ଗଣବଳାତ୍କାରକୁ ତୀବ୍ର ବିରୋଧ:ବିକ୍ଷୋଭ, ଶୋଭାଯାତ୍ରାରେ କମ୍ପିଲା ପୁରୀ

ପୁରୀ ଅଫିସ, ୪ା୧୨:ପୁରୀରେ ନାବାଳିକା ଗଣବଳାତ୍କାର ଘଟଣା ଏବେ ରାଜ୍ୟବ୍ୟାପୀ ଚହଳ ସୃଷ୍ଟି କରିଛି। ଏ ନେଇ ସବୁଆଡ଼େ ପ୍ରତିବାଦର ସ୍ବର ତେଜିବାରେ ଲାଗିଛି। ରାଜ୍ୟ ସରକାରଙ୍କୁ ବିରୋଧୀ ଘେରିଥିବାବେଳେ ବିଭିନ୍ନ ସଙ୍ଗଠନ ରାସ୍ତାକୁ ଓହ୍ଲାଇଛନ୍ତି। ଏହି ଘଟଣାକୁ ସବୁସ୍ତରରେ ଦୃଢ ବିରୋଧ କରାଯିବା ସହ ଦୋଷୀଙ୍କୁ କଠୋର ଦଣ୍ଡ ଦେବା ପାଇଁ ଦାବି କରାଯାଉଛି। ବିଭିନ୍ନ ସଙ୍ଗଠନର ଶୋଭାଯାତ୍ରା ଓ ବିକ୍ଷୋଭରେ କମ୍ପୁଛି ପୁରୀ।
ଡିଆଇଜି, ଏସ୍‌ପିଙ୍କୁ ଭେଟିଲା କଂଗ୍ରେସ
ମଙ୍ଗଳବାର ପୂର୍ବାହ୍ନରେ କଂଗ୍ରେସ ପକ୍ଷରୁ ଜିଲା କାର୍ଯ୍ୟାଳୟରୁ ଏକ ଶୋଭାଯାତ୍ରା ବାହାରି ଏସ୍‌ପିଙ୍କ ଅଫିସ୍‌ ସମ୍ମୁଖରେ ପହଞ୍ଚିଥିଲା। ବିନାୟକ ଦାସ ମହାପାତ୍ର, ଆଲୋକ ଦାଶ, ବୀରେନ୍ଦ୍ର ଭୂଷଣ ହୋତା, ଛବିନ୍ଦ୍ର ପଢିହାରୀ, ବିଦ୍ୟୁଲତା ଆଚାର୍ଯ୍ୟ, ନିରଞ୍ଜନ ରଥ, ନିରୁପମା ପାତ୍ର, ଦେବାଶିଷ ଦାସମହାପାତ୍ର ପ୍ରମୁଖ ଶୋଭାଯାତ୍ରାରେ ଯାଇ କେନ୍ଦ୍ରାଞ୍ଚଳ ଡିଆଇଜି ଆଶିଷ ସିଂ ଏବଂ ଏସ୍‌ପି ଉମାଶଙ୍କର ଦାଶଙ୍କୁ ଭେଟିଥିଲେ। ପୁରୀ ଭଳି ପବିତ୍ର ସହରରେ ଯେଭଳି ଭାବେ ଅପରାଧ ବୃଦ୍ଧି ପାଉଛି ଏବଂ ଗଣବଳାତ୍କାର ଘଟଣା ଘଟିଲା ତାହା ଆଇନ ଶୃଙ୍ଖଳା ଉପରେ ପ୍ରଶ୍ନବାଚୀ ଛିଡ଼ା କରିଛି ବୋଲି ସେମାନେ କହିଥିଲେ। ଉକ୍ତ ଘଟଣାର ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଡିଆଇଜି କହିଥିଲେ। ସହରରେ ଅପରାଧିକ କାର୍ଯ୍ୟକଳାପ କରୁଥିବା ଗୋଷ୍ଠୀଙ୍କ ଏକ ତାଲିକା ପ୍ରସ୍ତୁତ କରାଯାଉଛି। ସେମାନଙ୍କ ବିରୋଧରେ ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡିଆଇଜି ପ୍ରତିଶ୍ରୁତି ଦେଇଥିଲେ। ଏହା ପୂର୍ବରୁ ପୁରୀ ଜିଲା ମହିଳା କଂଗ୍ରେସର ଏକ ଟିମ୍‌ କୁମ୍ଭାରପଡ଼ା ଥାନାକୁ ଯାଇ ମାମଲା ସମ୍ପର୍କରେ ପଚାରି ବୁଝିଥିଲେ।
ବଳାତ୍କାରୀଙ୍କୁ ଫାଶୀ ଦାବି କଲା ଭାଜପା
ଭାଜପା ପକ୍ଷରୁ ମଧ୍ୟ ଗଣବଳାତ୍କାର ଘଟଣାକୁ ତୀବ୍ର ବିରୋଧ କରାଯାଇଛି। ବଳାତ୍କାରୀଙ୍କୁ ଫାଶୀ ଦେବା ପାଇଁ ଦଳ ଦାବି କରିଛି। ଏହି ଘଟଣା ଜଣାପଡ଼ିିବା ପରେ ସୋମବାର ରାତିରେ ଭାଜପା କର୍ମୀମାନେ କୁମ୍ଭାରପଡ଼ା ଥାନା ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସେହିପରି ମଙ୍ଗଳବାର ପୂର୍ବାହ୍ନରେ ଦଳୀୟ କାର୍ଯ୍ୟାଳୟରୁ ଏକ ଶୋଭାଯାତ୍ରା ବାହାରି ଏସ୍‌ପିଙ୍କ ଅଫିସ୍‌ ନିକଟରେ ପହଞ୍ଚତ୍ବା ପରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଦଳୀୟ ନେତୃବୃନ୍ଦମାନେ ରାଜ୍ୟ ସରକାରଙ୍କୁ ସମାଲୋଚନା କରି କହିଥିଲେ, ରାଜ୍ୟରେ ଆଇନ ଶୃଙ୍ଖଳା ସମ୍ପୂର୍ଣ୍ଣ ଭାବେ ଭୁଶୁଡ଼ିି ପଡ଼ିଛି। ପୋଲିସ କ୍ବାର୍ଟର୍ସରେ ଗଣବଳାତ୍କାର ଘଟଣା ପୁରୀର ଜନସାଧାରଣଙ୍କୁ ଶକ୍ତ ଆଘାତ ଦେଇଛି। ଏହି ଘଟଣାର ଅଭିଯୁକ୍ତଙ୍କୁ ଫାଶୀ ଦେବା ପାଇଁ ସେମାନେ ଦାବି କରିଥିଲେ। ଭାଜପା ମହିଳା ଜିଲା ସଭାପତି ଜ୍ୟୋତି ମହାପାତ୍ର, ସାବିତ୍ରୀ ପୃଷ୍ଟି, ରାଜଶ୍ରୀ ଦୋରା, ଜିଲା ସଭାପତି ପ୍ରଭଞ୍ଜନ ମହାପାତ୍ର, ଯୁବ ମୋର୍ଚ୍ଚା ଜିଲା ସଭାପତି ଜୟନ୍ତ କୁମାର ଦାଶ, ରବି ଦାସ ପ୍ରମୁଖ ଆନ୍ଦୋଳନରେ ସାମିଲ ଥିଲେ।
ନୀରବ ପ୍ରତିବାଦରେ ଦୃଢ ବିରୋଧ
ଝାଡ଼େଶ୍ୱର ଛକ ଟ୍ରାଫିକ ପୋଷ୍ଟ ନିକଟରେ ଅପରାହ୍ନ ସାଢେ ୧ଟାରେ ସଚେତନ ଛାତ୍ର ଯୁବ ମଞ୍ଚ ପକ୍ଷରୁ ନୀରବ ପ୍ରତିବାଦ କରାଯାଇଛି। ସ୍ମୃତିପ୍ରକାଶ ନାୟକ, ରୋଶନ ନାୟକ, ସୁଶାନ୍ତ କୁମାର ମହାପାତ୍ର, ସଂଗ୍ରାମ ଦଳାଇ, ଅଙ୍କିତା ମିଶ୍ର ପ୍ରମୁଖ ହାତରେ ପ୍ଲା କାର୍ଡ ଧରି ପୁରୀ ସମେତ ଦେଶର ବିଭିନ୍ନ ସ୍ଥାନରେ ଘଟୁଥିବା ବଳାତ୍କାର ଓ ହତ୍ୟା ଘଟଣାର ଦୃଢ ବିରୋଧ କରିଥିଲେ। ବଳାତ୍କାର ବନ୍ଦ କରାଯାଉ, ଦୋଷୀଙ୍କୁ ଫାଶୀଦଣ୍ଡ ମିଳୁ, ପ୍ରଥମେ ଝିଅଙ୍କୁ ସୁରକ୍ଷା ଦିଆଯାଉ ଏବଂ ପରେ ବେଟି ବଚାଓ ବେଟି ପଢାଓ ଯୋଜନା କରାଯାଉ ବୋଲି ଲେଖାଥିବା ପ୍ଲାକାର୍ଡମାନ ଧରି ଏହି ଛାତ୍ରୀଛାତ୍ରମାନେ ପ୍ରତିବାଦ କରିଥିଲେ।
ପୀଡ଼ିତାଙ୍କୁ କ୍ଷତିପୂରଣ ପ୍ରଦାନ ଦାବି
ଗଣବଳାତ୍କାର ଘଟଣାକୁ ନିନ୍ଦା କରି ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତି ପକ୍ଷରୁ ହରିହର ଛକଠାରୁ ଏକ ଶୋଭାଯାତ୍ରା ବାହାରି ଏସ୍‌ପିଙ୍କ କାର୍ଯ୍ୟାଳୟକୁ ଯାଇଥିଲା। ଏଥିରେ ରାଜ୍ୟ ନେତ୍ରୀ ପୁଷ୍ପା ଦାଶ, ଜିଲା ସଭାନେତ୍ରୀ ହାରାମଣି ମହାପାତ୍ର, ସୁବାସିନୀ ସାହୁ, ମୀନା ପ୍ରଧାନ, ଲକ୍ଷ୍ମୀ ସାହୁ, ସଖୀଲତା ସ୍ବାଇଁ, ବାସନ୍ତି ପ୍ରଧାନ, ସରସ୍ବତୀ ଦେବନାଥ, ଭବାନୀ ପ୍ରଧାନ, ବାସନ୍ତୀ ସରକାର, ଗୀତା ହାଲ୍‌ଦାର, ବାସନ୍ତୀ ବେହେରା ପ୍ରମୁଖ ସାମିଲ ଥିଲେ। ସେଠାରେ ଅନୁଷ୍ଠିତ ପ୍ରତିବାଦ ସଭାରେ ରାଜ୍ୟ ସରକାରଙ୍କୁ ତୀବ୍ର ଭର୍ତ୍ସନା କରାଯାଇଥିଲା। ଏହି ଘଟଣା ମହିଳା ସୁରକ୍ଷା ନୀତି ଉପରେ ପ୍ରଶ୍ନବାଚୀ ଛିଡ଼ା କରିଛି। ଏଥିସହ ରାଜ୍ୟ ସରକାର ଛତୁ ଫୁଟିବା ଭଳି ମଦ ଦୋକାନ ଖୋଲିବା ନିଷ୍ପତ୍ତି ମହିଳା ବିରୋଧୀ ମାନସିକତାକୁ ସ୍ପଷ୍ଟ କରୁଛି ବୋଲି କହିଥିଲେ। ପୀଡ଼ିିତାଙ୍କୁ ପର୍ଯ୍ୟାପ୍ତ କ୍ଷତିପୂରଣ ଓ ସରକାରୀ ନିଯୁକ୍ତି ଦେବା ନିମନ୍ତେ ମଧ୍ୟ ଦାବି କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ପ୍ରଶାସନିକ ଅଣଦେଖା ପ୍ରତିବାଦରେ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଚିକିଟିର ଜନପ୍ରତିନିଧି, ୨ ବର୍ଷ ହେଲା ଉଦ୍ଦେଶ୍ୟମୂଳକ ଭାବେ…

ଛତ୍ରପୁର,୯।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଏବଂ ଏନ୍‌ଏସି (NAC) ପ୍ରଶାସନ ପକ୍ଷରୁ ନିର୍ବାଚିତ ଜନପ୍ରତିନିଧିମାନଙ୍କୁ କ୍ରମାଗତ ଭାବେ ଅଣଦେଖା କରାଯାଉଥିବା ନେଇ ସ୍ୱର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ପାଟିତୁଣ୍ଡ ଭିତରେ ପଶି କରିଥିଲେ ହତ୍ୟା: ଅଭିଯୁକ୍ତ ଉପେନ୍ଦ୍ରଙ୍କୁ ଆଜୀବନ ଜେଲ୍

ଛତ୍ରପୁର,୯।୪(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ବାଳକୃଷ୍ଣପୁର ଗ୍ରାମର ୨୦୧୩ ମସିହାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଆଜି ପ୍ରକାଶ ପାଇଛି ।…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଖବରଦାତାଙ୍କ ପତ୍ନୀଙ୍କ ଅକାଳ ବିୟୋଗ: ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଲେ ଛତ୍ରପୁର ବିଧାୟକ

ଗଞ୍ଜାମ,୯।୪(ବିଦ୍ୟାଧର ସାହୁ), ୯/୪: ଗଞ୍ଜାମ ବ୍ଲକ ଅଞ୍ଚଳର ବରିଷ୍ଠ ଖବରଦାତା ରାମଚନ୍ଦ୍ର ବେହେରାଙ୍କ ଧର୍ମପତ୍ନୀ ସୁନିତା ବେହେରାଙ୍କର (୪୫) ଅକାଳ ବିୟୋଗ ଘଟିଛି। ଏହି ଖବର ପ୍ରସାରିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri