ଗାଁମୁହାଁ ବଣୁଆ ହାତୀ, ଲୋକେ ଆତଙ୍କିତ

ନୂଆଗାଁ,୨୯ା୭ (ଡି.ଏନ.ଏ.): ନୟାଗଡ଼ ଜିଲା ନୂଆଗାଁ ବ୍ଲକ ତଥା ମହିପୁର ବନାଞ୍ଚଳ ଅଧୀନରେ ଥିବା ଜାକେଡା ପଞ୍ଚାୟତର ବିଭିନ୍ନ ଗ୍ରାମ ନିକଟକୁ ଫସଲ ଖାଇବା ପାଇଁ ବଣୁଆ ହାତୀ ପଶି ଆସୁଥିବାରୁ ଲୋକେ ଆତଙ୍କିତ ହୋଇ ରହିଛନ୍ତି। ଜାକେଡା ପଞ୍ଚାୟତର ଅନେକ ଆଦିବାସୀ ଗ୍ରାମ ହାତୀମୁଣ୍ଡା ଓ ପାଲଭା ପାହଡକୁ ଲାଗି ରହିଛି। ଉଭୟ ପାହାଡରେ ବଣୁଆ ହାତୀ ଚଳପ୍ରଚଳ କରୁଥିବାରୁ ସେମାନେ ବର୍ଷର ବିଭିନ୍ନ ସମୟରେ ଜଙ୍ଗଲ ଛାଡି ଫସଲ ଖାଇବା ଆଶାରେ ଗ୍ରାମ ନିକଟକୁ ଆସୁଥିବା ସ୍ଥାନୀୟ ଲୋକଙ୍କଠାରୁ ଜଣାପଡିଛି। ଏ ସମ୍ପର୍କରେ ଗ୍ରାମବାସୀ ବନ କର୍ମଚାରୀଙ୍କ ନିକଟରେ ଅଭିଯୋଗ କରିବା ପରେ ସେମାନେ ରାତିରେ ଆସି ହାତୀ ଘଉଡାଇଥାନ୍ତି। ଜଙ୍ଗଲ ମଧ୍ୟରେ ବନ୍ୟଜନ୍ତୁ ପିଇବା ପାଇଁ ପାଣିର କୌଣସି ବ୍ୟବସ୍ଥା କରାଯାଇ ନ ଥିବାରୁ ସେମାନେ ଗାଁ ମୁହାଁ ହେଉଥିବା ଜଣାପଡିଛି । ଶନିବାର ରାତି କରଚୁଲି ଗ୍ରାମକୁ ଲାଗି ଫାର୍ମ ହାଉସ ଭିତରେ ରହିଥିବା ପୋଖରୀକୁ ପାଣି ପିଇବା ପାଇଁ ଆସି ଅନେକ କ୍ଷତି କରିଥିବା କହିଛନ୍ତି ଫାର୍ମ ହାଉସ ଜଗୁଆଳି ଅମର ଜାନି। ୪-୫ଟି ହାତୀ ଟାଙ୍ଗିରି ମୁଣ୍ଡିଆ ଓ ମଶାଣି ମୁଣ୍ଡିଆରେ ରହୁଥିବା ବେଳେ ଆଉ ୧୦-୧୨ଟି ହାତୀ ଦୁରୁଙ୍ଗି ଜଙ୍ଗଲରେ ରହିଥିବା କୁହନ୍ତି ସ୍ଥାନୀୟ ଲୋକେ। ହାତୀ ଗାଁ ଭିତରକୁ ପଶି ଆସିବା ଭୟରେ ଲୋକେ ସନ୍ଧ୍ୟା ପୂର୍ବରୁ ତାଟିକବାଟ ଦେଇ ଘରେ ରହୁଛନ୍ତି। ସେହି ରାସ୍ତା ଦେଇ ଲୋକମାନେ ଯିବା ଆସିବା କରିବା ପାଇଁ ମଧ୍ୟ ଭୟ କରୁଛନ୍ତି। ବନ ବିଭାଗ ପକ୍ଷରୁ ହାତୀ ଘଉଡାଇବା ବ୍ୟବସ୍ଥା କରିବାକୁ ଜାକେଡା ପଞ୍ଚାୟତବାସୀ ଦାବି କରିଛନ୍ତି। ବନ୍ୟଜନ୍ତୁଙ୍କ ପାଇଁ ଜଙ୍ଗଲରେ ପାଣି ବ୍ୟବସ୍ଥା ବିଷୟରେ ମହିପୁର ରେଞ୍ଜର ସୁଧାଂଶୁ ଶେଖର ପଣ୍ଡାଙ୍କୁ ପଚାରିବାରୁ ସେ କହିଥିଲେ, ଜଙ୍ଗଲ ମଧ୍ୟରେ ପୋଖରୀ ଖୋଳିବା ଲାଗି ଆମେ ପ୍ରସ୍ତାବ ଦେଇଛୁ ଏବଂ ଯଥାଶୀଘ୍ର ଏହା ହୋଇଯିବ। ଏହାଛଡା ବର୍ତ୍ତମାନ ଆମେ ହାତୀ ଘଉଡାଇବା ବ୍ୟବସ୍ଥା କରୁଛୁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri