ଦାରିଙ୍ଗବାଡି,୧୯।୧୨(ଅରୁଣ ସାହୁ):ଏଥର ଆଉ ଗଞ୍ଜେଇ ନୁହେଁ, ପନିପରିବା, ଷ୍ଟ୍ରବେରୀ, ମକା, ଜୈବିକ ହଳଦୀ, କ୍ଷୁଦ୍ରଦାନା ଚାଷକୁ ଅଧିକା ଗୁରୁତ୍ୱ ଦିଅ। ଗଞ୍ଜେଇ ଚାଷ କଲେ ପୋଲିସ ଆଉ କାହାରି କି କ୍ଷମା ଦେବ ନାହିଁ କି ଏହି ଚାଷ ପ୍ରତି ପୋଲିସ ଆହୁରି କଠୋର ହେବ। ଏହି ଚାଷ ଉପରେ ନିର୍ଭର କରୁଥିବା ଚାଷୀଙ୍କ ଆର୍ଥିକ ମାନଦଣ୍ଡ ନିମ୍ନଗାମୀ ହେବ ବୋଲି କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଧିକାରୀ ତଥା ଡିଏସପି କନକ ମାଝୀ କହିଛନ୍ତି।
ପ୍ରକାଶ ଯେ, ଗତ କିଛି ଦିନ ହେଲା କନ୍ଧମାଳ ପୋଲିସ ପକ୍ଷରୁ ବିଭିନ୍ନ ଜଙ୍ଗଲରେ ଅବାଧ ରେ କରାଯାଇଥିବା ଗଞ୍ଜେଇ ଚାଷକୁ ନଷ୍ଟ କରାଯାଉଛି। ଏବେ ସୁଦ୍ଧା ସବୁଠାରୁ ବଡ଼ ଅପରେଶନ ନୀଳ ଜହରରେ ତିଲୋରୀ ପଞ୍ଚାୟତ ଦଡିକ୍ଲି୍ୟୁ ଜଙ୍ଗଲରେ ୧ ଶହ ୧୦ ଏକର ଜମିରେ ଅବାଧରେ ହୋଇଥିବା ଗଞ୍ଜେଇ ଗଛକୁ ପୋଲିସ, ଅବକାରୀ ବିଭାଗ ପକ୍ଷରୁ କଟାଯିବା ସହ ପୋଡି ନଷ୍ଟ କରାଯାଇଥିବା ପୋଲିସ କହିଛି। ଯାହାର ଆନୁମାନିକ ମୂଲ୍ୟ ୧ କୋଟିରୁ ଉର୍ଦ୍ଧ ଟଙ୍କା ହେବ ବୋଲି ପୋଲିସ କହିଛି। ଏହି ଗଞ୍ଜେଇ ଚାଷ ନଷ୍ଟ ଅଭିଯାନ ଆଗକୁ ଜାରି ରହିବ ବୋଲି ଡିଏସପି କନକ ମାଝୀ କହିଛନ୍ତି।
Dharitri – Odisha’s No.1 Odia Daily


