ଗଞ୍ଜାମ ଜିଲାପାଳଙ୍କ ଅଚାନକ ପୁରୁଷୋତ୍ତମପୁର ଗସ୍ତ: ନିର୍ମାଣାଧୀନ ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ରର ଅନିୟମିତତା ନେଇ କଲେ ଦାଗିଦ୍‌

ପୁରୁଷୋତ୍ତମପୁର,୧୯ା୬(ଡି.ଏନ୍‌.ଏ.) : ଗଞ୍ଜାମ ଜିଲାପାଳ ବିଜୟ ଅମୃତ କୁଲାଙ୍ଗେ ଶୁକ୍ରବାର ଅଚାନକ ପୁରୁଷୋତ୍ତମପୁର ଗସ୍ତରେ ଆସି ଏନ୍‌ଏସି ପକ୍ଷରୁ ବର୍ଜବସ୍ତୁ ପରିଚାଳନା କେନ୍ଦ୍ର (ଏମ୍‌ସିସି ଓ ଏମ୍‌ଆର୍‌ଏଫ୍‌)ର ଚାଲିଥିବା ନିର୍ମାଣାଧୀନ କାର୍ଯ୍ୟ ବୁଲି ଦେଖିଥିଲେ। ମାତ୍ର ଏହି କାର୍ଯ୍ୟ ଠିକ୍‌ ଭାବରେ ହୋଇ ନ ଥିବା ନେଇ ଅସନ୍ତୋଷ ପ୍ରକାଶ କରିବା ସହ ଏନ୍‌ଏସି ନିର୍ବାହୀ ଅଧିକାରୀ ନାଗେଶ୍ବର ରାଓ ଓ କନିଷ୍ଠ ଯନ୍ତ୍ରୀ ପ୍ରମୋଦିନୀ ମହାରଣାଙ୍କୁ ତାଗିଦ୍‌ କରିଥିଲେ। ଜିଲାପାଳଙ୍କ ଏହି ଗସ୍ତ ସମୟରେ ତହସିଲଦାର ଅରୁଣ କୁମାର ନାୟକ,ବିଡିଓ ସୀମାଞ୍ଚଳ ମହାନ୍ତି, ବ୍ଲକ ସହକାରୀ ଯନ୍ତ୍ରୀ ମୋହନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।