ଗଣତନ୍ତ୍ର ପ୍ରତିଷ୍ଠାରେ ପବିତ୍ର ମୋହନଙ୍କ ପ୍ରମୁଖ ଯୋଗଦାନ ଥିଲା

ଭୁବନେଶ୍ୱର, ୯ା୨(ବ୍ୟୁରୋ): ବର୍ତ୍ତମାନ ଭାରତବର୍ଷ ଯେଉଁ ଗଣତନ୍ତ୍ରକୁ ଆଧାର କରି ଗର୍ବିତ ଓ ପରିଚାଳିତ, ସ୍ବାଧୀନତା ପୂର୍ବରୁ ଏହା ସମଗ୍ର ଭାରତବାସୀଙ୍କ ପାଇଁ ଏକ ପ୍ରକାର ସ୍ବପ୍ନ ଥିଲା। ବ୍ରିଟିଶ୍‌ ଶାସନର ଆଧିପତ୍ୟରେ ରାଜତନ୍ତ୍ର ଓ ଜମିଦାରି ଶୋଷଣ ଓଡ଼ିଶାବାସୀଙ୍କୁ ଅତିଷ୍ଠ କରିଥିଲା। ରାଜତନ୍ତ୍ରକୁ ସମାଧି ଦେଇ ଗଣତନ୍ତ୍ର ପ୍ରତିଷ୍ଠା କରିବାରେ ରାଜ୍ୟ ତଥା ଦେଶର ଯେଉଁ ଜନନାୟକଙ୍କ ପ୍ରମୁଖ ଯୋଗଦାନ ରହିଥଲା, ତନ୍ମଧ୍ୟରେ ବିଶିଷ୍ଟ ସଂଗ୍ରାମୀ ତଥା ଓଡ଼ିଶାର ଉପ-ମୁଖ୍ୟମନ୍ତ୍ରୀ ସ୍ବର୍ଗତ ପବିତ୍ର ମୋହନ ପ୍ରଧାନଙ୍କର ପ୍ରମୁଖ ଯୋଗଦାନ ରହିଥିଲା ବୋଲି ଏମ୍‌ପି ମହେଶ ସାହୁ କହିଛନ୍ତି।

ସୂଚନା ଭବନଠାରେ ଶନିବାର ଆୟୋଜିତ ପବିତ୍ର ମୋହନ ପ୍ରଧାନଙ୍କ ୧୧୩ ତମ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହ ଅନୁଷ୍ଠିତ ହୋଇଥିଲା। ସମାରୋହରେ ଏମ୍‌ସି ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ସ୍ବର୍ଗତ ପ୍ରଧାନଙ୍କୁ ଜଣେ ଆଦର୍ଶ ଜନନାୟକ ଭାବେ ଅଭିହିତ କରିଥିଲେ। ସ୍ବର୍ଗତ ପ୍ରଧାନଙ୍କ କୃତି, ତାଙ୍କ ସମୟରେ ରାଜ୍ୟରେ ମୁଣ୍ଡଟେକିଥିବା ଗଡ଼ଜାତ ଆନ୍ଦୋଳନର ସ୍ଥିତିକୁ ନେଇ ପୁସ୍ତକ ପ୍ରକାଶନ ଏବଂ ତାଙ୍କ ନାମରେ ଭୁବନେଶ୍ୱରରେ ଏକ ମାର୍ଗକୁ ନାମକରଣ କରିବା ଉପରେ ସାହୁ ମତ ରଖିଥିଲେ। ସମ୍ମାନିତ ଅତିଥି ଭାବେ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ଯୋଗଦେଇ ପବିତ୍ର ମୋହନ ଜଣେ ସାଲିସ୍‌ ବିହୀନ ସଂଗ୍ରାମୀ ଥିଲେ ବୋଲି ମତବ୍ୟକ୍ତ କରିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଉତ୍କଳ ପ୍ରସଙ୍ଗ ଏବଂ ଓଡ଼ିଶା ରିଭ୍ୟୁର ସମ୍ପାଦକ ଡ. ଲେନିନ୍‌ ମହାନ୍ତି ଯୋଗଦେଇ କହିଲେ ଯେ, ପବିତ୍ର ମୋହନ ଶିକ୍ଷକତା ବୃତ୍ତିକୁ ତୁଚ୍ଛ କରି ଗଡ଼ଜାତର ପ୍ରଜା ଓ ଦେଶ ପାଇଁ ଜୀବନ ବ୍ୟାପୀ ସଂଗ୍ରାମ କରିଥିଲେ। ଏହି ପ୍ରଚଣ୍ଡ ପ୍ରତିଭାଧାରୀ ବ୍ୟକ୍ତିତ୍ୱ ସମ୍ପର୍କିତ ଆଲେଖ୍ୟ ଆଗାମୀ ଉତ୍କଳ ପ୍ରସଙ୍ଗ ସଂଖ୍ୟାରେ ପ୍ରକାଶ ପାଇବ ବୋଲି ଡ. ମହାନ୍ତି ପ୍ରକାଶ କରିଥିଲେ। ମୁଖ୍ୟବକ୍ତା ଭାବେ ସ୍ତମ୍ଭକାର ପ୍ରଦୋଷ ପଟ୍ଟନାୟକ ଯୋଗଦେଇ ସ୍ବର୍ଗତ ପ୍ରଧାନଙ୍କ ଗଡ଼ଜାତ ଆନ୍ଦୋଳନ ଏବଂ ଭାରତୀୟ ସ୍ବାଧୀନତା ସଂଗ୍ରାମର ଜଣେ ଅସାଧାରଣ ବ୍ୟକ୍ତିତ୍ୱ ଥିଲେ ବୋଲି ପ୍ରକାଶ କରିଥିଲେ। ଅବସରପ୍ରାପ୍ତ ପ୍ରାଧ୍ୟାପକ ମୋହିନୀକାନ୍ତ ମିଶ୍ର ପବିତ୍ର ମୋହନଙ୍କ ଅସାମାନ୍ୟ ବ୍ୟକ୍ତିତ୍ୱ ସଂକ୍ରାନ୍ତରେ ତାଙ୍କର ଅନୁଭୂତି ବର୍ଣ୍ଣନା କରିଥିଲେ। ପ୍ରକାଶ କରିଥିଲେ। ଏହି ଅବସରରେ ତାଙ୍କ ଜୀବନୀ ଉପରେ ଆଧାରିତ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ୱ ବିଦ୍ୟାଳୟସ୍ତରୀୟ ପ୍ରବନ୍ଧ ଓ ବକ୍ତୃତା ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ନିର୍ଦ୍ଦେଶକ କୃପାସିନ୍ଧୁ ମିଶ୍ର ସ୍ବାଗତ ଭାଷଣ, ନିର୍ଦ୍ଦେଶକ (ବୈଷୟିକ) ନିରଞ୍ଜନ ସେଠୀ ଧନ୍ୟବାଦ ଦେଇଥିବାବେଳେ ସୂଚନା ଅଧିକାରୀ ସଚ୍ଚିଦାନନ୍ଦ ବେହେରା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶିମିଳିପାଳରେ ହେବ ହେଲିପ୍ୟାଡ୍‌’

ଭୁବନେଶ୍ୱର,୧୯ା୨: ମୟୂରଭଞ୍ଜ ଜିଲା ଶିମିଳିପାଳରେ ହେଲିପ୍ୟାଡ୍‌ ହେବ। ଏନେଇ ବିଧାନସଭା ଗୃହରେ ପରିବହନ ମନ୍ତ୍ରୀ ବିଭୂତି ଜେନା ସୂଚନା ଦେଇଛନ୍ତି। ସେ କହିଛନ୍ତି, ଆବଶ୍ୟକୀୟ ଜମି ନିରୂପଣ…

କେବଳ ୭ ମିନିଟ୍‌….ତେଜିଲା ଚାଷୀ ସମସ୍ୟା

ଭୁବନେଶ୍ୱର,୧୯।୨ (ରବିନାରାୟଣ ଜେନା): ବୁଧବାର ପୂର୍ବାହ୍ନ ସାଢ଼େ ୧୦ଟାରେ ପ୍ରଶ୍ନକାଳ ଆରମ୍ଭ ହେବାମାତ୍ରେ ବାଚସ୍ପତି ସୁରମା ପାଢ଼ୀ, ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କୁ ଭାଜପା…

ଲଘୁଚାପ କ୍ଷେତ୍ର ସକ୍ରିୟ, ୨୫ଯାଏ ଶୁଖିଲା ପାଗ

ଭୁବନେଶ୍ୱର,୧୯ା୨(ଅନୁରାଧା ମହାରଣା): ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଉପରେ ଏକ ଲଘୁଚାପ କ୍ଷେତ୍ର ବୁଧବାର ସକ୍ରିୟ ରହିଛି । ଏହା ପ୍ରଭାବରେ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ପାଣିପାଗ ଧୀରେ ଧୀରେ…

ମାର୍ଚ୍ଚ ୧୬ରେ ରାଜ୍ୟ ସଭା ୩୭ ଆସନରେ ନିର୍ବାଚନ, ଓଡ଼ିଶାରୁ ୪

ଭୁବନେଶ୍ବର,୧୯।୨(ରବିନାରାୟଣ ଜେନା): ରାଜ୍ୟ ସଭାରେ ଖାଲି ହେବାକୁ ଥିବା ୧୦ ରାଜ୍ୟର ମୋଟ ୩୭ ଆସନ ପାଇଁ ଆସନ୍ତା ମାର୍ଚ୍ଚ ୧୬ରେ ନିର୍ବାଚନ ହେବ। ଏଥିରେ ଓଡ଼ିଶାର…

ଓଡ଼ିଶା ବଜାରରେ ବିକ୍ରି ହେଉଛି ନିମ୍ନମାନର କ୍ଷୀର, ଆପଣ କିଣୁନାହାନ୍ତି ତ ?

ଭୁବନେଶ୍ବର,୧୮।୨: ରାଜ୍ୟରେ ବିକ୍ରି ହେଉଛି ନିମ୍ନ ମାନର ଦୁଗ୍ଧ ଓ ଦୁଗ୍ଧଜାତ ଦ୍ରବ୍ୟ। ଏନେଇ ବୁଧବାର ବିଧାନସଭାରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ରଖିଛନ୍ତି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ…

ସରକାରଙ୍କ ବଡ ପଦକ୍ଷେପ: ରସୁଲଗଡ଼ରେ ହେବ ୫୦୦ ମିଟରର ସ୍କାଏୱାକ୍‌

ଭୁବନେଶ୍ବର,୧୮।୨: ରାଜଧାନୀର ଜାତୀୟ ରାଜପଥ-୧୬ରେ ଆଉ ରହିବନି ଦୁର୍ଘଟଣାର ଭୟ। ପଥଚାରୀଙ୍କ ସୁରକ୍ଷା ପାଇଁ ଅଣ୍ଟା ଭିଡିଛି ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ ବା NHAI। ପଳାଶୁଣିରୁ…

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ମନ୍ତ୍ରୀ ଜୟରାମ ପାଙ୍ଗୀ, କହିଲେ ଏହି କାରଣ

ପଟ୍ଟାଙ୍ଗି/କୋରାପୁଟ,୧୮।୨(ଶରତ କୁମାର ଧଳ/ଅମିତାଭ ବେହେରା): କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ମନ୍ତ୍ରୀ ଜୟରାମ ପାଙ୍ଗୀ । ବୁଧବାର ସେ ଇସ୍ତଫା ପତ୍ର ପିସିସି ସଭାପତି ଭକ୍ତଚରଣ ଦାସଙ୍କ…

ରାଜ୍ୟ ସଭା ନିର୍ବାଚନ ତାରିଖ ଘୋଷଣା ପରେ ବଦ୍ରିଙ୍କ ପ୍ରତିକ୍ରିୟା, କହିଲେ ନବୀନ କି ନିଷ୍ପତ୍ତି ନେବେ…

ଭୁବନେଶ୍ୱର,୧୮ା୨: ରାଜ୍ୟ ସଭା ନିର୍ବାଚନ ତାରିଖ ଘୋଷଣା ପରେ ବଦ୍ରି ନାରାୟଣ ପାତ୍ର ପ୍ରତିକ୍ରିୟା ଦେଇଛନ୍ତି। ସେ ବରିଷ୍ଠମାନଙ୍କୁ ଗୁରୁତ୍ୱ ଦେଇ କହିଛନ୍ତି, ଦଳ ପାଇଁ କାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri