ଗର୍ଭବତୀଙ୍କ ସନ୍ଦେହଜନକ ମୃତ୍ୟୁ: ହତ୍ୟା ଅଭିଯୋଗ ଆଣିଲେ ଭାଇ

ଜେନାପୁର/ଧର୍ମଶାଳା, ୧୫।୫ (ଡି.ଏନ୍‌.ଏ.)- ଧର୍ମଶାଳା ବ୍ଲକ ଅଧୀନ କବାଟବନ୍ଧ ସରକାରୀ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଶୁକ୍ରବାର ଜଣେ ଗର୍ଭବତୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ସେ ହେଲେ ଜେନାପୁର ଥାନା ଅଧୀନ ବଳଭଦ୍ରପୁର ଗ୍ରାମର ପ୍ରଫୁଲ୍ଲ ବେହେରାଙ୍କ ସ୍ତ୍ରୀ ପଦ୍ମାବତୀ ବେହେରା। ପଦ୍ମାବତୀଙ୍କୁ ଶାଶୁଘର ଲୋକେ ଯୌତୁକ ପାଇଁ ହତ୍ୟା କରିଥିବା ତାଙ୍କ ଭାଇ ପ୍ରମୋଦ ରାଉଳ ଥାନାରେ ଅଭିଯୋଗ କରିଛନ୍ତି। ୩ବର୍ଷ ପୂର୍ବେ ପଦ୍ମାବତୀ ବଳଭଦ୍ରପୁରର ପ୍ରଫୁଲ୍ଲଙ୍କୁ ବିବାହ କରିଥିଲେ। ଏହାପରେ ବିଭିନ୍ନ ସମୟରେ ଶାଶୁଘର ଲୋକେ ତାଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିଲେ। ତେବେ ସେମାନେ ହିଁ ପଦ୍ମାବତୀଙ୍କୁ ହତ୍ୟା କରିଥିବା ପ୍ରମୋଦ ଏତଲାରେ ଦର୍ଶାଇଛନ୍ତି। ଏ ନେଇ ୧୪୦/୨୦ ନଂ.ରେ ମାମଲା ରୁଜୁ କରାଯାଇ ମୃତଦେହ ବ୍ୟବଚ୍ଛେଦ ପାଇଁ ଯାଜପୁର ଟାଉନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଯାଇଥିବା ପୋଲିସ ସୂତ୍ରରୁ ପ୍ରକାଶ। ଅନ୍ୟପଟେ ପୋଲିସ ପ୍ରଫୁଲ୍ଲ ଓ ତାଙ୍କ ସାନ ଭାଇଙ୍କୁ ଅଟକ ରଖି ପଚରାଉଚୁରା କରୁଛି।
ଶାଶୁଘର ଲୋକଙ୍କ କହିବା ଅନୁସାରେ, ପଦ୍ମାବତୀଙ୍କ ଦେହ ଅସୁସ୍ଥ ହେବାରୁ ସେମାନେ ଆମ୍ବୁଲାନ୍ସକୁ ଫୋନ୍‌ କରିଥିଲେ। ମାତ୍ର ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ହେବାରୁ ପ୍ରାଇଭେଟ ଗାଡ଼ି ଯୋଗାଡ଼ ପାଇଁ ଚେଷ୍ଟା କରିଥିଲେ। ହେଳେ ଲକ୍‌ଡାଉନ୍‌ ସକାଶେ ଗାଡ଼ି ନ ମିଳିବାରୁ ପ୍ରଫୁଲ୍ଲ ଓ ତାଙ୍କ ଭାଇ ପଦ୍ମାବତୀଙ୍କୁ ବାଇକ୍‌ରେ କବାଟବନ୍ଧ ପ୍ରାଥମିକ ସରକାରୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନବଜାତ ଶିଶୁପୁତ୍ରଙ୍କୁ ବିଲରେ ଫିଙ୍ଗିଦେଲେ, କୁକୁର ଟାଣି ଟାଣି ନେବାବେଳେ…

ଜେନାପୁର,୧୪।୨(ଅଶୋକ ଦାସ): ଯାଜପୁର ଜିଲାରେ ଏକ ଅମାନୁଷିକ ଘଟଣା ଘଟିଛି। ଏଠାରେ ଏକ ବିଲରୁ ମୃତ ଶିଶୁ ପୁତ୍ର ଉଦ୍ଧାର କରାଯାଇଛି। ଯାଜପୁର ଜିଲା ଧର୍ମଶାଳା ବ୍ଲକ…

ନଗ୍ନ ଭିଡିଓ ଜାଲରେ ଫସାଇ ଲୁଟିଥିଲେ ଲକ୍ଷାଧିକ ଟଙ୍କା: ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରି…

ଧର୍ମଶାଳା,୧୪ା୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ତରଞ୍ଜିଆ ପୋବଳ ଗାଁର ମୁଖ୍ୟ ସାଇବର ଠକେଇର ଅଭିଯୁକ୍ତ ସରୋଜ ଜେନାଙ୍କୁ କଟକ ସାଇବର ପୋଲିସ…

ସର୍ଟ ସର୍କିଟ ଯୋଗୁଁ ଚଳନ୍ତା କାରରେ ଲାଗିଗଲା ନିଆଁ, ଡ୍ରାଇଭର ଦୌଡି ଯାଇ…

ଧର୍ମଶାଳା,୧୩।୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ଷୋହଳ ନମ୍ବର ଜାତୀୟ ରାଜପଥର ସଙ୍କାରିଢିଅ ଫ୍ଲାଏ ଓଭର ବ୍ରିଜ ଉପରେ ଦୁର୍ଘଟଣା । ଏକ…

ଓଭରବ୍ରିଜ୍‌ ଉପରୁ ଖସିଲା ଆଖୁ ବୋଝେଇ ଟ୍ରକ୍‌, ଗାଡ଼ି ତଳେ କେହି ଫସିରହିଥିବା ସନ୍ଦେହ

ଧର୍ମଶାଳା,୧୨।୨(ଶିବ ପ୍ରସାଦ ମହାନ୍ତି ): ଯାଜପୁର ଜିଲା ୧୬ ନମ୍ବର ଜାତୀୟ ରାଜପଥର ଚଣ୍ଡିଖୋଲ ଆର୍‌ଟିଓ କାର୍ଯ୍ୟାଳୟ ନିକଟରେ ଓଭରବ୍ରିଜ୍‌ ଉପରୁ ଏକ ଆଖୁ ବୋଝେଇ ଟ୍ରକ୍‌…

ଯାଜପୁରରେ ଭାରତ ବନ୍ଦର ପ୍ରଭାବ: ଏଆଇଟିୟୁସି କର୍ମୀଙ୍କ ରାସ୍ତା ଅବରୋଧ, କେନ୍ଦ୍ର ସରକାରଙ୍କ…

ଧର୍ମଶାଳା,୧୨ା୨(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲାର ବିଭିନ୍ନ ସ୍ଥାନରେ ଭାରତ ବନ୍ଦର ପ୍ରଭାବ ଦେଖିବାକୁ ମିଳୁଛି । ଷୋହଳ ନମ୍ବର ଜାତୀୟ ରାଜପଥର ଚଣ୍ଡିଖୋଲ ଛକ ନିକଟରେ ବିଭିନ୍ନ…

ଯାଜପୁରରେ କୃମି ଔଷଧ ଖାଇ ୩୮ ଛାତ୍ରୀଛାତ୍ର ଅସୁସ୍ଥ

କଳିଙ୍ଗନଗର,୧୦।୨(ଶୁଭାଶିଷ ରାଉତ): ଯାଜପୁର ଜିଲା କୋରେଇ ବ୍ଲକ ଅନ୍ତର୍ଗତ ପଥରପଦା ପଞ୍ଚାୟତର ଓଚିନ୍ଦା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜାତୀୟ କୃମି ନାଶକ ଦିବସ ଅବସରରେ…

ଝୁଲିପଡିଲେ ସ୍ବାମୀ-ସ୍ତ୍ରୀ, ଅଷ୍ଟପ୍ରହରୀ ପୂଜା ସାରି ଶୋଇଥିଲେ, ହେଲେ…

ଧର୍ମଶାଳା,୧୦।୨(ଶିବପ୍ରସାଦ ମହାନ୍ତି): ଚାଲିଗଲା ଗୋଟିଏ ପରିବାରର ଦୁଇଟି ଜୀବନ । ଝୁଲନ୍ତା ଅବସ୍ଥାରେ ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇ ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି…

ବିଜେଡିକୁ ଶକ୍ତ ଝଟ୍‌କା: ଦଳରୁ ଇସ୍ତଫା ଦେଲେ ଆଉ ଜଣେ ନେତା

ଧର୍ମଶାଳା,୯।୨(ଶିବ ପ୍ରସାଦ ମହାନ୍ତି): ଆଜିକାଲି ଜଣେ ପରେ ଜଣେ ନେତା ବିଜେଡି ଛାଡୁଛନ୍ତି। ଏହି କ୍ରମରେ ସୋମବାର ବିଜୁ ଜନତା ଦଳରୁ ଇସ୍ତଫା ଦେଉଛନ୍ତି ଯାଜପୁର ଜିଲାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri