ ହେବ କାଦୁଆନୂଆଗାଁରେ ଚୋରାରେ ମଦ ବିକ୍ରି କରୁଥିଲେ। ଯଦ୍ୱାରା ଗ୍ରାମରେ ସନ୍ଧ୍ୟା ସମୟରେ ଝିଅ ବୋହୂମାନେ ଯିବାଆସିବାରେ ଅସୁବିଧା ହେବାରୁ ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗପାଇ ଥାନା ଏସ୍‌ଆଇ ସୋନାଲି ଆନନ୍ଦ ସଞ୍ଜୟଙ୍କୁ ତାଙ୍କ ଘରୁ ଚଢ଼ାଉ କରି ଧରିଥିଲେ।