ଗତ ୨୪ ଘଣ୍ଟାରେ ୮୭ ପୋଲିସ କରୋନା ପଜିଟିଭ

ମୁମ୍ବାଇ,୨୪।୫: ମହାରାଷ୍ଟ୍ରରେ କରୋନା ସଂକ୍ରମଣ ସ୍ଥିତି ବେଳକୁ ବେଳ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ତେବେ ଗତ ୨୪ ଘଣ୍ଟା ମଧ୍ୟରେ ୮୭ ଜଣ ପୋଲିସ କରୋନାରେ ସଂକ୍ରମିତ ହେବା ଜଣାପଡିବା ପରେ ଚିନ୍ତା ଆହୁରି ବଢିଯାଇଛି। ଏହାକୁ ମିଶାଇ ମହାରାଷ୍ଟ୍ରରେ ଏପର୍ଯ୍ୟନ୍ତ ୧,୭୫୮ ଜଣ ପୋଲିସ କରୋନାରେ ସଂକ୍ରମିତ ହେଲେଣି। ଏମାନଙ୍କ ମଧ୍ୟରୁ ୧୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬୭୩ ଜଣ ସୁସ୍ଥ ହୋଇସାରିଲେଣି ଓ ଅବଶିଷ୍ଟଙ୍କର ଚିକିତ୍ସା ଚାଲିଛି। ସୂଚନାଯୋଗ୍ୟ , ଏବେ ମହାରାଷ୍ଟ୍ରରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ରହିଛି ୪୭,୧୯୦। ଯାହା ପ୍ରଶାସନ ପାଇଁ ଚିନ୍ତାର କାରଣ ପାଲଟି ଯାଇଛି।

Share