Categories: ଜାତୀୟ

ଗଣମାଧ୍ୟମ ଉପରେ ରାଗିଲେ ରଜନୀକାନ୍ତ

ଚେନ୍ନାଇ,୮।୧୧: ଅଭିନେତାରୁ ରାଜନେତା ସାଜିଥିବା ସାଉଥ୍‌ ସୁପରଷ୍ଟାର ରଜନୀକାନ୍ତ ଏବେ ଗଣମାଧ୍ୟମ ଉପରେ ରାଗି ଯାଇଛନ୍ତି। ସେ କହିଛନ୍ତି କେତେଜଣ ବ୍ୟକ୍ତି ଓ ଗଣମାଧ୍ୟମ ମୋତେ ଭାରତୀୟ ଜନତା ପାର୍ଟି(ଭାଜପା)ର ସଦସ୍ୟ ବୋଲି କହୁଛନ୍ତି। ତେବେ କୌଣସି ଦଳରେ କେହି ଯୋଗଦେବା ବେଳେ ଉକ୍ତ ଦଳ ଖୁସି ପ୍ରକାଶ କରିବା ସ୍ବାଭାବିକ କଥା। ହେଲେ ମୁଁ କେଉଁ ଦଳରେ ଯୋଗ ଦେବି ତାହା ମୋ ଉପରେ ନିର୍ଭର କରେ ବୋଲି ରଜନୀକାନ୍ତ କହିଛନ୍ତି। ଏହା ବ୍ୟତୀତ ଭାଜପା ତାଙ୍କୁ ଦଳରେ ମିଶିବା ଲାଗି ନିମନ୍ତ୍ରଣ କରି ନାହିଁ ବୋଲି ମଧ୍ୟ ସେ ସ୍ପଷ୍ଟ କରିଛନ୍ତି। ସୂଚନାଯୋଗ୍ୟ, ଥିରୁଭାଲୁଭର(ତାମିଲ କବିଙ୍କ ପ୍ରତିମୂର୍ତ୍ତି)କୁ ସାଫରନ ରଙ୍ଗରେ ରଙ୍ଗେଇବା ପରେ ଆସିଛି ଏହି ବିବାଦ।

Share