ଗଣିଆ ପଞ୍ଚାୟତ ସମିତିର ୭ମ ଅଧିବେଶନ: ଶିକ୍ଷା, ସ୍ବାସ୍ଥ୍ୟ, କୃଷି ସମସ୍ୟାକୁ ଗୁରୁତ୍ୱ

ଗଣିଆ,୧୮ା୧(ଡି.ଏନ୍‌.ଏ.): ଗଣିଆ ବ୍ଲକ ସଦ୍‌ଭାବନା ଗୃହଠାରେ ଶୁକ୍ରବାର ପଞ୍ଚାୟତ ସମିତିର ୭ମ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଅଧ୍ୟକ୍ଷ ଶେଷଦେବ ସ୍ବାଇଁଙ୍କ ସଭାପତିତ୍ୱରେ ଆୟୋଜିତ ବୈଠକରେ ବିଡିଓ ମାନସ ରଞ୍ଜନ ସାମଲ, ଏବିଡିଓ ସରୋଜ କୁମାର ନାୟକ, ଜିଲା ପରିଷଦ ସଭ୍ୟ ମହେଶ୍ୱର ମହାରଣା, ଉପାଧ୍ୟକ୍ଷା ଶାନ୍ତିଲତା ଦାସ, କନ୍ଧମାଳ ଏମ୍‌ପିଙ୍କ ଜିଲା ପ୍ରତିନିଧି ସଦାଶିବ ମିଶ୍ର ଓ ବ୍ଲକ ପ୍ରତିନିଧି ବଳରାମ ମହାନ୍ତି ପ୍ରମୁଖ ମଞ୍ଚାସୀନ ଥିଲେ। ପ୍ରାରମ୍ଭରେ କନ୍ଧମାଳ ଏମ୍‌ପିଙ୍କ ତରଫରୁ ନିଯୁକ୍ତି ପାଇଥିବା ଜିଲା ଓ ବ୍ଲକ ପ୍ରତିନିଧିଙ୍କୁ ବ୍ଲକ ପ୍ରଶାସନ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା। ପରେ ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ରାଜେନ୍ଦ୍ର କୁମାର ବେହେରା ପୂର୍ବ ଅଧିବେଶନର ବିବରଣୀ ପାଠ କରିବା ସହ ଆଲୋଚିତ ପ୍ରସ୍ତାବଗୁଡିକ ଦୃଢୀକରଣ କରାଯାଇଥିଲା। ବୈଠକରେ ଶିକ୍ଷା, ସ୍ବାସ୍ଥ୍ୟ, କୃଷି ଓ ଭତ୍ତା ବଣ୍ଟନରେ ବିଭିନ୍ନ ସମସ୍ୟାକୁ ଗୁରୁତ୍ୱ ଦିଆଯାଇଥିଲା।
ଗଣିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଆବଶ୍ୟକ ଥିବା ୭ ଡାକ୍ତର ମଧ୍ୟରୁ ୨ଜଣ ରହିଥିବାରୁ ଜିଲା ପ୍ରଶାସନ ସହ ଆଲୋଚନା କରି ଡାକ୍ତର ପଦବୀ ପୂରଣ ନିମନ୍ତେ ପଦକ୍ଷେପ ଗ୍ରହଣ କରାଯିବା ପାଇଁ ଆଲୋଚନା ହୋଇଥିଲା। ବ୍ଲକର ସୀମାନ୍ତ ବଣଜଙ୍ଗଲ ଘେରା ବଡଶିଲିଙ୍ଗା ପଞ୍ଚାୟତରେ ମ୍ୟାଲେରିଆ ନିରାକରଣକୁ ଦୃଷ୍ଟିରେ ରଖି ୦-୧୪ ବର୍ଷର ଶିଶୁ ଓ ଗର୍ଭବତୀ ମହିଳାମାନେ ମଶାରି ବ୍ୟବହାର କରିବା ନିମନ୍ତେ ଯନତ୍ବାନ କରାଇବା ପାଇଁ ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀଙ୍କୁ କୁହାଯାଇଥିଲା। ତେବେ ଗତ ବୈଠକରେ ଅନୁପସ୍ଥିତ ଥିବା ନେଇ ନୋଟିସ୍‌ ହୋଇଥିବାରୁ ଗଣିଆ ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ନିଜର କାରଣ ଦର୍ଶାଇଥିଲେ। ବ୍ଲକର ୬୩ ବିଦ୍ୟାଳୟ ମଧ୍ୟରୁ ୨୨ଟି ଗ୍ରୀନ, ୩୧ଟି ୟେଲୋ ଏବଂ ଡୁଇସିଂ, ବାଙ୍କଝରୀ, ମହନାପଦା, ଆଡକଟା ପୀତାବଳି ୟୁପି ସ୍କୁଲ, ତଅଁଳା ନୂଆଗାଁ ସ୍କୁଲ ଓ ମହୁକଣ ବିଦ୍ୟାଳୟକୁ ରେଡ୍‌ ମାନଦଣ୍ଡ ମଧ୍ୟରେ ଗଣନା କରାଯାଇଥିବା ବ୍ଲକ ଶିକ୍ଷାଧିକାରୀ ପ୍ରକାଶ କରିଥିଲେ। ରେଡ୍‌ ମାନଦଣ୍ଡ ମଧ୍ୟରେ ଥିବା ଏହି ବିଦ୍ୟାଳୟଗୁଡିକର ଉନ୍ନତି ନିମନ୍ତେ ସ୍ଥାନୀୟ ଲୋକ ପ୍ରତିନିଧିମାନେ ଧ୍ୟାନ ଦେବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଥିଲା। ଏଥିସହ ୧୦୦ରୁ ଉର୍ଦ୍ଧ ଛାତ୍ରୀଛାତ୍ର ଥିବା ସ୍କୁଲଗୁଡିକରେ ମଧ୍ୟାହ୍ନଭୋଜନ ଦାୟିତ୍ୱ ସ୍ଥାନୀୟ ମହିଳା ସ୍ବୟଂ ସହାୟକ ଗୋଷ୍ଠୀମାନଙ୍କୁ ଦିଆଯିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ବ୍ଲକରେ କୃଷି ବିଭାଗର କାର୍ଯ୍ୟକ୍ରମ ଓ କାଳିଆ ଯୋଜନା ସମ୍ପର୍କରେ ସଠିକ୍‌ ତଥ୍ୟ ନ ଥିବାରୁ ବୈଠକରେ ଉଦ୍‌ବେଗ ପ୍ରକାଶ ପାଇଥିଲା। ବ୍ଲକରେ କାର୍ଯ୍ୟ କରୁଥିବା କୃଷି ସୂଚନା ଓ ପରାମର୍ଶ କେନ୍ଦ୍ରଟି ଗଣିଆଠାରୁ ୩କିଲୋମିଟର ଦୂରରେ ରହିଥିବାରୁ ଚାଷୀମାନଙ୍କର ସୁବିଧାକୁ ଦୃଷ୍ଟିରେ ରଖି ବ୍ଲକ କାର୍ଯ୍ୟାଳୟ ପରିସରରେ ଏକ ହେଲ୍ପ ଡେକ୍ସ ଖୋଲାଯିବା ସହ ଜଣେ କୃଷି ଅଧିକାରୀ ମାସକୁ ନିର୍ଦ୍ଧାରିତ ୪ଦିନ ଉପସ୍ଥିତ ରହି କାର୍ଯ୍ୟ କରିବା ପାଇଁ ବ୍ଲକ ଅଧ୍ୟକ୍ଷ ପ୍ରସ୍ତାବ ଦେଇଥିଲେ। ପରିଶେଷରେ ବିଭିନ୍ନ ଯୋଜନାରେ ଉନ୍ନତିମୂଳକ କାର୍ଯ୍ୟ ନିମିତ୍ତ ବ୍ୟୟ ଅଟକଳ ପ୍ରସ୍ତୁତ କରାଯାଇଥିଲା। ବୈଠକରେ ବ୍ଲକର ୮ ପଞ୍ଚୟତର ସମସ୍ତ ନିର୍ବାଚିତ ଲୋକପ୍ରତିନିଧି ଓ ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ IAS ସ୍ତରରେ ବଡ଼ଧରଣ ଅଦଳବଦଳ, ବଦଳାଇଲେ ଏହି ଜିଲାପାଳ

ଭୁବନେଶ୍ୱର,୧।୧: ନୂଆବର୍ଷର ପ୍ରଥମ ଦିନରେ ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି। ବରିଷ୍ଠ IAS ଅଧିକାରୀମାନଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ...

ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…

ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri