Categories: ଜାତୀୟ

ଗଣେଶ ଚତୁର୍ଥୀ ପାଇଁ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨।୯: ସାରା ଦେଶରେ ସୋମବାର ଗଣେଶ ଚତୁର୍ଥୀ ପାଳନ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରପତି କୋବିନ୍ଦ ଟୁଇଟ୍‌ କରି ‘ଗଣପତି ବାପ୍ପା ମୋରୟା’ ଲେଖି ଶୁଭେଚ୍ଛା ଜଣାଇବା ସହ ସମସ୍ତ ଦେଶବାସୀଙ୍କୁ ଶାନ୍ତି ଓ ସୌହାର୍ଦ୍ଦ୍ୟର ବାର୍ତ୍ତା ଦେଇଛନ୍ତି। ସେହିପରି ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଗଣପତି ବାପ୍ପା ମୋରୟା ଟୁଇଟ୍‌ କରିବା ସହ ୧୦ ଦିନ ଧରି ଚାଲିବାକୁ ଥିବା ଗଣେଶ ଉତ୍ସବ ସମସ୍ତଙ୍କ ପାଇଁ ମଙ୍ଗଳମୟ ହେଉ ବୋଲି କାମନା କରିଛନ୍ତି। ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ମଧ୍ୟ ଦେଶବାସୀଙ୍କୁ ଗଣେଶ ଚତୁର୍ଥୀର ଶୁଭକାମନା ଜଣାଇଛନ୍ତି। ଆଜି ସାରା ଦେଶରେ ଗଣେଶ ଚତୁର୍ଥୀ ଉତ୍ସବ ପାଳନ କରାଯାଉଥିବା ବେଳେ ମହାରାଷ୍ଟ୍ରରେ ଏହା ଖୁବ୍‌ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି।

Share