ଗରାଏ ପାଣିକୁ ୧୦ଟଙ୍କା

ରାୟଗଡା ଅଫିସ୍‌, ୧୭।୫: ରାୟଗଡା ସହରର ରୟତ କଲୋନୀରେ ୧୩ଟି ଲେନ ରହିଛି। ୧୩ଟି ଲେନ ମଧ୍ୟରୁ ପ୍ରଥମ, ଦ୍ୱିତୀୟ, ତୃତୀୟ ଓ ଚତୁର୍ଥ ଲେନରେ ଜଳ ଯୋଗାଣ ସହରର ଅନ୍ୟ ଅଞ୍ଚଳ ଭଳି ସ୍ବାଭାବିକ ରହିଛି। ହେଲେ ପଞ୍ଚମ ଠାରୁ ତ୍ରୟୋଦଶ ଲେନ ପର୍ଯ୍ୟନ୍ତ ସବୁ ଗଳିରେ ପାନୀୟ ଜଳର ସମସ୍ୟା ଦେଖାଦେଇଛି। ଏହି ୧୩ଟି ଲେନରେ ରହୁଥିବା ୩ହଜାରରୁ ଊର୍ଦ୍ଧ୍ୱ ଜନସଂଖ୍ୟା ପାଣି ଟୋପାଏ ପାଇଁ ନା ନା ସଂଗ୍ରାମ କରୁଛନ୍ତି। ପ୍ରତିଦିନ ରାତିପାହିଲେ ସେମାନଙ୍କ ସଂଗ୍ରାମ ଅସରନ୍ତି ହୋଇପଡିଛି । ଏହାର ମୂଳ କାରଣ ହେଲା ୪ବର୍ଷ ହେବ ଏଠାରେ ଥିବା ପମ୍ପହାଉସ ଅଚଳ। ଫଳରେ ଲୋକେ ଗରାଏ ପାଣିକୁ ୧୦ ଟଙ୍କାରେ କିଣିବାକୁ ବାଧ ହେଉଛନ୍ତି ।
୧୯୯୩ ଓ ୨୦୧୮ରେ ରୟତ କଲୋନୀର ୧୩ଟି ଲେନ ପାଇଁ ଗୋଟିଏ ଲେଖାଏଁ ପମ୍ପ ହାଉସ୍‌ ନିର୍ମାଣ ହୋଇଥିଲା। ୧୯୯୩ରେ ନିର୍ମିତ ପମ୍ପହାଉସ୍‌ ସମସ୍ତ ଲେନକୁ ଜଳ ଯୋଗାଣ କରୁଥିଲା। ହେଲେ ଗୋଟିଏ ପମ୍ପହାଉସ ସମସ୍ତ ଅଞ୍ଚଳକୁ ଜଳ ଯୋଗାଣ କରିବାରେ ଅଧିକ ଚାପ ହେବାରୁ ୨୦୧୮ରେ ନୂତନ ପମ୍ପହାଉସ ନିର୍ମାଣ କରାଗଲା। ଏହା ପୂର୍ବରୁ ପୁରୁଣା ପମ୍ପ ହାଉସଟି ୨୦୧୫ ରୁ ଅଚଳ ହୋଇଯାଇଛି । ନୂତନ ପମ୍ପହାଉସ ୪ଟି ଲେନକୁ ସମ୍ପୂର୍ଣ୍ଣ ରୂପେ ଜଳ ଯୋଗାଣ କରିପାରୁଛି । ହେଲେ ଅନ୍ୟ ୯ଟି ଲେନକୁ ଜଳ ଯୋଗାଣ କରିପାରୁନାହିଁ । ଗୋଟିଏ ପମ୍ପହାଉସରୁ ଏତେ ଅଞ୍ଚଳକୁ ଜଳ ଯୋଗାଣ କରିବା ମଧ୍ୟ ସମ୍ଭବପର ନୁହେଁ। ତେବେ ଦୂରଦୃଷ୍ଟି ଅଭାବରୁ ପିଏଚ୍‌ଡି କର୍ତ୍ତୃପକ୍ଷ ଠିକଭାବେ ୨ଟି ପମ୍ପହାଉସ ନିର୍ମାଣ କରିପାରିନାହଁାନ୍ତି । ରାଜନୈତିକ ଚାପରେ ଇଚ୍ଛା ମୁତାବକ ପମ୍ପ ହାଉସ ସ୍ଥାପନ କରାଯାଇଛି । ଫଳରେ ବର୍ତ୍ତମାନ ଘୋର ଜଳ ସମସ୍ୟା ଉକ୍ତ ଅଞ୍ଚଳରେ ଦେଖାଦେଇଛି । ଲୋକେ ପାଣି ପାଇ ନ ପାରି ୧୦ଟଙ୍କା ଦେଇ ଗରାଏ ପାଣି କିଣୁଛନ୍ତି । ରୟତକଲୋନୀକୁ ଲାଗି ରହିଥିବା ଅନ୍ୟ ଏକ ବସ୍ତିରୁ ପାଣି କିଣି ଶୋଷ ମେଣ୍ଟାଉଛନ୍ତି । ଗାଧୋଇବା ଠାରୁ ଆରମ୍ଭକରି ନିତ୍ୟ ବ୍ୟବହାର୍ଯ୍ୟ ପାଇଁ ଆବଶ୍ୟକ ପାଣି ପାଇ ନ ପାରି ମହିଳାମାନେ ଛଟପଟ ହେଉଥିବା ପ୍ରକାଶ କରିଛନ୍ତି । ସାହିରେ ଯେଉଁ ଷ୍ଟାଣ୍ଡପୋଷ୍ଟ ରହିଛି ତାହା କେବଳ ନାମକୁମାତ୍ର ରହିିଛି । ସେହିଭଳି ଘରକୁ ପାଇପ୍‌ ଜଳ ଯୋଗାଣ ଧର୍ମକୁ ଆଖିଠାର ସଦୃଶ୍ୟ ପାଲଟିଛି। ଜଳ ସମସ୍ୟା ନେଇ ସାହିବାସିନ୍ଦା ବାରମ୍ବାର ପିଏଚ୍‌ଡି କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁ ନ ଥିବା ଅଭିଯୋଗ କରିଛନ୍ତ। କେବଳ ପାଇପ୍‌ ଜଳ ଯୋଗାଣ କଥା ନୁହେଁ ପିଏଚ୍‌ଡି ପକ୍ଷରୁ ଯେଉଁ ନଳକୂପ ଖନନ ହୋଇଛି ତାହା ମଧ୍ୟ କାମ କରୁନାହିଁ । ବର୍ଷାଧିକ କାଳ ହେବ ୭ଟି ନଳକୂପ ଅଚଳ ହୋଇ ପଡିରହିଛି । ନଳକୂପ ଗୁଡିକ ଖନନ ପରେ ତାହାର ରକ୍ଷଣାବେକ୍ଷଣ ଓ ମରାମତି କରାଯାଇ ନ ଥିବା ସାହିବାସିନ୍ଦା ସୂଚନା ଦେଇଛନ୍ତି। ଫଳରେ ଅଚଳ ନଳକୂପରେ ଲୋକେ ଗାଈଗୋରୁ ବାନ୍ଧୁଛନ୍ତି । ପଞ୍ଚମ, ଷଷ୍ଠ ଓ ସପ୍ତମ ଲେନକୁ ଯେଉଁ ଅଳ୍ପ ମାତ୍ରାରେ ପମ୍ପ ହାଉସ୍‌ରୁ ଜଳ ଯୋଗାଣ ହେଉଛି ତାହା ଗୋଟିଏ ପରିବାର ପାଇଁ ଆବଶ୍ୟକତାର ମାତ୍ର ୨୦ରୁ ୨୫ପ୍ରତିଶତ। ପିଏଚ୍‌ଡି କର୍ତ୍ତୃପକ୍ଷ ଏଥିପ୍ରତି ଗୁରୁତ୍ୱ ଦେଇ ରୟତକଲୋନୀର ଜଳ ଯୋଗାଣ ସମସ୍ୟା ଦୂର କରିବା ନେଇ ଦାବି ହୋଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ବାହାରେ ବୁଲିବା ପଡ଼ିଲା ମହଙ୍ଗା

ଗୁଡ଼ାରି,୧୧।୪ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବ୍ଲକର ବିଭିନ୍ନ ବିଦ୍ୟାଳୟର ୧୩ଜଣ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ କାରଣ ଦର୍ଶାଅ…

ଗୁଳି ଖାଇବୁ ପଛେ ଜମି ଦେବୁନାହିଁ: ରୋକଠୋକ୍‌ ଶୁଣାଇ ଦେଲେ ଅଞ୍ଚଳବାସୀ

ରାୟଗଡ଼ା/କଲ୍ୟାଣସିଂହପୁର,୧୧।୪(ଆଶିଷ ରଞ୍ଜନ ପଣ୍ଡା/ଦୀପକ କୁମାର ପରିଡ଼ା):ରାୟଗଡ଼ା ଜିଲା କାଶୀପୁର ବ୍ଲକ ସିଜିମାଳି ବକ୍ସାଇଟି ଖଣିକୁ ବେଦାନ୍ତ ପକ୍ଷରୁ ଗତ ମଙ୍ଗଳବାର ରାସ୍ତା ନିର୍ମାଣ ଉଦ୍ୟମ ଆରମ୍ଭ ହୋଇଥିଲା।…

ଲକ୍ଷ୍ୟଠାରୁ ଦୂରରେ ଏଜୁକେଶନ କମ୍ପ୍ଲେକ୍ସ, ଧରିତ୍ରୀରେ ଖବର ପ୍ରକାଶ ପରେ ପ୍ରଶାସନ ତତ୍ପର

ଗୁଣପୁର,୯।୪(ସଂକେତ ପାତ୍ର): ଦୁର୍ଗମ ଆଦିବାସୀ ଅଞ୍ଚଳରେ ଶିକ୍ଷାର ଉନ୍ନତି ଲକ୍ଷ୍ୟରେ ପ୍ରାୟ ୫ କୋଟି ଟଙ୍କା ବ୍ୟୟରେ ଗୁଣପୁର ବ୍ଲକ୍‌ ଅନ୍ତର୍ଗତ ଲାଞ୍ଜିଆ ସୌରା ଅଞ୍ଚଳର ଆବଡ଼ାରେ…

ବିବାହ ଭୋଜିରୁ ଫେରୁଥିବାବେଳେ ଅଘଟଣ: ଜଣେ ମୃତ,୨ ଗୁରୁତର

ମୁନିଗୁଡ଼ା,୯।୪ (ନନ୍ଦ କିଶୋର ପଟ୍ଟନାୟକ): ମୁନିଗୁଡା ଥାନା ଅନ୍ତର୍ଗତ ଲିଟିଗୁଡା ଛକ ନିକଟରେ ଗୁରୁବାର ଦୁଇ ବାଇକ ମୁହାମୁହିଁ ଧକ୍କା ହୋଇଛି। ଫଳରେ ଘଟଣାସ୍ଥଳରେ ଜଣକର ମୃତ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

କଲ୍ୟାଣସିଂହପୁର ବ୍ଲକ୍‌ରେ ବଳ ଦେଖାଇଲା ଭାଜପା: ବାଇକ୍‌ରେ କର୍ମୀ

କଲ୍ୟାଣସିଂହପୁର,୮।୪ (ଦୀପକ କୁମାର ପରିଡ଼ା)ରାୟଗଡ଼ା କଲ୍ୟାଣସିଂହପୁର ବ୍ଲକ୍‌ରେ ଭାଜପାର ୪୭ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଭାଜପା ମଣ୍ଡଳ ସଭାପତି ଅଜିତ ପାଣିଗ୍ରାହୀଙ୍କ ନେତୃତ୍ୱରେ…

କାଳବୈଶାଖୀରେ ଭାଙ୍ଗିବା ଘର କ୍ଷତିଗ୍ରସ୍ତ ପରିବାରଙ୍କୁ ଭେଟିଲା ବ୍ଲକ୍‌ ପ୍ରଶାସନ

ଗୁଡାରି,୮।୪ (ପ୍ରମୋଦ କୁମାର ପତି ):ରାୟଗଡା ଜିଲା ଗୁଡାରି ବ୍ଲକର ବିଭିନ୍ନ ସ୍ଥାନରେ ସୋମବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ଜୋରରେ ପନ ବୋହିବା ସହ କୁଆପଥର ବର୍ଷା…

ସିଜିମାଳି ଖଣିରେ ରାସ୍ତା ନିର୍ମାଣକୁ ନେଇ ତୁମୁଳକାଣ୍ଡ: ଗ୍ରାମବାସୀ-ପୋଲିସ ମୁହାଁମୁହିଁ, ୧୦୦ରୁ ଊର୍ଦ୍ଧ୍ୱ ଆହତ,ଗିରଫ ଭୟରେ…

ରାୟଗଡ଼ା,୭।୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ସିଜିମାଳି ପାହାଡରେ ରାସ୍ତା ନିର୍ମାଣକୁ ନେଇ ସମଗ୍ର ଅଞ୍ଚଳ ଅଶାନ୍ତ ହୋଇପଡିଛି। ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କରି କାଶୀପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri