Posted inଜାତୀୟ

ଗଲଓ୍ବାନ ଉପତ୍ୟକା କଳହ ମଞ୍ଜି

ନୂଆଦିଲ୍ଲୀ,୧୭ା୬ : ଖ୍ରୀଷ୍ଟପୂର୍ବ ୫୦୦ରେ ଚାଇନାର ନାମଚୀନ ସେନା ଜେନେରାଲ ସୁନ୍‌ ଜୁ ‘ଦି ଆର୍ଟ ଅଫ୍‌ ଓ୍ବାର୍‌’ ଶୀର୍ଷକ ପୁସ୍ତକରେ ଲେଖିଥିଲେ, ଯୁଦ୍ଧର ସର୍ବୋତ୍ତମ କଳା ହେଉଛି ବିନା ଲଢ଼େଇରେ ଶତ୍ରୁ ପକ୍ଷକୁ ହରାଇ ଦିଅ। ଅଢ଼େଇ ହଜାର ବର୍ଷ ପରେ ମଧ୍ୟ ଚାଇନାରେ ଏହି ପୁସ୍ତକର ଦିଆଯାଇଥିବା ଶିକ୍ଷାକୁ ଗୁରୁତ୍ୱ ଦିଆଯାଏ ଠିକ୍‌ ସେହିପରି ଯେପରି ଭାରତରେ ଚାଣକ୍ୟ ନୀତିର ପ୍ରାଧାନ୍ୟ ରହିଛି। ଚାଇନାର ଶକ୍ତିଶାଳୀ ସେନା ପିପୁଲ୍ସ ଲିବରେଶନ ଆର୍ମି (ପିଏଲ୍‌ଏ) ଏବେ ମଧ୍ୟ ସେହି ଯୁଦ୍ଧ କୌଶଳକୁ ଅକ୍ଷରେ ଅକ୍ଷରେ ପାଳନ କରୁଛି, ଯାହାର ସଦ୍ୟ ପ୍ରମାଣ ଗଲଓ୍ବାନ ଉପତ୍ୟକାରେ ସୋମବାର ରାତିରେ ହୋଇଥିବା ସଂଘର୍ଷ। ଏଠାରେ ପ୍ରଶ୍ନ ଉଠୁଛି ଗଲଓ୍ବାନ ଉପତ୍ୟକାକୁ ନେଇ ବିବାଦ କାହିଁକି।
ପୂର୍ବ ଲଦାଖର ଗଲଓ୍ବାନ ନଦୀର ବିସ୍ତୀର୍ଣ୍ଣ ଅବବାହିକାକୁ ଗଲଓ୍ବାନ ଉପତ୍ୟକା ବୋଲି କୁହାଯାଉଛି। ବ୍ରିଟିଶ ଅମଳରେ ଲେହର ଗୁଲାମ ରସୁଲ ଏହି ନଦୀକୁ ଆବିଷ୍କାର କରିଥିବାରୁ ତାଙ୍କ ନାମ ଅନୁସାରେ ଏହାର ନାମକରଣ ହୋଇଛି। ୧୯୬୨ ଯୁଦ୍ଧ ପରେ ଏହି ଉପତ୍ୟକାରେ ଭାରତ ଓ ଚାଇନା ସେନା ମଧ୍ୟରେ ପ୍ରଥମଥର ପାଇଁ ଏତେବଡ଼ ସଂଘର୍ଷ ଘଟିଛି। ଗଲଓ୍ବାନ ଉପତ୍ୟକା ଭାରତ-ଚାଇନା ସୀମା ବା ପ୍ରକୃତ ନିୟନ୍ତ୍ରଣରେଖା (ଏଲ୍‌ଏସି)କୁ ଲାଗି ରହିଛି। ଏହା ବେଜିଂ ନିୟନ୍ତ୍ରଣରେ ଥିବା ଭାରତୀୟ ଭୂଖଣ୍ଡ ଅକ୍ସାଇ ଚୀନ ସଂଲଗ୍ନ ଅଞ୍ଚଳ ହୋଇଥିବାରୁ ପ୍ରତିରକ୍ଷା ଦୃଷ୍ଟିରୁ ଉଭୟ ଦେଶ ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ। ଗଲଓ୍ବାନ ନଦୀକୁ ଚାଇନା ପ୍ରଥମେ ୧୯୫୬ରେ ନିଜର ବୋଲି ଦାବି କରିଥିଲା। ୧୯୬୦ରେ ଏହି ଦାବିକୁ ଜୋରଦାର କରିବା ସହ ଦୁଇବର୍ଷ ମଧ୍ୟରେ ଏହାକୁ ସମ୍ପୂର୍ଣ୍ଣ ଭାବେ ଦଖଲ କରିଥିଲା। ସେବେଠୁ ଉଭୟ ଭାରତ ଓ ଚାଇନା ସମ୍ପୃକ୍ତ କ୍ଷେତ୍ରରେ ଶାନ୍ତି ବଜାର ରଖିଆସୁଛନ୍ତି। ତେବେ ଗଲଓ୍ବାନ ଉପତ୍ୟକାକୁ ନେଇ କୌଣସି ମ୍ୟାପ ଉପରେ ଦୁଇଦେଶ ମଧ୍ୟରେ ସହମତି ପ୍ରକାଶ ପାଇନାହିଁ। କେବଳ ସ୍ଥାନୀୟ ସ୍ତରରେ ଦୁଇ ସେନା ମଧ୍ୟରେ ବୁଝାମଣା ହୋଇଛି।
ଚାଇନାର ସନ୍ଦେହ:
ଗଲଓ୍ବାନ ଉପତ୍ୟକା ସବ୍‌ ସେକ୍ଟର ନର୍ଥ (ଏସ୍‌ଏସ୍‌ଏନ୍‌) ଅଧୀନରେ ଆସୁଛି, ଯାହାକି ସିଆଚେନ ହିମବାହର ଠିକ୍‌ ପୂର୍ବରେ ଅବସ୍ଥିତ। ଏହା ହେଉଛି ଭାରତରୁ ଅକ୍ସାଇ ଚୀନକୁ ଯିବା ପାଇଁ ଏକମାତ୍ର ପଥ। ପ୍ରତିରକ୍ଷା ଦୃଷ୍ଟିରୁ ଭାରତ ସେଠାରେ ରାସ୍ତା ନିର୍ମାଣ କରୁଥିବାରୁ ବିବାଦ ସୃଷ୍ଟି ହୋଇଥିବା ଚାଇନା କହୁଛି। ଗଲଓ୍ବାନ ନାଲା ଉପରେ ଭାରତ ବ୍ରିଜ୍‌ ନିର୍ମାଣ କରୁଥିବା ଦର୍ଶାଇ ଚାଇନା ଆପତ୍ତି ଉଠାଇଛି। ଏହି ସେତୁ ଶାୟୋକ୍‌-ଦଉଲତ ବେଗ୍‌ ଓଲ୍ଡି ରୋଡ୍‌ ଉପରେ ନିର୍ମାଣ ହେଉଛି, ଯାହାକୁ ଗତବର୍ଷ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଉଦ୍‌ଘାଟନ କରିଥିଲେ। ପ୍ରତିରକ୍ଷା ସୂତ୍ରରୁ ମିଳିଥିବା ସୂଚନାନୁସାରେ ଏଲ୍‌ଏସିଠାରୁ ୭.୫ କି.ମି. ଦୂରରେ ଏହି ବ୍ରିଜ୍‌ ରହିଥିଲେ ସୁଦ୍ଧା ଚାଇନା ଏହାକୁ ବିରୋଧ କରୁଛି। କାରଣ ଅକ୍ସାଇ ଚୀନ ଉପରେ ନୂଆଦିଲ୍ଲୀ ଦାବି ଉଠାଇବ ବୋଲି ଚାଇନା ସନ୍ଦେହ କରୁଛି। ଅକ୍ସାଇ ଚୀନକୁ ପୁନଃ ଦଖଲ କରିବା ପାଇଁ ଭାରତ ଏହି ବ୍ରିଜ୍‌ ଦେଇ ତା’ର ମିଶନ ପୂରା କରିବ ବୋଲି ଚାଇନା ଚିନ୍ତା କରୁଥିବା ବିଶେଷଜ୍ଞମାନେ ମତ ଦେଇଛନ୍ତି। ଏହିସବୁ କାରଣରୁ ଗଲଓ୍ବାନ ଉପତ୍ୟକାରୁ ଭାରତୀୟ ଯବାନମାନଙ୍କୁ ବିନା ଯୁଦ୍ଧରେ ଘଉଡ଼ାଇଦେବା ପାଇଁ ଚାଇନା ସେନା ଉଦ୍ୟମ ଚଳାଇଛି।

ବିବାଦରେ ୩,୪୮୮କି.ମି. ଏଲ୍‌ଏସି
ଭାରତ ଓ ଚାଇନା ମଧ୍ୟରେ ୩,୪୮୮ କି.ମି. ବିସ୍ତୃତ ସୀମା ରହିଛି। ଏହାକୁ ପ୍ରକୃତ ନିୟନ୍ତ୍ରଣରେଖା (ଏଲ୍‌ଏସି) କୁହାଯାଏ। ଏହି ସୀମାରେ ଶାନ୍ତି ବଜାୟ ରଖିବା ପାଇଁ ଉଭୟ ପକ୍ଷ ଉଦ୍ୟମ କରୁଥିଲେ ବି ସୀମା ଠିକ୍‌ ଭାବେ ନିର୍ଦ୍ଧାରଣ ହୋଇ ନ ଥିବାରୁ ମଝିରେ ମଝିରେ ବିବାଦ ସୃଷ୍ଟି ହୋଇଥାଏ। ଚାଇନା ଅରୁଣାଚଳ ପ୍ରଦେଶକୁ ଦକ୍ଷିଣ ତିବ୍ବତର ଏକ ଅଂଶ ବୋଲି ଦାବି କରିଥାଏ। ଏହାସହ ଅରୁଣାଚଳକୁ କେନ୍ଦ୍ରର କୌଣସି ମନ୍ତ୍ରୀ ବା ଅନ୍ୟ ଦେଶର ଅତିଥି ଗଲେ ଚାଇନା ତାକୁ ବିରୋଧ କରେ। ୨୦୧୭ ଜୁନ୍‌ରେ ସିକିମ ସୀମାର ତ୍ରିକୋଣୀୟ ମାଳଭୂମି ଡୋକ୍‌ଲାମରେ ସୃଷ୍ଟି ହୋଇଥିବା ବିବାଦ ୭୩ ଦିନ ଧରି ଚାଲିଥିଲା। ସେହିପରି ଗତବର୍ଷ ଅଗଷ୍ଟ ୫ରେ ସମ୍ବିଧାନର ଅନୁଚ୍ଛେଦ ୩୭୦କୁ ହଟାଇ ଜମ୍ମୁ-କଶ୍ମୀରକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଭକ୍ତ କରାଯାଇଥିଲା। ଲଦାଖକୁ କେନ୍ଦ୍ରଶାସିତ ଅଞ୍ଚଳ ଘୋଷଣା କରାଯିବା ପରେ ଏହାକୁ ଚାଇନାର ସାର୍ବଭୌମତ୍ୱ ଉପରେ ହସ୍ତକ୍ଷେପ ବୋଲି ବେଜିଂ ଆପତ୍ତି ଉଠାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri