ଗଞ୍ଜାମ ବ୍ଲକର କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ଥିଲେ ୩୨୧୨ ପ୍ରବାସୀ: ଘରକୁ ଫେରିଲେଣି ୨୬୦୨

ଗଞ୍ଜାମ,୪।୬(ଡି.ଏନ୍‌.ଏ.): ଗଞ୍ଜାମ ବ୍ଲକର ବିଭିନ୍ନ ପଞ୍ଚାୟତରେ ୧୩୦ କାରାଣ୍ଟାଇନ ସେଣ୍ଟରରୁ ୯୩ଟି କାର୍ଯ୍ୟକ୍ଷମ ହୋଇଛି l ବ୍ଲକର ୩୨୧୨ ପ୍ରବାସୀ କାରାଣ୍ଟାଇନରେ ଭର୍ତ୍ତି ହୋଇଥିଲେ l ସେଥିରୁ ୨୬୦୨ ଡିସ୍‌ଚାର୍ଜ ହୋଇ ଘରକୁ ଫେରିଥିବା ବେଳେ ବର୍ତ୍ତମାନ ସୁଦ୍ଧା ୬୧୦ ପ୍ରବାସୀ ସଂଗରୋଧ ଗୃହରେ ଅଛନ୍ତି l ପ୍ରଥମ ପର୍ଯ୍ୟାୟରେ ସରକାରଙ୍କ ତରଫରୁ କାରାଣ୍ଟାଇନରେ ଥିବା ପ୍ରବାସୀଙ୍କୁ ଏକ ହଜାର ଟଙ୍କା ଲେଖାଏ ପ୍ରଦାନ କରାଯାଇଛି l ପରବର୍ତ୍ତୀ ସମୟରେ ଆଉ ଏକ ହଜାର ପ୍ରଦାନ କରାଯିବ ବୋଲି ବିଡିଓ ଜ୍ୟୋତି ଶଙ୍କର ରାୟ ସୂଚନା ଦେଇଛନ୍ତି। କ୍ୱାରାଣ୍ଟାଇନ ଅବଧି ୭ ଦିନରୁ ୧୪ଦିନ ବୃଦ୍ଧି ହୋଇଥିବା ସେ କହିଛନ୍ତି। ଏଥିସହିତ ଆଉ ୭ ଦିନ ହୋମ କାରାଣ୍ଟାଇନରେ ରହିବେ l ଏଥିରେ ବ୍ୟତିକ୍ରମ ହେଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ବିଡିଓ ରାୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି l ଗଞ୍ଜାମ ଜିଲାରେ କରୋନା ସ୍ଥିତି ସଙ୍ଗିନ ଥିବା ହେତୁ ଶନି ଓ ରବିବାର ସକାଳ ୭ରୁ ସା ୭ ପର୍ଯ୍ୟନ୍ତ ସଟ୍‌ଡାଉନ ଘୋଷଣା କରାଯାଇଥିବା ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ସୂଚନା ଦେଇଛନ୍ତି।