ଗଳୁଛି ପାଣି, ଛତାଧରି ପଢ଼ିଲେ ଛାତ୍ରୀଛାତ୍ର

ଫୁଲବାଣୀ ଅଫିସ, ୯ା୮- କନ୍ଧମାଳ ଜିଲା କ. ନୂଆଗଁ। ବ୍ଲକ ସାଇନପଡ଼ା ପଞ୍ଚାୟତର ତିଲକପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବେ ଅସୁରକ୍ଷିତ। ସାମାନ୍ୟ ବର୍ଷା ହେଲେ ଶ୍ରେଶୀ ଗୃହରେ ପାଣି ଗଳୁଛି। ପିଲାମାନେ ପଢ଼ିବାକୁ ହଇରାଣ ହେଉଛନ୍ତି। ପ୍ରାୟ ୬ ବର୍ଷ ପୂର୍ବେ ନୂତନ ଶ୍ରେଣୀ ଗୃହ ନିର୍ମାଣ ପାଇଁ ପ୍ରାୟ ୫୦ ଲକ୍ଷ ଟଙ୍କାର ଟେଣ୍ଡର ହୋଇଥିଲା। ହେଲେ କିଛି କାରଣ ଯୋଗୁ କାମ ହୋଇ ପାରିଲା ନାହିଁ। ଏବେ ସେତିକି ଟଙ୍କାରେ ସ୍କୁଲ ଗୃହ ନିର୍ମାଣ ସମ୍ଭବପର ନୁହେଁ ବୋଲି କାମ ନେଇଥିବା ଠିକାଦାର ବିଦ୍ୟାଳୟ କତ୍ତୃର୍ର୍ପକ୍ଷଙ୍କୁ କହୁଛନ୍ତି। ଫଳରେ ଛାତ୍ରୀଛାତ୍ରମାନେ ବର୍ଷାରେ ଓଦା ହୋଇ ପଢ଼ିବାକୁ ବାଧ୍ୟ ହେଉଛନ୍ତି। ପାନୀୟଜଳ ସମସ୍ୟା ରହିଥିବାବେଳେ ନୂତନ ଭାବେ ନିର୍ମିତ ରୋଷେଇ ଘର ଛାତରୁ ପାଣି ଗଳୁଛି। ଫଳରେ ଅନ୍ୟ ଏକ ସ୍ଥାନରେ ରୋଷେଇ କରାଯାଉଛି। ଉକ୍ତ ବିଦ୍ୟାଳୟରେ ପ୍ରଥମରୁ ୧୦ମ ପର୍ଯ୍ୟନ୍ତ ୨୦୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ପଢ଼ୁଛନ୍ତି। ପ୍ରଥମରୁ ୮ମ ପର୍ଯ୍ୟନ୍ତ ୬ଜଣ ଓ ୯ମରୁ ୧୦ମ ପର୍ଯ୍ୟନ୍ତ ଛାତ୍ରୀଛାତ୍ରଙ୍କୁ ୪ଜଣ ଶିକ୍ଷକ ପାଠ ପଢାଉଛନ୍ତି। ୬ଟି ଶେଣ୍ରୀ ଗୃହରେ ସମସ୍ତ ପିଲା ପାଠ ପଢ଼ୁଛନ୍ତି। ବର୍ଷା ଆସିଲେ ଛାତ୍ରୀଛାତ୍ରଙ୍କ ସମସ୍ୟା ବଢିଯାଉଛି କିପରି ପାଠ ପଢିବେ। ହେଲେ ଉପାୟ ନ ପାଇ ସେଭଳି ଅବସ୍ଥାରେ ପଢ଼ିବାକୁ ବାଧ୍ୟ ହେଉଛନ୍ତି। ଏବେ ୬ଟି ଶ୍ରେଣୀ ଗୃହରୁ ୪ଟିରେ ଛାତରୁ ବର୍ଷା ପାଣି ଗଳୁଛି। ଶ୍ରେଣୀ ଗୃହରେ ପିଲାମାନେ ଛତା ଧରି ବସୁ ଥିବାବେଳେ ଶିକ୍ଷକ ବି ଛତା ଧରି ପଢ଼ାଉଛନ୍ତି। ବିଦ୍ୟାଳୟରେ ଗୋଟିଏ ମାତ୍ର ନଳକୂପ ରହିଛି। ହେଲେ ସେଥିରୁ ନାଲି ପାଣି ବାହାରୁଛି। ଯାହା ପିଇବାତ ଦୂରର କଥା ରୋଷେଇ ଯୋଗ୍ୟ ନୁହେଁ। କିଛି ଉପାୟ ନ ଥିବାରୁ ପିଲାମାନେ ବାଧ୍ୟ ହୋଇ ଏହି ପାଣି ପିଉଛନ୍ତି। ପରିମଳ ଅବସ୍ଥା ବି ସେହିପରି। ଗୋଟିଏ ପାଇଖାନାକୁ ସମସ୍ତେ ବ୍ୟବହାର କରୁଛନ୍ତି। ଅନ୍ୟପକ୍ଷରେ ସର୍ବଶିକ୍ଷା ଅଭିଯାନ ପକ୍ଷରୁ ଏକ ରୋଷେଇ ଘର ନିର୍ମାଣ ହୋଇଛି, କିନ୍ତୁ ନିମ୍ନମାନର କାମ ଯୋଗୁ ଛାତରୁ ପାଣି ଗଳୁଛି। ଘର ଭୁଶୁଡିବା ସ୍ଥିତିରେ ଥିବାରୁ ଏହାକୁ ତାଲା ପକାଇ ରଖାଯାଇଛି। ବାହାରେ ଏକ ଭଙ୍ଗା ଆଜବେଷ୍ଟସ୍‌ ତଳେ ରୋଷେଇ ହେଉଛି। ଏ ନେଇ ବାଲିଗୁଡ଼ା ବିଇଓ ପ୍ରମୋଦ କୁମାର ମଲିକ କୁହନ୍ତି, ଆମେ ଏ ବିଷୟରେ ଡ଼ିପିସିଙ୍କୁ ଜଣାଇଛୁ। ଡ଼ିପିସି ଦାୟିତ୍ୱରେ ଥିବା ଜିଲା ଶିକ୍ଷାଧିକାରୀ ବିକାଶ ଚନ୍ଦ୍ର ପ୍ରଧାନଙ୍କୁ ପଚାରିବାରୁ ଆମେ କିଛି କାମ କରି ପାରିବୁ ନାହିଁ। ପଞ୍ଚାୟତ ନିର୍ମାଣ କାମ କରିବ ବୋଲି କହିଛନ୍ତି। ହେଲେ ପୂର୍ବରୁ ଟେଣ୍ଡର ହୋଇଥିବା ସମ୍ପର୍କରେ ଅଧିକ ତଥ୍ୟ ହସ୍ତଗତ ହୋଇପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

ପୁରୀ ହେଲା ମହାନଗର ନିଗମ: ଚଣ୍ଡିଖୋଲ ସମେତ ଏସବୁ ସହର ହେଲା NAC

ଭୁବନେଶ୍ବର,୩୧ା୧୨: ନୂଆ ବର୍ଷ ପୂର୍ବରୁ ରାଜ୍ୟର ପୌର ପ୍ରଶାସନ କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ପବିତ୍ର ପୁରୀ ସହରକୁ ସରକାର ମହାନଗର ନିଗମର...

ଭଞ୍ଜନଗରରେ ପରିବେଶ ଆଇନ୍ ସଚେତନତା ଶିବିର, ସାମିଲ ହେଲେ….

ଭଞ୍ଜନଗର,୩୧/୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ ହଲ୍‌ରେ ବୁଧବାର “Protect Today, Secure Tomorrow” ଶୀର୍ଷକ ଅଧୀନରେ ଏକ ପରିବେଶ...

ଭିଜିଲାନ୍ସ ଜାଲରେ ଛେଣ୍ଡିପଦା ଅତିରିକ୍ତ ତହସିଲଦାର, ୯ ହଜାର ଟଙ୍କା ପାଇଁ…

ଅନୁଗୋଳ,୩୧ା୧୨: ଜମି ମ୍ୟୁଟେସନ କେସ୍‌ ପାଇଁ ଲାଞ୍ଚ ନେବା ଅତିରିକ୍ତ ତହସିଲଦାରଙ୍କୁ ମହଙ୍ଗା ପଡ଼ିଛି। ବୁଧବାର ଅନୁଗୋଳ ଜିଲା ଛେଣ୍ଡିପଦା ତହସିଲର ଅତିରିକ୍ତ ତହସିଲଦାର ପ୍ରକାଶ...

ଉଷୁ କପ ପ୍ରତିଯୋଗିତାରେ ବଲାଙ୍ଗୀରକୁ ୩ ପଦକ, ଜିଲା ପ୍ରଶାସନ ପକ୍ଷରୁ ଖେଳାଳୀଙ୍କୁ ସମ୍ବର୍ଦ୍ଧନା

ବଲାଙ୍ଗୀର,୩୧/୧୨ -( ସୁନିଲ କୁମାର ମହାନ୍ତି): ଦ୍ବିତୀୟ ତମ ଜାତୀୟ ଫେଡେରେସନ ଉଷୁ କପ ପ୍ରତିଯୋଗିତା ଛତିଶଗଡ଼ ଠାରେ ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗୀତା...

ଅତ୍ୟାଚାର, ଶୋଷଣ ବିରୋଧରେ ସ୍ବର ଉତ୍ତୋଳନ ଲୋଡ଼ା

ଭଞ୍ଜନଗର,୩୧ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ରାଧାକୃଷ୍ଣ ପାଠାଗାରରେ ଚକରା ବିଷୋୟୀ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ‘ଚକରା ବିଷୋୟୀଙ୍କ ଐତିହାସିକ...

ବାଇକ୍‌କୁ ଧକ୍କାଦେଲା ବାଇକ୍‌, ମହିଳାଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ): ୧୬ ନଂ ଜାତୀୟ ରାଜପଥ ଶନିମନ୍ଦିର ଛକଠାରେ ପୁଣି ଏକ ଦୁର୍ଘଟଣା ଘଟିଛି। ବିପଦସଙ୍କୁଳ ଛକ କୁହାଯାଉଥିବା ଏହି ଛକଠାରେ ବୁଧବାର ଅପରାହ୍ନରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri