ଗମ୍ଭୀର ସ୍ଥିତିରେ ଅର୍ଥ ବ୍ୟବସ୍ଥା:ତ୍ୱରିତ ପଦକ୍ଷେପ ନେବାକୁ ଆଇଏମ୍‌ଏଫ୍‌ର ପରାମର୍ଶ

ଓ୍ବାଶିଂଟନ,୨୫ା୧୨:ଭାରତୀୟ ଅର୍ଥ ବ୍ୟବସ୍ଥା ଏବେ ଗମ୍ଭୀର ସ୍ଥିତିରେ ରହିଛି। ଏହି ସମୟରେ ସରକାର ନୀତିଗତ ଭାବେ ତ୍ୱରିତ ପଦକ୍ଷେପ ନେବାର ଆବଶ୍ୟକତା ରହିଛି। ଭାରତ ବିଶ୍ୱ ଅଭିବୃଦ୍ଧିର ପ୍ରମୁଖ ଇଞ୍ଜିନ ହୋଇଥିବାରୁ ସରକାର ଏହାକୁ ଧ୍ୟାନରେ ରଖି ପଦକ୍ଷେପ ନେବାକୁ ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି(ଆଇଏମ୍‌ଏଫ୍‌) ମଙ୍ଗଳବାର ପରାମର୍ଶ ଦେଇଛି। ନିବେଶ ଏବଂ ଚାହିଦା କମିବା, ରାଜସ୍ବ ହ୍ରାସ ଭଳି ଅନ୍ୟ ପ୍ରମୁଖ କାରଣ ଯୋଗୁ ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ଭାରତୀୟ ଅର୍ଥ ବ୍ୟବସ୍ଥାରେ ଗତି ମନ୍ଥର ହୋଇଥିବା ଆଇଏମ୍‌ଏଫ୍‌ ଏହାର ବାର୍ଷିକ ସମୀକ୍ଷାରେ ପ୍ରକାଶ କରିଛି।
ନିୟୁତାଧିକ ଲୋକଙ୍କୁ ଦାରିଦ୍ର୍ୟରୁ ବାହାରକୁ ଆଣିବା ପରେ ଭାରତ ଏବେ ମାନ୍ଦାବସ୍ଥା ଦେଇ ଗତି କରୁଥିବା ଆଇଏମ୍‌ଏଫ୍‌ର ଏସିଆ ପାସିଫିକ ବିଭାଗ ରନିଲ ସାଲଗାଡୋ କହିଛନ୍ତି। ଭାରତ ଦ୍ରୁତ ଅଭିବୃଦ୍ଧି ପଥକୁ ଫେରିବାକୁ ହେଲେ ଜରୁରୀ ଭିତ୍ତିରେ ନୀତିଗତ ପଦକ୍ଷେପ ନେବାକୁ ହେବ। ଏଭଳି ସ୍ଥିତିରେ ଉଚ୍ଚ ହାରର ଋଣ ଏବଂ ଋଣ ଉପରେ ସୁଧ ପ୍ରଦାନ ଯୋଗୁ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବା ଲାଗି ସରକାରଙ୍କ ପାଖରେ ବହୁତ କମ୍‌ ସୁଯୋଗ ରହିଥିବା ସେ ମତ ରଖିଛନ୍ତି। ଆସନ୍ତା ମାସରେ ଆଇଏମ୍‌ଏଫ୍‌ ଏହାର ଓ୍ବାର୍ଲଡ ଇକୋନୋମିକ ଆଉଟଲୁକ ପ୍ରକାଶ କରିବ। ଏହା ଭାରତର ବିକାଶ ହାରକୁ କମ୍‌ କରିବା ନେଇ ପୂର୍ବରୁ ଆଇଏମ୍‌ଏଫ୍‌ ମୁଖ୍ୟ ଅର୍ଥନୀତିଜ୍ଞ ଗୀତା ଗୋପୀନାଥ ନିକଟରେ ଆଭାସ ଦେଇଥିଲେ। ଭାରତର ବିକାଶ ହାର ଲଗାତର ଭାବେ ଖସୁଥିବାରୁ ରେଟିଂ କମିବା ନେଇ ଆଇଏମ୍‌ଏଫ୍‌ ପକ୍ଷରୁ କୁହାଯାଇଛି।
ଚଳିତ ବର୍ଷ ଅକ୍ଟୋବରରେ ଭାରତର ବିକାଶ ହାରକୁ ଆଇଏମ୍‌ଏଫ୍‌ ୬.୧%କୁ କମାଇଛି। ସେହିଭଳି ୨୦୨୦ରେ ଭାରତର ଅଭିବୃଦ୍ଧି ହାର ୭% ରହିବା ନେଇ ଏହା ପୂର୍ବାନୁମାନ କରିଛି। ଯଦି ମାନ୍ଦାବସ୍ଥା ଲାଗି ରହେ ତେବେ ଭାରତର କେନ୍ଦ୍ରୀୟ ବ୍ୟାଙ୍କ ପୁଣି ଥରେ ଏହାର ରେପୋ ହାରକୁ କମାଇପାରେ ବୋଲି ସାଲଗାଡୋ ମତ ରଖିଛନ୍ତି। ଚଳିତ ବର୍ଷ ରିଜର୍ଭ ବ୍ୟାଙ୍କ ଲଗାତର ଭାବେ ୫ମ ଥର ଲାଗି ରେପୋ ହ୍ରାସ କରିଥିଲା। ହେଲେ ଦରଦାମ ବଢିବା ଯୋଗୁ ଏହା ରେପୋ ହ୍ରାସ ଧାରାରେ ବିରତି ଦେଇଛି। ଚାହିଦା ଏବଂ ମାନୁଫାକଚରିଂ କାର୍ଯ୍ୟକଳାପ କମିବା ଯୋଗୁ ଦେଶର ବିକାଶ ହାର ପୂର୍ବାନୁମାନକୁ ରିଜର୍ଭ ବ୍ୟାଙ୍କ ୬.୧%ରୁ ୫%କୁ କମାଇ ଦେଇଛି। ଚଳିତ ବର୍ଷ ଜୁଲାଇ-ସେପ୍ଟେମ୍ବର ତ୍ରୈମାସରେ ଦେଶର ଅଭିବୃଦ୍ଧି ହାର ୬ ବର୍ଷର ସର୍ବନିମ୍ନ ସ୍ତର ୪.୫%କୁ ଖସିଛି। ଏହା ଗୋଟିଏ ବର୍ଷ ତଳେ ୭% ରହିଥିବା ସରକାରୀ ତଥ୍ୟରୁ ଜଣାପଡିଛି। ସାଲ୍‌ଗାଡୋ କହିଛନ୍ତି, ଭାରତ ସରକାର ସଂସ୍କାର ଧାରା ତ୍ୱରାନ୍ବିତ କରିବା ଆବଶ୍ୟକ। ଅର୍ଥ ବ୍ୟବସ୍ଥାକୁ ଋଣ ଯୋଗାଣ ଲାଗି ଦେଶର ଆର୍ଥତ୍କ କ୍ଷେତ୍ର ସ୍ବାସ୍ଥ୍ୟକୁ ଉନ୍ନତ କରିବା ଦିଗରେ କାର୍ଯ୍ୟ କରିବାକୁ ସେ ସରକାରଙ୍କୁ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

‘ଆମ ଆଙ୍ଗୁଠି ଏବେବି ଟ୍ରିଗର ଉପରେ ଅଛି…’, ପାକିସ୍ତାନରେ ଆମେରିକା ସହିତ ବୈଠକ ପୂର୍ବରୁ ଇସ୍ରାଏଲକୁ ଖୋଲା ଧମକ ଦେଇଛି ଇରାନ

ତେହରାନ,୯।୪: ଶୁକ୍ରବାର (୧୦ ଏପ୍ରିଲ) ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବାକୁ ଯାଉଛି। ଏହା ପୂର୍ବରୁ, ଇରାନ ଇସ୍ରାଏଲକୁ ଏକ ଧମକ…

ଇରାନର ଚେତାବନୀ ମଧ୍ୟରେ ନେତାନ୍ୟାହୁଙ୍କ ବଡ଼ ଘୋଷଣା, ଆକ୍ସନରେ ଇସ୍ରାଏଲ

ତେହରାନ,୯।୪: ଇରାନ ସହିତ ଚାଲିଥିବା ଉତ୍ତେଜନା ଏବଂ ଯୁଦ୍ଧବିରତି ପାଇଁ ପ୍ରୟାସ ମଧ୍ୟରେ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ସ୍ପଷ୍ଟ କରିଛନ୍ତି ଯେ ହିଜବୋଲା ବିରୁଦ୍ଧରେ ସାମରିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri