ଗରିବଙ୍କୁ ଆହାର ଲାଗି ଜମି ବିକିଲେ

ବେଙ୍ଗାଲୁରୁ,୨୬।୪: କରୋନା ମହାମାରୀ ଯୋଗୁ ଲୋକମାନେ ଆତଙ୍କିତ ହୋଇପଡ଼ିଛନ୍ତି। ଲକ୍‌ଡାଉନ୍‌ ପରେ କାମଧନ୍ଦା ହରାଇ ଗରିବ ଲୋକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅନେକ ଲୋକ ଅନାହାର ଓ ଅର୍ଦ୍ଧାହାର ରହୁଛନ୍ତି। ଏଭଳି ସ୍ଥିତିରେ ଗରିବଙ୍କୁ ସାହାଯ୍ୟ କରିବା ଲାଗି ଆଗେଇ ଆସିଛନ୍ତି କର୍ନାଟକର ଦୁଇ ବ୍ୟବସାୟୀ। ତଜାମ୍ମୁୁଲ ପାସା ଓ ମୁଜାମ୍ମିଲ ପାସା ସମ୍ପର୍କରେ ଦୁଇ ଭାଇ ହୋଇଥିବା ବେଳେ ରାଜ୍ୟରେ ଗରିବ ଲୋକଙ୍କୁ ସହାୟତା କରିବା ଲାଗି ନିଜ ଜମିକୁ ବିକ୍ରି କରିବାକୁ ପଛାଇ ନାହାନ୍ତି। କୋଲାର ଜିଲାରେ ଥିବା ଜମିକୁ ସେମାନେ ୨୫ ଲକ୍ଷ ଟଙ୍କାରେ ବିକ୍ରି କରିଛନ୍ତି। ଏହି ଟଙ୍କାରେ ସେମାନେ ଗରିବଙ୍କ ଲାଗି ଚାଉଳ, ଗହମ, ଚିନି, ଡାଲି, ତେଲ ଭଳି ଅତ୍ୟାବଶ୍ୟକ ଖାଦ୍ୟ ଓ ଅନ୍ୟାନ୍ୟ ସାମଗ୍ରୀ କିଣି ଯୋଗାଉଛନ୍ତି। ନିଜ ଘର ପାଖରେ ଏକ ଟେଣ୍ଟକରି ରୋଷେଇ ଲାଗି ବ୍ୟବସ୍ଥା କରିଛନ୍ତି। ଗରିବ, ଅନାଥ, ଶ୍ରମିକ, ନିରାଶ୍ରୟଙ୍କୁ ଏଠାରେ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଛି।
ପିଲାବେଳୁ ଏହି ଦୁଇଭାଇଙ୍କ ବାପା-ମା’ ଆରପାରିକୁ ଚାଲିଯାଇଥିଲେ। ପିଲାଦିନ ଅଜାଆଈ ରହୁଥିବା କୋଲାରରେ ରହି ସେମାନେ ବଡ଼ ହୋଇଛନ୍ତି। ଗରିବୀକୁ ଅତି ନିକଟରୁ ସେମାନେ ଦେଖିଛନ୍ତି। ବିଭିନ୍ନ ଧର୍ମ, ଜାତିର ଲୋକ ଏଥିଲାଗି ସେମାନଙ୍କୁ ସହଯୋଗ କରିଆସିଛନ୍ତି ବୋଲି କହିଛନ୍ତି ତଜାମ୍ମୁୁଲ। ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ସେମାନଙ୍କ ମୁହଁରେ ଟିକେ ହସ ଦେଖିବାକୁ ସେମାନେ ପ୍ରୟାସ କରିଥିବା କହିଛନ୍ତି ସେ। ଏଠାକାର ଲୋକମାନଙ୍କ ଲାଗି କେବଳ ଖାଦ୍ୟ ଓ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଯାଉନି, ବରଂ ସାନିଟାଇଜର, ମାସ୍କ ଆଦି ମଧ୍ୟ ଯୋଗାଇ ଦିଆଯାଇଥିବା ତଜାମ୍ମୁୁଲ ପ୍ରକାଶ କରିଛନ୍ତି। ୩ ହଜାର ଗରିବଙ୍କ ଲାଗି ସମସ୍ତ ସହଯୋଗ କରାଯାଉଛି ଓ କୋଲାର ପ୍ରଶାସନ ପକ୍ଷରୁ ସମସ୍ତ ସହଯୋଗ କରାଯାଇଥିବା ସେ କହିଛନ୍ତି। ଜଣେ ବନ୍ଧୁଙ୍କ ସହ ଜମିବିକ୍ରି ନେଇ ବଣ୍ଡ୍‌ ସାଇନ୍‌ ସରିଛି ଓ ଲକ୍‌ଡାଉନ୍‌ ପରେ ବାକିଥିବା କାମ ଶେଷ କରାଯିବ ବୋଲି ସେ କହିଛନ୍ତି।
ଭାରତରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ି ୨୫ ହଜାର ଟପିଥିବା ବେଳେ ୭୯୪ ଜଣ ପ୍ରାଣ ହରାଇଲେଣି। କର୍ନାଟକରେ ୫୦୦ରୁ ଅଧିକ ଭୂତାଣୁ ଆକ୍ରାନ୍ତ ଚିହ୍ନଟ ହେଲେଣି। ପ୍ରତିଦିନ ଏହି ସଂଖ୍ୟା ବଢ଼ି ବଢ଼ି ଚାଲିଛି। ଲୋକମାନଙ୍କ ସମସ୍ୟା ମଧ୍ୟ ଦ୍ୱିଗୁଣିତ ହେଉଛି। ତେବେ ଗରିବଙ୍କ ମୁହଁରେ ହସ ଫୁଟାଇବା ଲାଗି ଦୁଇଭାଇ କରିଥିବା ପ୍ରୟାସକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri