ଶେଷ ହେବ ‘ଇନ୍ସପେକ୍ଟର ରାଜ୍‌’ : ମୁଖ୍ୟ ଶାସନ ସଚିବ ନେଲେ ବଡ଼ ନିଷ୍ପତ୍ତି

ଭୁବନେଶ୍ୱର,୧୯।୧୨ (ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପ, ଯୋଜନା ଏବଂ କାର୍ଯ୍ୟକ୍ରମ ଅନେକ ସମୟରେ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଶେଷ ହୋଇପାରୁନାହିଁ। ଫଳରେ ଏହାର ସୁଫଳ ଲୋକଙ୍କ ପାଖରେ ବିଳମ୍ବରେ ପହଞ୍ଚୁଛି। ଏନେଇ ସମୀକ୍ଷା ବେଳେ ଗୋଟିଏ କଥା ଆସୁଛି, ଏହା ତଦାରଖ ପ୍ରକ୍ରିୟା ଭିତରେ ରହିଛି। ଫଳରେ ପ୍ରକଳ୍ପ କାର୍ଯ୍ୟ ଆଗେଇ ପାରୁନାହିଁ। ଆଗାମୀ ଦିନରେ ଏସବୁକୁ ଆଉ ବରଦାସ୍ତ କରାଯିବ ନାହିଁ,‘ଇନ୍‌ସପେକ୍ଟର ରାଜ୍‌’ଶେଷ ହେବ। ଏଣିକି ନୀତି ଆୟୋଗର ମାର୍ଗଦର୍ଶିକା ଅନୁଯାୟୀ କାମ କରିବାକୁ ପଡ଼ିବ ବୋଲି ମୁଖ୍ୟଶାସନ ସଚିବ ମନୋଜ ଆହୁଜା ସଚିବମାନଙ୍କୁ କହିଛନ୍ତି।
ଚଳିତମାସ ୩ରେ ଅନୁଷ୍ଠିତ ସଚିବସ୍ତରୀୟ ବୈଠକ ଅବସରରେ ମୁଖ୍ୟଶାସନ ସଚିବ କହିଛନ୍ତି, ନୀତି ଆୟୋଗଙ୍କ ରିପୋର୍ଟ ଅନୁଯାୟୀ, ବିଭାଗମାନଙ୍କୁ ଏକ ନିୟମାବଳୀ(ପ୍ରିନ୍ସିପଲ୍‌ ଫ୍ରେମଓ୍ବାର୍କ) ପ୍ରଦାନ କରାଯିବ। ସମ୍ପୃକ୍ତ ବିଭାଗଗୁଡ଼ିକ ଚାଲିଥିବା ବିଭିନ୍ନ ପ୍ରକଳ୍ପ ଓ କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ ‘କମ୍ପ୍ଲାୟାନ୍ସ’ ରିପୋର୍ଟ ପ୍ରସ୍ତୁତ କରିବେ। ଦୁଇ ମାସ ମଧ୍ୟରେ ସମସ୍ତ କମ୍ପ୍ଲାୟନ୍ସ ରିପୋର୍ଟ ନିୟମିତ ଭାବେ ତଦାରଖ କରାଯାଇ ସେଗୁଡ଼ିକୁ ପର୍ଯ୍ୟାୟକ୍ରମେ ଶେଷ କରାଯାଇପାରିବ ବୋଲି ମୁଖ୍ୟସଚିବ କହିଛନ୍ତି।
ବୈଠକର ସୂଚନା ଅନୁଯାୟୀ, ବିଭାଗମାନଙ୍କ ଦ୍ୱାରା ସରକାରୀ କାର୍ଯ୍ୟାଳୟ ତଥା ସମ୍ପତ୍ତିଗୁଡ଼ିକର ଜିଓ-ରେଫରେନ୍ସ ସହିତ ଡିଜିଟାଲ କୋଡିଂ କରି ନିରୀକ୍ଷଣ କରାଯିବ। ସରକାରଙ୍କ ସମସ୍ତ ସମ୍ପତ୍ତି (ବିଭିନ୍ନ ଭବନ, ଭିତ୍ତିଭୂମି ତଥା କୋଠାବାଡ଼ିି ଇତ୍ୟାଦି)କୁ ଏକ ସ୍ବତନ୍ତ୍ର କୋଡ୍‌ ପ୍ରଦାନ କରାଯିବ। ଏହି ସମ୍ପତ୍ତି କୋଡ୍‌ଗୁଡ଼ିକୁ ପ୍ରକଳ୍ପ ପରିଚାଳନା ସଫ୍ଟୱେର ଏବଂ ଆର୍ଥିକ ବ୍ୟବସ୍ଥା ସହିତ ସଂଯୋଜନ କରାଯିବ। ଜିଆଇଏସ୍‌ ମ୍ୟାପରେ ଏକ ସାର୍ବଜନୀନ ଇଣ୍ଟରଫେସ୍‌ ଉପଲବ୍ଧ ରହିବ, ଯାହା ମାଧ୍ୟମରେ ସାଧାରଣ ଲୋକେ ନିଜ ଅଞ୍ଚଳର ପ୍ରକଳ୍ପଗୁଡ଼ିକୁ ଦେଖିପାରିବେ। ଏଥିରେ ପ୍ରକଳ୍ପରେ ଖର୍ଚ୍ଚ ହେବାକୁ ଥିବା ଅର୍ଥ ସହିତ ଠିକାଦାର ଏବଂ ପ୍ରକଳ୍ପର ଅଗ୍ରଗତି ସମ୍ପର୍କିତ ଫଟୋ ଇତ୍ୟାଦି ରହିବ। ସମସ୍ତ ବିଭାଗ ନିଜ ନିଜ ପ୍ରକଳ୍ପଗୁଡ଼ିକୁ ‘ଓ୍ବମୀସ୍‌’ପ୍ଲାଟଫର୍ମରେ ଅନ୍ତର୍ଭୁକ୍ତ କରିବା ଲାଗି ମୁଖ୍ୟସଚିବ ପରାମର୍ଶ ଦେଇଛନ୍ତି।
ମୁଖ୍ୟସଚିବ କହିଛନ୍ତି, ସମସ୍ତ ନୂତନ ପ୍ରକଳ୍ପଗୁଡ଼ିକର ସମ୍ପୂର୍ଣ୍ଣ ବ୍ୟବସ୍ଥା ସମୀକ୍ଷା ଗତିଶକ୍ତି ପ୍ଲାଟ୍‌ଫର୍ମରେ ଅପଲୋଡ୍‌ କରାଯିବା ବାଧ୍ୟତାମୂଳକ। ଗତିଶକ୍ତି ପ୍ଲାଟଫର୍ମ ସୂଚାରୁ ରୂପେ କାର୍ଯ୍ୟାନ୍ବୟନ ପାଇଁ ଆଉ ୨-୩ ମାସ ଲାଗିବ। ଏହାପରେ ବିଭାଗରେ ଏକ ସ୍ବତନ୍ତ୍ର ସେଲ୍‌ ସ୍ଥାପନ କରାଯିବ। ଉକ୍ତ ସେଲ୍‌ ପ୍ରକଳ୍ପ ସମ୍ପର୍କରେ ଟିକିନିଖି ଅନୁଧ୍ୟାନ କରିବା ସହିତ ରିପୋର୍ଟ ପ୍ରଦାନ କରିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?