ଗଞ୍ଜାମ ଜିଲାରେ ବଢ଼ିଲା ଝିଅଙ୍କ ସଂଖ୍ୟା

ବ୍ରହ୍ମପୁର ଅଫିସ୍‌,୬ା୮-ପୁଅମାନଙ୍କ ତୁଳନାରେ ଝିଅଙ୍କ ସଂଖ୍ୟା ନୈରାଶ୍ୟଜନକ ଯୋଗୁ ଯେଉଁ ଗଞ୍ଜାମ ଜିଲାର ବଦନାମ୍‌ ଥିଲା, ସେଇ ଜିଲାରେ ଝିଅଙ୍କ ସଂଖ୍ୟା ଉତ୍ସାହଜନ ଭାବେ ବଢ଼ିବାରେ ଲାଗିଛି। ଗତ କିଛିବର୍ଷ ଭିତରେ ଲିଙ୍ଗାନୁପାତ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି। ସୋମବାର ରାଜ୍ୟ ପରିବାର କଲ୍ୟାଣ ବିଭାଗର ନିର୍ଦ୍ଦେଶାଳୟ ପକ୍ଷରୁ ଜିଲାକୁ ପ୍ରଶଂସା କରାଯାଇଛି। ଏଥି ସହ ଆଗାମୀ ଦିନରେ କ’ଣ ସବୁ ପଦକ୍ଷେପ ନିଆଯିବ, ସେନେଇ ମଧ୍ୟ ଏକ ତାଲିକା ପ୍ରଦାନ କରାଯାଇଛି। ଏହି ସଫଳତାକୁ ନେଇ ଏବେ ଜିଲା ସ୍ବାସ୍ଥ୍ୟ ପ୍ରଶାସନରେ ଖୁସି ଦେଖିବାକୁ ମିଳିଛି।
ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାୟୀ, ୨୦୧୪ରେ ଜିଲାରେ ୧ ହଜାର ପୁଅଙ୍କ ତୁଳନାରେ ଝିଅଙ୍କ ସଂଖ୍ୟା ଥିଲା ମାତ୍ର ୮୯୯। ଏହାର ପରବର୍ତ୍ତୀ ବର୍ଷ ଅର୍ଥାତ୍‌ ୨୦୧୫ରେ ଏହି ସଂଖ୍ୟା ଆହୁରି କମିଯାଇ ୮୮୦ରେ ପହଞ୍ଚିଥିଲା। କିନ୍ତୁ ୨୦୧୬ ସ୍ଥିତି ସମସ୍ତଙ୍କୁ ଚକିତ କରିଥିଲା। କାରଣ ୧ ହଜାର ପୁଅଙ୍କ ତୁଳନାରେ ଝିଅଙ୍କ ସଂଖ୍ୟା କମିଯାଇ ମାତ୍ର ୮୫୪ରେ ପହଞ୍ଚ ଥିଲା। ରାଜ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ଜିଲାରେ ଝିଅମାନଙ୍କ ସଂଖ୍ୟା କମିବାକୁ ନେଇ ରାଜ୍ୟ ସରକାର ମଧ୍ୟ ଚିନ୍ତାରେ ପଡ଼ିଯାଇଥିଲେ। ମୁ୍‌ଖ୍ୟମନ୍ତ୍ରୀ ଏହି ଜିଲାରୁ ପ୍ରତିନିଧିତ୍ୱ କରୁଥିବା ଯୋଗୁ ସରକାରଙ୍କୁ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା। ଝିଅଙ୍କ ସଂଖ୍ୟା କମିବା ପଛରେ ବେଆଇନ ଭାବେ ଭ୍ରୂଣ ଚିହ୍ନଟ ଏବଂ ଭ୍ରୂଣ ହତ୍ୟାକୁ ଦାୟୀ କରାଯାଉଥିଲା। ପ୍ରାକ୍‌ ଗର୍ଭାବସ୍ଥା ଏବଂ ଗର୍ଭସ୍ଥ ଶିଶୁର ଲିଙ୍ଗନିରୁପଣ(ପିସି ଆଣ୍ଡ ପିଏନ୍‌ଡିଟି) ନିୟମ ଯେମିତି ଏହି ଜିଲାରେ କାର୍ଯ୍ୟ କରିବା ବନ୍ଦ କରିଦେଇଥିଲା। ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ଯୋଜନା ପ୍ରସ୍ତୁତ କରିଥିଲେ। ଲିଙ୍ଗ ନିରୁପଣ ରୋକିବା, କନ୍ୟା ଶିଶୁକୁ ବଞ୍ଚାଇବା, ବିଦ୍ୟାଳୟରେ ଝିଅମାନଙ୍କ ଉପସ୍ଥାପନା ବଢ଼ାଇବା ସହ ଝିଅମାନଙ୍କୁ ବିଭିନ୍ନ ସମୟରେ ଉତ୍ସାହିତ କରିବା ଲକ୍ଷ୍ୟ ନେଇ ୨୦୧୬ ସେପ୍ଟେମ୍ବରରେ ରାଜ୍ୟ ସରକାର ଆରମ୍ଭ କରିଥିଲେ ‘ବିଜୁ କନ୍ୟା ରନତ୍ ଯୋଜନା’। ଲିଙ୍ଗାନୁପାତ କମ୍‌ ଥିବା ତିନିଟି ଜିଲା ଯଥା ଗଞ୍ଜାମ ସମେତ ଅନୁଗୋଳ ଏବଂ ଢ଼େଙ୍କାନାଳ ଜିଲାରେ ଏହି ଯୋଜନା କାର୍ଯ୍ୟକାରୀ କରାଯାଇଥିଲା। ୨୦୧୬-୧୭ ଆର୍ଥିକ ବର୍ଷରୁ ତିନି ବର୍ଷ ପର୍ଯ୍ୟନ୍ତ ଏହି ଯୋଜନାକୁ କାର୍ଯ୍ୟକାରୀ କରାଯିବ ବୋଲି ଘୋଷଣା କରାଯାଇଥିଲା। ଏହାର ସୁଫଳ ଧୀରେ ଧୀରେ ଦେଖିବାକୁ ମିଳିଲା। ୨୦୧୭ରେ ୧ ହଜାର ପୁଅଙ୍କ ତୁଳନାରେ ଝିଅଙ୍କ ସଂଖ୍ୟା ୯୧୯ରେ ପହଞ୍ଚିଥିଲା। ୨୦୧୮ ରେ ଏହି ସଂଖ୍ୟା ଢ଼େର୍‌ ବୃଦ୍ଧି ପାଇ ୯୩୭ରେ ପହଞ୍ଚିଛି। ଅନ୍ୟପଟେ ଗତ ପ୍ରାୟ ୧ ବର୍ଷ ହେଲା ବିଜୁ କନ୍ୟା ରନତ୍ ଯୋଜନାର ଏକ ଉପଯୋଜନା ଭାବେ ଜିଲାରେ ‘ମୋ ଗେହ୍ଲା ଝିଅ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଯେଉଁଥିରେ ନବଜାତ କନ୍ୟା ଶିଶୁ ଏବଂ ସେମାନଙ୍କ ମା’ଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ଝିଅଙ୍କ ସଂଖ୍ୟା ବଢ଼ାଇବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି।
୫ ବର୍ଷରେ ଏହି ଅଭିବୃଦ୍ଧିକୁ ନେଇ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜିଲା ପ୍ରଶାସନକୁ ପ୍ରଶଂସା କରାଯାଇଛି। ଭବିଷ୍ୟତରେ ଯେମିତି ଲିଙ୍ଗାନୁପାତ ଆହୁରି ବଢ଼ିବ, ସେଦିଗରେ କାର୍ଯ୍ୟ କରିବା ପାଇଁ ୭ଟି ପରାମର୍ଶ ଦିଆଯାଇଛି। ଯେଉଁ ବ୍ଲକରେ ଲିଙ୍ଗାନୁପାତ ୯ଶହରୁ କମ୍‌ ରହିଛି, ସେହି ବ୍ଲକ ଏବଂ ପଞ୍ଚାୟତକୁ ଚିହ୍ନଟ କରାଯାଇ ବିଶେଷ ଧ୍ୟାନ ଦେବା, ଅକ୍ଟୋବର ୧୧ତାରିଖରେ ଅନ୍ତର୍ଜାତୀୟ କନ୍ୟା ଶିଶୁ ଦିବସରେ ଭବ୍ୟ କାର୍ଯ୍ୟକ୍ରମ ଆୟୋଜନ, ଲିଙ୍ଗାନୁପାତ ବୃଦ୍ଧି ପାଇଁ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ, ଯେଉଁ ବ୍ଲକରେ ଲିଙ୍ଗାନୁପାତ କମ୍‌ ରହିଥିବ କିନ୍ତୁ ଆଶାମାନେ ଭଲ କାମ କରିଥିବେ ସେଭଳି ୩ଜଣ ଆଶାଙ୍କୁ ଆର୍ଥିକ ପ୍ରୋତ୍ସାହନ ସହ ନିୟମିତ ବ୍ୟବଧାନରେ ଲିଙ୍ଗାନୁପାତର ତଥ୍ୟ ରଖିବାକୁ ପରାମର୍ଶ ଦିଆଯାଇଛି।
ଏନେଇ ଜିଲା ଜନସ୍ବାସ୍ଥ୍ୟ ଅଧିକାରୀ ତଥା ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ବିଜୟ କୁମାର ପାଣିଗ୍ରାହୀ କହିଛନ୍ତି, ଏହି ସଫଳତାର ଅନେକ ଶ୍ରେୟ ‘ମୋ ଗେହ୍ଲା ଝିଅ’ କାର୍ଯ୍ୟକ୍ରମକୁ ଯାଉଛି। ଜିଲାପାଳଙ୍କ ନେତୃତ୍ୱରେ ଜିଲା ପ୍ରଶାସନ ଏବଂ ଜିଲା ସ୍ବାସ୍ଥ୍ୟ ପ୍ରଶାସନର ଉଦ୍ୟମର ସଫଳ ହୋଇଛି ବୋଲି ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଝଡତୋଫାନ, ବଜ୍ରପାତରେ ନେଲା ଜୀବନ

ପାତ୍ରପୁର,୫।୦(ଉମା ଚରଣ ନେପାକ): କାଳବୈଶାଖୀ ପ୍ରଭାବରେ ରବିବାର ଅପରାହ୍ନରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଳକର ବିଭିନ୍ନ ସ୍ଥାନରେ ଝଡତୋଫାନ ସହ କୁଆପଥର ବର୍ଷା ହୋଇଛି। ଏପରିକି ବଜ୍ରପାତ…

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର: ବନ୍ଧା ହେଲେ ଅଭିଯୁକ୍ତ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ୧୫ ବର୍ଷୀୟା ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ…

‘ଛାତ୍ରୀଛାତ୍ର ଶୃଙ୍ଖଳାର ସହ ଦେଶ ପ୍ରେମରେ ନିଜକୁ ଦୀକ୍ଷିତ କରାଇ ଭଲ ମଣିଷ ହେବାକୁ ଆହ୍ବାନ’

ଗଞ୍ଜାମ,୫ା୪(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ଐତିହାସିକ ଦନ୍ତପୁର ତଥା ଅଧୁନା ରାମଗଡ଼ ପଞ୍ଚାୟତର ରଘୁନାଥପୁରଠାରେ ଥିବା ସ୍ବାମୀ ବିବେକାନନ୍ଦ ବିଦ୍ୟା ମନ୍ଦିରର ତ୍ରୟୋଦଶ ବାର୍ଷିକ ଉତ୍ସବ…

ତାରାତାରିଣୀଙ୍କ ଦର୍ଶନ କଲେ ପ୍ରଧାନମନ୍ତ୍ରଙ୍କ ସଚିବ: ପୂଜାର୍ଚ୍ଚନା କରି ନେଲେ ଆଶୀର୍ବାଦ

ପୁରୁଷୋତ୍ତମପୁର,୫ା୪(ସବିତା ମିଶ୍ର): ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦିତୀୟ ପ୍ରମୁଖ ସଚିବ ତଥା ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ଓ ତାଙ୍କ ସ୍ତ୍ରୀ ରବିବାର ଗଞ୍ଜାମ…

ଏପ୍ରିଲ ୨୬ରେ ଠାକୁରାଣୀ ଯାତ୍ରା; ଚଳଚଞ୍ଚଳ ଭଞ୍ଜନଗର, ଖୁବଶୀଘ୍ର ଖୋଲିବ ହାତିବନ୍ଧ ପାର୍କ

ଭଞ୍ଜନଗର,୫।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସହରର ଐତିହାସିକ ଠାକୁରାଣୀ ଯାତ୍ରା ଆସନ୍ତା ୨୬ ତାରିଖରୁ ଆରମ୍ଭ ହୋଇ ମେ ମାସ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ।…

ଛତ୍ରପୁରରେ ଜିଲାସ୍ତରୀୟ ପ୍ରବେଶ ଉତ୍ସବ: ଜିଲାପାଳ କଲେ ଖଡ଼ିଛୁଆଁ, ଶିକ୍ଷାବର୍ଷର ଶୁଭାରମ୍ଭ…

ଛତ୍ରପୁର, ୪।୪ (ଦିଲ୍ଲୀପ ସାମଲ): “ଆସରେ ଆସ ସ୍କୁଲ ଯିବା, ସାଙ୍ଗ ପିଲାଙ୍କ ସାଙ୍ଗେ ପାଠ ପଢ଼ିବା”ଏହି ନାରା ସହ ଗଞ୍ଜାମ ଜିଲ୍ଲାରେ ଆଜିଠାରୁ ନୂତନ ଶିକ୍ଷାବର୍ଷର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri