ଗାଁକୁ କ୍ୱାରାଣ୍ଟାଇନ୍‌ କଲେ ଗ୍ରାମବାସୀ

ଲୁଧିଆନା,୨୫।୩: କରୋନା ସଂକ୍ରମଣଠାରୁ ଦୂରେଇ ରହିବା ପାଇଁ ପଞ୍ଜାବର ଏକ ଗାଁକୁ ଗ୍ରାମବାସୀ କ୍ୱାରାଣ୍ଟାଇନ୍‌ କରିଛନ୍ତି। ସ୍ଥାନୀୟ ନାଭା ଅଞ୍ଚଳରେ ଥିବା ଅଗେତା ଗାଁକୁ ଅନ୍ୟ ଗାଁଠାରୁ ଅଲଗା କରି ରଖିବାକୁ ଗ୍ରାମବାସୀମାନେ ଉଦ୍ୟମ ଆରମ୍ଭ କରିଛନ୍ତି। ଜନତା କର୍ଫ୍ୟୁ ପରଦିନ ଗାଁରେ ଗ୍ରାମବାସୀମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଅନ୍ୟ ଗାଁର ଲୋକଙ୍କ ସହିତ ମିଳାମିଶା କମାଇବାକୁ ନିଷ୍ପତ୍ତିି ଗ୍ରହଣ କରାଯାଇଥିଲା। ଏହି ଗାଁର ଜନସଂଖ୍ୟା ୭୫୦ ରହିଛି। ଏବେ ଗାଁ ଲୋକେ କରୋନା ସଂକ୍ରମଣଠାରୁ ଦୂରେଇ ରହିବା ଲାଗି ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ସମସ୍ତ ସଚେତନତା ବାର୍ତ୍ତାକୁ ମାନୁଥିବା ଗାଁ ମୁଖିଆ ହରବିନ୍ଦର ସିଂ ଅଗେତା କହିଛନ୍ତି।

Share