ଗଞ୍ଜାମ ଫେରିଲେ ୩୯୫୦ ଦାଦନ: ସ୍କ୍ରିନିଂ ପରେ ପଞ୍ଜୀକରଣ, ସ୍ବତନ୍ତ୍ର ବସ୍‌ରେ ଘରକୁ ପଠାଇଲା ପ୍ରଶାସନ

ବ୍ରହ୍ମପୁର ଅଫିସ,୨୩।୩: ବିଶ୍ୱବ୍ୟାପୀ ଆତଙ୍କ ସୃଷ୍ଟି କରିଥିବା ମହାମାରୀ କରୋନା ଭାଇରସ୍‌ର ପ୍ରକୋପ ଏବେ ଭାରତରେ ବଢ଼ିବାରେ ଲାଗିଛି। ଏହି ଭାଇରସ୍‌କୁ ନେଇ ସମସ୍ତେ ଏବେ ଭୟଭୀତ ହୋଇ ପଡ଼ିଛନ୍ତି। ଫଳରେ ସମସ୍ତ ରୁଟ୍‌ରେ ଟ୍ରେନ ଚଳାଚଳ ସୋମବାରଠାରୁ ବନ୍ଦ ପାଇଁ କେନ୍ଦ୍ର ସରକାର ଘୋଷଣା କରିଥିଲେ। ଏପରି ସ୍ଥଳେ ଗଞ୍ଜାମ ଜିଲାର ବିଭିନ୍ନ ଅଞ୍ଚଳରୁ ଲୋକମାନେ ଦାଦନ ଖଟିବା ପାଇଁ ବିଭିନ୍ନ ରାଜ୍ୟରେ ରହୁଥିବା ବେଳେ ଶନିବାରଠାରୁ ସେମାନେ ବିଭନ୍ନ ଟ୍ରେନରେ ବ୍ରହ୍ମପୁର ଫେରିଥିଲେ। ଏହାକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ରବିବାର ବିଳମ୍ବିତ ରାତିରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ, ଉପଜିଲାପାଳ ସିନ୍ଧେ ଦତ୍ତାତ୍ରୟ ଭାଉସାହେବ, ବ୍ରହ୍ମପୁର ଏସ୍‌ପି ପିନାକ ମିଶ୍ର, ଜିଆରପି ଥାନାଧିକାରୀ ସୁକାନ୍ତ ଭୋଇ, ଆର୍‌ପିଏଫ୍‌ ଇନ୍ସପେକ୍ଟର ଦିଲୀପ କୁମାର ଓ ୮ଟି ଡାକ୍ତରୀ ଦଳ ବ୍ରହ୍ମପୁର ରେଳଷ୍ଟେଶନରେ ଆସୁଥିବା ଟ୍ରେନଗୁଡିକୁ ଅପେକ୍ଷା କରି ରହିଥିଲେ। ରବିବାର ରାତିରେ ମୁମ୍ବାଇ ଭୁବନେଶ୍ୱର କୋଣାର୍କ ଏକ୍ସପ୍ରେସ ବ୍ରହ୍ମପୁର ଷ୍ଟେଶନରେ ପହଞ୍ଚିଥିଲା। ସେଥିରେ ବସିଥିବା ୧୫୦୦ ଯାତ୍ରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ସହ ସେମାନଙ୍କ ନାମ ପଞ୍ଜୀକରଣ କରାଯାଇଛି। ସେହିପରି ତ୍ରିଭେନ୍ଦରପୁର-ଶାଲିମାର ଏକ୍ସପ୍ରେସରେ ଆସିଥିବା ୫୦୦, ଅହମଦାବାଦ-ପୁରୀ ଏକ୍ସପ୍ରେସ୍‌ରେ ୧୫୦୦, ମେଙ୍ଗାଲୁର-ସାନ୍ତ୍ରାଗାଛି ଟ୍ରେନ୍‌ରେ ୩୫୦, ସିକନ୍ଦରାବାଦ-ହାୱଡ଼ା ଏକ୍ସପ୍ରେସ୍‌ରେ ଆସିଥିବା ୧୦୦ ଯାତ୍ରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ସହ ସେମାନଙ୍କର ନାମ ପଞ୍ଜୀକରଣ କରାଯାଇଛି।

ରବିବାର ରାତିରୁ ସୋମବାର ମଧ୍ୟାହ୍ନ ପର୍ଯ୍ୟନ୍ତ ପର୍ଯ୍ୟାୟକ୍ରମେ ଯାତ୍ରୀମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ସୋମବାରଠାରୁ ସମସ୍ତ ଟ୍ରେନ ବାତିଲ ହୋଇଯାଇଥିବା ବେଳେ କେବଳ ଗୁଡ୍ସଟ୍ରେନଗୁଡ଼ିକ ଚଳାଚଳ ହେଉଛି ବୋଲି ଆରପିଏଫ୍‌ ଇନ୍ସପେକ୍ଟର ଦିଲୀପ କୁମାର ସୂଚନା ଦେଇଛନ୍ତି। ଅନ୍ୟପଟେ ରେଳଷ୍ଟେଶନରେ ଓହ୍ଲାଉଥିବା ଯାତ୍ରୀଙ୍କୁ ସ୍ବତନ୍ତ୍ର ବସ୍‌ ଯୋଗେ ଘରକୁ ଯିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଥିବା ଜଣାପଡ଼ିଛି


Enter your email to get our daily news in your inbox.

All Right Reserved By Dharitri.Com

ପାଣିପାଗ ବିଭାଗର ସତର୍କ ସୂଚନା, ଏପ୍ରିଲ ୧୦ ପର୍ଯ୍ୟନ୍ତ କାଳବୈଶାଖୀ…

ଭୁବନେଶ୍ୱର,୭।୪(ବନ୍ଦନା ସେଠୀ): ସମୁଦ୍ର ପତ୍ତନଠାରୁ ୦.୯ କି.ମି. ଉଚ୍ଚରେ ଓଡ଼ିଶା ଏବଂ ପଡ଼ୋଶୀ ରାଜ୍ୟ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏଥିସହ ଦକ୍ଷିଣ ଉପକୂଳ…

ମଧ୍ୟାହ୍ନଭୋଜନରେ ବ୍ୟାପକ ଅନିୟମିତତା:ହରିଲୁଟ୍‌ କରୁଥିଲେ ଶିକ୍ଷକ-ଶକ୍ଷୟିତ୍ରୀ, ଫିଟିଲା ଗୁମର

ଭୁବନେଶ୍ୱର, ୭।୪(ରବିନାରାୟଣ ଜେନା):ରାଜ୍ୟରେ ପୂର୍ବ ସରକାର ଅମଳରେ ଛାତ୍ରୀଛାତ୍ରଙ୍କ ଯୋଜନା କିଭଳି ହରିଲୁଟ୍‌ ହେଉଥିଲା ତା’ର ଗୁମର ପଦାକୁ ଆସିଛି। ଶିକ୍ଷୟିତ୍ରୀ/ଶିକ୍ଷକମାନେ ଛାତ୍ରୀଛାତ୍ରଙ୍କ ନାଁରେ ସରକାରଙ୍କ ମଧ୍ୟାହ୍ନଭୋଜନଠାରୁ…

ଭାରସାମ୍ୟ ହରାଇ ସାଲୁର୍ ଘାଟରେ ଓଲଟିଲା ଚାଉଳ ଟ୍ରକ୍, ୮ ଘଣ୍ଟା ଜାତୀୟ ରାଜପଥ ଜାମ୍

ପଟ୍ଟାଙ୍ଗି,୭।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ସୀମାକୁ ଲାଗି ରହିଥିବା ପଡୋଶୀ ଆନ୍ଧ୍ର ସୀମା ଭିତରେ ସାଲୁର୍ ଘାଟିରେ ଦୁର୍ଘଟଣା । ଏକ ଟ୍ରକ୍…

ପୂର୍ବତନ ଟେନିସ ଖେଳାଳି, ଓକିଲ ,ମିଡିଆ ହାଉସ ମାଲିକାଣି …, କିଏ ଆସାମ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ ରିନିକି ଭୂୟାଁ ଶର୍ମା? ଜାଣନ୍ତୁ…

ଗୁଆହାଟି,୭।୪: ଆସାମରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହେବାକୁ ଆଉ କିଛି ଘଣ୍ଟା ବାକି ଥିବାବେଳେ, ରାଜ୍ୟରେ ରାଜନୈତିକ ତାପମାତ୍ରା କ୍ରମାଗତ ଭାବରେ ବୃଦ୍ଧି ପାଇବାରେ…

ରାତିଅଧରେ ବଡ ବ୍ଲାଷ୍ଟ, ହୁତୁ ହୁତୁ ଜଳିଲା ରେଲୱେ ଗ୍ରୀଡ୍

ବଣାଇଁ,୭।୪(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ ଜିଲା ଚାନ୍ଦିପୋଷ ଥାନା ପଛ ପଟେ ଥିବା ରେଲୱେ ଷ୍ଟେସନ ଗ୍ରୀଡ଼ରେ ଅଗ୍ନିକାଣ୍ଡ ହୋଇଛି । ସୋମବାର ରାତି ପ୍ରାୟ ୧୧ଟାରେ ହଠାତ…

ଧୁରନ୍ଧର ୨ ଦେଖିବା ପରେ କୋହଲି ଦେଲେ ଏମିତି ପ୍ରତିକ୍ରିୟା: ଚାରିଆଡ଼େ ଚର୍ଚ୍ଚା

ମୁମ୍ବାଇ,୭।୪: ରଣବୀର ସିଂହଙ୍କ ଅଭିନୀତ ଧୁରନ୍ଧର ୨ ଇତିହାସ ରଚିଛି। ଏହି ଫିଲ୍ମଟି ବକ୍ସ ଅଫିସ୍‌ରେ ଏପର୍ଯ୍ୟନ୍ତ ୧୬୦୦ କୋଟିରୁ ଅଧିକ ଟଙ୍କା ରୋଜଗାର କରିଛି। ଏହି…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଗ୍ରାହକକୈନ୍ଦ୍ରିକ ଆଭିମୁଖ୍ୟ ଆମକୁ ସ୍ବତନ୍ତ୍ର କରିଛି: ଜୀବନ କୁମାର ବଡୁ

ଓଡ଼ିଶାର ବିଦ୍ୟୁତ୍‌ ଭିତ୍ତିଭୂମି କ୍ଷେତ୍ରର ଅନ୍ୟତମ ପ୍ରତିଷ୍ଠିତ ସଂସ୍ଥା ଭୁବନେଶ୍ୱରର ମଞ୍ଚେଶ୍ୱର ଶିଳ୍ପାଞ୍ଚଳସ୍ଥିତ ‘ଓଡ଼ିଶା ଟ୍ରାନ୍ସଫର୍ମର୍ସ ପ୍ରାଇଭେଟ ଲିମିଟେଡ’ (ଓଟିପିଏଲ୍‌) ର ପରିଚାଳନା ନିର୍ଦ୍ଦେଶକ ହେଉଛନ୍ତି ଜୀବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri