ଗଣ୍ଠି ସମସ୍ୟାର ପ୍ରାକୃତିକ ଉପଚାର

”ବୃଦ୍ଧାବସ୍ଥାରେ ବା ବୟସ ବଢ଼ିବା ସଙ୍ଗେ ସଙ୍ଗେ ହାଡ଼ରେ କିମ୍ବା ଗଣ୍ଠିଗୁଡ଼ିକରେ ଅଧିକ ସମସ୍ୟା ଦେଖାଯାଏ ଏବଂ ଦରଜ ଓ ବିନ୍ଧାବିନ୍ଧି ଗମ୍ଭୀର ହୋଇଥାଏ। ସନ୍ଧିବାତ ବୃଦ୍ଧାବସ୍ଥାରେ ସାମାନ୍ୟ ସମସ୍ୟା । ବୟସ ବଢ଼ିବା ସଙ୍ଗେ ସଙ୍ଗେ ଅସ୍ଥି ସନ୍ଧିଗୁଡ଼ିକରେ ଘର୍ଷଣ ହୋଇ ଅସ୍ଥି କ୍ଷୟ ଏବଂ ଏହି ଘର୍ଷଣରେ ସାହାଯ୍ୟ କରୁଥିବା ତରଳ ପଦାର୍ଥ ଧୀରେ ଧୀରେ କମ୍‌ ହୋଇ ଫଳସ୍ବରୂପ ସନ୍ଧିଗୁଡ଼ିକୁ ଶୁଷ୍କ କରି ଦେଇଥାଏ। ପରିଣାମ ସ୍ବରୂପ ଚଲାବୁଲା କଲେ କଷ୍ଟ ହୁଏ ଏବଂ ସାମାନ୍ୟ ଦିନଚର୍ଯ୍ୟାରେ ଏହାର ଗତିବିଧି ଉପରେ ବାଧା ଉତ୍ପନ୍ନ ହୁଏ।“

ଅଗ୍ନି, ଜଳ, ଗଗନ, ସମୀର-ଏହି ପଞ୍ଚତତ୍ତ୍ୱରେ ଶରୀର ତିଆରି ହୋଇଛି। ପ୍ରକୃତିର ଏହି ପଞ୍ଚତତ୍ତ୍ୱର ପ୍ରୟୋଗ ଦ୍ୱାରା କରାଯାଉଥିବା ଚିକିତ୍ସାକୁ ପ୍ରାକୃତିକ ଚିକିତ୍ସା କୁହାଯାଏ। ପୃଥିବୀ ତତ୍ତ୍ୱରୁ ଉତ୍ପନ୍ନ ମାଟି, ଅଗ୍ନି/ତାପ ବା ସୂର୍ଯ୍ୟକିରଣର ଚିକିତ୍ସା, ଜଳ ତତ୍ତ୍ୱ ଦ୍ୱାରା ଜଳ ଚିକିତ୍ସା, ଗଗନ ତଥା ସମୀର ଦ୍ୱାରା ଆହାର ବିହାର ଚିକିତ୍ସାକୁ ପ୍ରାକୃତିକ ଚିକିତ୍ସା କୁହାଯାଏ। ପ୍ରାକୃତିକ ଉପଚାର ନିରାପଦ ହୋଇଥାଏ ଏବଂ ଏହାର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ନ ଥାଏ। ଗଣ୍ଠି ବିନ୍ଧିବା ବା ଦରଜ ହେବା ବୃଦ୍ଧାବସ୍ଥାରେ ଏକ ସାଧାରଣ ସମସ୍ୟା, ଠିକ୍‌ ଯେମିତି ବୃଦ୍ଧାବସ୍ଥା ଆମ ଜୀବନର ଏକ ନିଶ୍ଚିତ ଭାଗ । ବୃଦ୍ଧମାନଙ୍କୁ ସବୁବେଳେ ଗଣ୍ଠି ପୀଡ଼ା ବିଷାଦଗ୍ରସ୍ତ କରାଏ। ଏହା ଛୋଟ ଗଣ୍ଠି ହୋଇପାରେ ବଡ଼ ଗଣ୍ଠି ବି ହୋଇପାରେ। ଚିକିତ୍ସା ଦୃଷ୍ଟିରୁ ଯଦି ଦେଖାଯାଏ ତେବେ ଗଣ୍ଠିପୀଡ଼ାର କେତେକ କାରଣ ହୋଇପାରେ। ଏହା ସନ୍ଧିବାତ, ଆମବାତ, ଗଣ୍ଠିବାତ, ଗଠିୟା ହୋଇଥାଏ। ଆୟୁର୍ବେଦ ଅନୁସାରେ ବୃଦ୍ଧାବସ୍ଥାରେ ବାତ ପ୍ରାଧାନ୍ୟ ହୋଇଥାଏ ତଥା ହାଡ଼ ଏବଂ ଏହାର ଅନ୍ୟାନ୍ୟ ସନ୍ଧିରେ ବାତର ସଞ୍ଚରଣ ବିଶେଷ ସ୍ଥାନ ନେଇଥାଏ। ବୃଦ୍ଧାବସ୍ଥାରେ ବା ବୟସ ବଢ଼ିବା ସଙ୍ଗେ ସଙ୍ଗେ ହାଡ଼ରେ କିମ୍ବା ଗଣ୍ଠଗୁଡ଼ିକରେ ଅଧିକ ସମସ୍ୟା ଦେଖାଯାଏ ଏବଂ ଦରଜ ଓ ବିନ୍ଧାବିନ୍ଧି ଗମ୍ଭୀର ହୋଇଥାଏ। ସନ୍ଧିବାତ ବୃଦ୍ଧାବସ୍ଥାରେ ସାମାନ୍ୟ ସମସ୍ୟା। ବୟସ ବଢ଼ିବା ସଙ୍ଗେ ସଙ୍ଗେ ଅସ୍ଥି ସନ୍ଧିଗୁଡ଼ିକରେ ଘର୍ଷଣ ହୋଇ ଅସ୍ଥି କ୍ଷୟ ଏବଂ ଏହି ଘର୍ଷଣରେ ସାହାଯ୍ୟ କରୁଥିବା ତରଳ ପଦାର୍ଥ ଧୀରେ ଧୀରେ କମ୍‌ ହୋଇ ଫଳସ୍ବରୂପ ସନ୍ଧିଗୁଡ଼ିକୁ ଶୁଷ୍କ କରି ଦେଇଥାଏ। ପରିଣାମ ସ୍ବରୂପ ଚଲାବୁଲା କଲେ କଷ୍ଟ ହୁଏ ଏବଂ ସାମାନ୍ୟ ଦିନଚର୍ଯ୍ୟାରେ ଏହାର ଗତିବିଧି ଉପରେ ବାଧା ଉତ୍ପନ୍ନ ହୁଏ। ଗଣ୍ଠି ପୀଡ଼ା ଏବଂ ଦରଦ ନିବାରଣ ଏବଂ ନିୟନ୍ତ୍ରଣ ହେତୁ ନିମ୍ନବର୍ଣ୍ଣିତ ପ୍ରାକୃତିକ ଉପାୟକୁ ସଫଳତା ପୂର୍ବକ ପ୍ରୟୋଗ କରାଯାଇଥାଏ।
ଆହାର ବ୍ୟବସ୍ଥା: ପୌଷ୍ଟିକ ଏବଂ ସନ୍ତୁଳିତ ଆହାର ପ୍ରତ୍ୟେକ ବ୍ୟକ୍ତି ପାଇଁ ମହତ୍ତ୍ୱପୂର୍ଣ୍ଣ । ବିଶେଷତଃ ଯେତେବେଳେ ଶରୀର ରୋଗଗ୍ରସ୍ତ ତଥା ଅନାବଶ୍ୟକ ରୂପେ ପୀଡ଼ିତ ହୋଇଥାଏ ଏବଂ ଗଣ୍ଠି ପୀଡ଼ା ବଢ଼ି ବଢ଼ି ଚାଲିଥାଏ ସେତେବେଳେ ଦିନଚର୍ଯ୍ୟା ତଥା ଅନ୍ୟ ଗତିବିଧି ଉପରେ ଅନେକ ପ୍ରଭାବ ପଡ଼ିଥାଏ। ଯଦି ପ୍ରାରମ୍ଭରୁ ଆପଣ ନିଜ ଆହାର ବ୍ୟବହାର ପ୍ରତି ଧ୍ୟାନ ଦେଇଥାନ୍ତି ସେମାନେ ଏ ପ୍ରକାର ସ୍ଥିତିରୁ ଉତ୍ପନ୍ନ କଷ୍ଟରୁ ମୁକ୍ତି ପାଇଥାନ୍ତି। ଜଣେ ବ୍ୟକ୍ତି ସବୁବେଳେ ଭିନ୍ନ ଭିନ୍ନ ଆହାର ଗ୍ରହଣ କରିବା ଦରକାର। ଅର୍ଥାତ୍‌ ଭିନ୍ନ ଭିନ୍ନ ଚାଉଳ, ଭିନ୍ନ ଭିନ୍ନ ଡାଲି, ଭିନ୍ନ ଭିନ୍ନ ପରିବାର ପ୍ରୟୋଗ ଶରୀର ତତ୍ତ୍ୱକୁ ଭରପୂର ରଖିବାକୁ ଚେଷ୍ଟ କରିଥାଏ। ମାଂସ, ମାଛ, ଅଣ୍ଡା ଓ ଦୁଗ୍ଧ ଜାତୀୟ ଖାଦ୍ୟ ଅପେକ୍ଷାକୃତ କମ୍‌ କରିବା ଉଚିତ। ଯଦି ଆମବାତ ତେବେ ଚାଉଳ, ଦହି, ମାଖନ, ମଲାଇ ଆଦି କଫ୍‌ବର୍ଦ୍ଧକ ଖାଦ୍ୟ କମ୍‌ ଖାଇବା ଉଚିତ, ଯେତେ ସମ୍ଭବ ତ୍ୟାଗ କଲେ ଭଲ। ମାଛରେ ଓମେଗା-୩ ଯାହା ଫାଟି ଏସିଡ୍‌ରେ ଭରି ରହିଥାଏ ତାକୁ ଖାଇଲେ ସନ୍ଧିରେ ଥିବା ଫୁଲା କମ୍‌ ହୁଏ। ତେଣୁ ସପ୍ତାହକୁ ଦୁଇ ଥର ମାଛ ଖାଇପାରିବ। ପ୍ରତ୍ୟେକ ଦିନ ସେଓ ଖାଇବା ଉଚିତ। ସେଓରେ ଖଣିଜତତ୍ତ୍ୱ ଅତ୍ୟଧିକ ମାତ୍ରାରେ ମିଳିଥାଏ, ଯାହା ଅସ୍ଥି ଏବଂ ଗଣ୍ଠଗୁଡ଼ିକୁ ସୁସ୍ଥ ରଖିଥାଏ ଏବଂ ସୁସ୍ଥ ରଖିବା ପାଇଁ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ପ୍ରତ୍ୟେକ ଦିନ ସେଓ ଖାଇଲେ କ୍ୟାଲସିୟମ କ୍ରିୟାଶୀଳତାରେ ଏହା ସହାୟକ ହୋଇଥାଏ। ଦେଖାଯାଏ ଯେ ଯେଉଁ ଶରୀରରେ ୧ ମି.ଗ୍ରା.ରୁ କମ୍‌ ବୋରୋନ୍‌ ଥାଏ ସେ ସନ୍ଧିବାତର କଷ୍ଟ ଅଧିକ ପାଇଥାଏ। ତେଣୁ ପ୍ରତ୍ୟେକ ଦିନ ସେଓ ଖାଇଲେ ସେଥିରୁ ମୁକ୍ତି ମିଳେ। ସେଓକୁ ଛାଡ଼ିଲେ ବ୍ରୋକୋଲି, ଶାଗ, ନାସ୍‌ପାତି, ଅଙ୍ଗୁର ଓ ଡାଲିରୁ ମଧ୍ୟ ବୋରୋନ୍‌ ମିଳିଥାଏ। ଗାଜରରୁ ଫସ୍‌ଫରସ୍‌ ପ୍ରଚୁର ମାତ୍ରାରେ ମିଳିଥାଏ ଏବଂ କ୍ୟାଲ୍‌ସିୟମକୁ କାର୍ଯ୍ୟକାରୀ କରାଇଥାଏ। ଖଟା ଫଳ ଖାଇଲେ ରକ୍ତବାହିନୀଗୁଡ଼ିକ ସତେଜ ରହିଥାନ୍ତି। ଏହାଦ୍ୱାରା ଯଦି ଫୁଲା ଥାଏ ତାହା କମି ସନ୍ଧିଗୁଡ଼ିକରେ ଦୃଢ଼ତା ଆସିଥାଏ। ରସୁଣ ଆମବାତ, ଗଣ୍ଠିଫୁଲା ବିନ୍ଧାବିନ୍ଧି ପାଇଁ ବହୁ ଉପକାରୀ। ଏହା ଭଲ ଭାବରେ ପାଚନ କରାଇଥାଏ, ତେଣୁ ଗଣ୍ଠିବାତରୁ ଆମକୁ ଆରାମ ମିଳେ। ନିୟମିତ ଅମୃତଭଣ୍ଡା ସେବନ ଦ୍ୱାରା ପାଚନ ଶକ୍ତି ସୁଦୃଢ଼ ହେବା ସହ ଭିଟାମିନ୍‌ର ମହତ୍ତ୍ୱପୂର୍ଣ୍ଣ ସ୍ରୋତ ସୁନିଶ୍ଚିତ ହୋଇଥାଏ। ଅନାର/ବେଦନା/ଡାଳିମ୍ବ ଶରୀରର ରକ୍ତିବାହିନୀକୁ ମଜଭୁତ କରିଥାଏ। ଗହମ, ଯଅ, ବାଜରା ଆଦି ଭିଟାମିନ୍‌ ‘ବି’ ମଧ୍ୟ ମୁଖ୍ୟସ୍ରୋତ ।
ବିହାର ବ୍ୟବସ୍ଥା: ନିୟମିତ ଶାରୀରିକ ବ୍ୟାୟାମ ଗଣ୍ଠିଗୁଡ଼ିକୁ ମଜଭୁତ କରିବା ସହ କାର୍ଯ୍ୟଦକ୍ଷତା ବଢ଼ାଇଥାଏ। ପ୍ରତିଦିନ ବ୍ୟାୟାମ କଲେ ଶରୀର ଭାର ନିୟନ୍ତ୍ରଣ ହୋଇଥାଏ। ନିୟମିତ ବ୍ୟାୟାମ ଦ୍ୱାରା ଗଣ୍ଠିଗୁଡ଼ିକର ଗତିବିଧି ବଢ଼ିଥାଏ ଏବଂ ପୀଡ଼ାରୁ ଆରାମ ମିଳେ। ମାଲିସ କରିବା ଦ୍ୱାରା ଗଣ୍ଠିବାତରୁ ମଧ୍ୟ ଆରାମ ମିଳେ। ସୋରିଷ ତେଲ, ଏରଣ୍ଡ ତୈଳର ପ୍ରୟୋଗରୁ ବହୁତ ଆରାମ ମିଳେ। ମାଲିସ ବିଭିନ୍ନ ପ୍ରକାର ଅଛି, ରଗଡ଼ି ରଗଡ଼ି ମାଲିସ୍‌ କରିବା, ଥପ୍‌ଥପାକରି ମାଲିସ କରିବା, ମୁଠିବନେଇ ମାଲିସ କରିବା ଆବଶ୍ୟକ ଅନୁଯାୟୀ ବ୍ୟବହାର କରାଯାଇଥାଏ।
ଜଳ ଚିକିତ୍ସା: ଜଳ ଚିକିତ୍ସା ଥଣ୍ଡା ଓ ଗରମ ପାଣିକୁ ନେଇ କରାଯାଇଥାଏ। ଗରମ ବାଷ୍ପ କିମ୍ବା ବରଫ ଦ୍ୱାରା ସେକ ଦେଇ ତ୍ୱଚାକୁ ସତେଜ କରି ପୁନଃ ଶକ୍ତି ସ୍ଥାପନ କରାଯାଏ। ପ୍ରାକୃତିକ ଚିକିତ୍ସାରେ ଜଳ ଚିକିତ୍ସା ଏକ ମୁଖ୍ୟ ଆଧାର। ଜଳ ଚିକିତ୍ସା ବାହ୍ୟ ଓ ଆଭ୍ୟନ୍ତର ଉଭୟ ଭାବରେ କରାଯାଇଥାଏ। ଡାକ୍ତରଙ୍କ ପରାମର୍ଶ ଅନୁସାରେ ଗଣ୍ଠି ପୀଡ଼ାରେ ମାଟିର ଲେପ, ବାଲିର ସେକ ଇତ୍ୟାଦି ପ୍ରୟୋଗ କରାଯାଇଥାଏ।
ଆଜିକାଲି ବିଭିନ୍ନ ପ୍ରକାର ଚିକିତ୍ସା ପଦ୍ଧତି ଅବଲମ୍ବନ କରାଯାଉଛି। ଅପରେଶନ କରିବା, ବତା ବାନ୍ଧିବା, ଆଣ୍ଠୁରେ ଇଞ୍ଜେକ୍‌ସନ ନେବା, ଦୈନିକ ଇଞ୍ଜେକ୍‌ସନ ନେବା, ଔଷଧ ଖାଇବା, ସେକଦେବା, ଜଳ ଚିକିତ୍ସା, ମାଟି ଚିକିତ୍ସା, ଧାତବ ଚିକିତ୍ସା, ନେଚୁରୋପାଥି, ହୋମିଓପାଥି, ଜଡିବୁଟି ଚିକିତ୍ସା, ଆୟୁର୍ବେଦ ଚିକିତ୍ସା ଓ ସର୍ବୋପରି ଆଧୁନିକ ଚିକିତ୍ସା ବ୍ୟବହାର କରାଯାଇଛି। କିନ୍ତୁ ପୂର୍ଣ୍ଣ ଭାବରେ ଭଲ ହେଉ ନାହିଁ ଏବଂ ରୋଗୀସଂଖ୍ୟା ବଢ଼ିବାରେ ଲାଗିଛି। ରୋଗର ପ୍ରବଳତା ଓ କଷ୍ଟ ପାଇଁ ମଣିଷ ପାଖରେ ଧୈର୍ଯ୍ୟ ନାହିଁ। ସେ ଏ ଡାକ୍ତର ପାଖରୁ ସେ ଡାକ୍ତର, ଏ ପ୍ରଣାଳୀଠାରୁ ସେ ପ୍ରଣାଳୀ ଏମିତି ଧଁ। ଧଉଡ଼ କରି ରୋଗର ପ୍ରବଳତା ବଢ଼ାଇବାରେ ଲାଗିଛନ୍ତି। ରୋଗର ପ୍ରାରମ୍ଭରେ ଯଦି ପ୍ରାକୃତିକ ଚିକିତ୍ସା ବା ଆୟୁର୍ବେଦ ଚିକିତ୍ସା ଅବଲମ୍ବନ କରାଯାଏ ତେବେ ଉପକାର ମିଳିଥାଏ। ଏହି ପଞ୍ଚତତ୍ତ୍ୱାଧୀନ ଚିକିତ୍ସା ଗଣ୍ଠିବାତକୁ ନିୟନ୍ତ୍ରଣ କରିପାରିଥାଏ। ଯାହାଦ୍ୱାରା ଗଣ୍ଠି ବଦଳାଇବାର ମଉକା ନ ଆସେ। ତେଣୁ ଯେଉଁମାନେ ଗଣ୍ଠିବିନ୍ଧା (ଆର୍ଥ୍ରାଇଟିସ୍‌)ରେ ପୀଡ଼ିତ ସେମାନେ ଧୀରସ୍ଥିର ଭାବରେ ନିର୍ଣ୍ଣୟ ନିଅନ୍ତୁ ଏବଂ ଠିକ୍‌ ଭାବରେ ଠିକ୍‌ ସମୟରେ ଠିକ୍‌ ଜାଗାରେ ଚିକିତ୍ସା କରାଇ ଉପକୃତ ହେବା ଉଚିତ। ଯାହା ସେମାନଙ୍କୁ ସୁସ୍ଥ ରହିବାକୁ ସାହାଯ୍ୟ କରିପାରେ।

ଡା. ରୀତା ସାହୁ
– ୧୧୭, ମହାନଦୀ ବିହାର, କଟକ,
ମୋ : ୯୪୩୭୨୭୨୬୬୩


Enter your email to get our daily news in your inbox.

All Right Reserved By Dharitri.Com

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …

ଦିଗପହଣ୍ଡି,୧୭।୨(ଅଶେଷ  ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ…

‘ମୁଖ୍ୟମନ୍ତ୍ରୀ ମୋ ସାନ ଭାଇ, ବିଜେଡି ଫେରିବା ଆଶା ନାହିଁ’- ସନାତନ ମହାକୁଡ଼

ଭୁବନେଶ୍ୱର,୧୭l୨: ବିଜୁ ଜନତା ଦଳ (ବିଜେଡି) ରୁ ନିଲମ୍ବିତ ହେବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଚମ୍ପୁଆ ବିଧାୟକ ସନାତନ ମହାକୁଡ଼। ଦଳରୁ ନିଲମ୍ବନ…

ଦୁର୍ବ୍ୟବହାର ଅଭିଯୋଗ ଆଣିଥିଲେ ଅତିରିକ୍ତ ତହସିଲଦାର, ଆଖି ବୁଜିଲେ ବିଷ ପିଇଥିବା ଚିକିଟି ପିଇଓ 

ଚିକିଟି,୧୭।୨(ପ୍ରକାଶ ଚନ୍ଦ୍ର ସାହୁ): ଚିକିଟି ଅତିରିକ୍ତ ତହସିଲଦାରଙ୍କ ଦ୍ୱାରା ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆସିବା ପରେ ଗଞ୍ଜାମ ଜିଲା ରାମଚନ୍ଦ୍ରପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ) ଦଣ୍ଡପାଣି ପାତ୍ର…

ଚାକିରି ନାଁରେ ଠକେଇ: ଖୋର୍ଦ୍ଧା କୋର୍ଟରେ ଜାମିନ ଆବେଦନ କଲେ ଗିରଫ ଜୟଦୁର୍ଗା ଫାଉଣ୍ଡେଶନ ଅଧ୍ୟକ୍ଷା, ୨୦ରେ… 

ହାଟଡିହୀ,୧୭l୨(ଶୁଭକାନ୍ତ ନାୟକ): ୨୨ ଲକ୍ଷ ଟଙ୍କା  ଠକେଇ ମାମଲାରେ ଗିରଫ ହୋଇଥିବା ଜୟଦୁର୍ଗା ଫାଉଣ୍ଡେଶନ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଗିରଫ ପରେ ଜାମିନ ପାଇଁ ଖୋର୍ଦ୍ଧା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri