ଗରିବଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କଲା ଜିଲା ଆଦିବାସୀ ସଂଘ

ଲୋଇସିଂହା,୬ା୪(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଆଦିବାସୀ ସଂଘ ଓ ଗୋଣ୍ଡଓନା ଛାତ୍ର ସଂଘ ମିଳିତ ଆନୁକୂଲ୍ୟରେ ଲୋଇସିଂହା ଓ ହୀରାପୁର ପଞ୍ଚାୟତର ୩୦ ଗରିବ ତଥା ଅସହାୟ ପରିବାର ଲକ୍‌ଡାଉନ୍‌ ଯୋଗୁ ରୋଜଗାର ହରାଇଛନ୍ତି। ସେହି ପରିବାରକୁ ଚିହ୍ନଟ କରି ପନିପରିବା ଓ ଶୁଖିଲା ଖାଦ୍ୟ ରବିବାର ବଣ୍ଟନ କରାଯାଇଥିଲା। ଆଦିବାସୀ ସଂଘ ବ୍ଲକ ସଭାପତି କାହ୍ନୁ ପଧାନ,ବଲାଙ୍ଗୀର ଗୋଣ୍ଡଓନା ଛାତ୍ର ସଂଘ ସଭାପତି ଲଳିତ ପୁଟା,ଉପଦେଷ୍ଟା ରୁକ୍ମଣ ଧରୁଆ ସମେତ ବରିଷ୍ଠ କର୍ତ୍ତା ଗୋପାଳ ପଧାନ, ଗୋବର୍ଦ୍ଧନ ଧରୁଆ,ଚିତ୍ତରଞ୍ଜନ ଭୋଇ, ମହାଦେବ ଭୋଇ,ସାନ ମାଝି,ଲାଲମନ ନାଗ,ଶିଶିର ଧରୁଆ ପ୍ରମୁଖ ସାମିଲ ଥିଲେ।