ଗଞ୍ଜାମର ଫେରିଛନ୍ତି ୧୯,୨୯୫

ଛତ୍ରପୁର,୧୦ା୫(ଡି.ଏନ.ଏ.)- ପ୍ରବାସୀମାନେ ଶୁକ୍ରବାର ସୁଦ୍ଧା ୧୯ଟ୍ରେନ୍‌ ଯୋଗେ ଗଞ୍ଜାମ ଜିଲା ଜଗନ୍ନାଥପୁର ଷ୍ଟେଶନରେ ଆସି ପହଞ୍ଚିଥିଲେ। ହାଇକୋର୍ଟର ସ୍ଥଗିତାଦେଶ ଯୋଗୁ ଶନିବାର କୌଣସି ଟ୍ରେନ୍‌ ଆସି ନ ଥିଲା। ତେବେ ସୁପ୍ରିମକୋର୍ଟଙ୍କଠାରୁ ଗ୍ରୀନ୍‌ ସିଗ୍‌ନାଲ ପରେ ପୁଣି ଶନିବାର ଅପରାହ୍ନ ୧ଟା ୩୦ରେ ସୁରଟରୁ ଏକ ସ୍ବତନ୍ତ୍ର ଟ୍ରେନ୍‌ ବାହାରିଛି। ରବିବାର ଅପରାହ୍ନ ୧ ଟା ୧୫ରେ ଏହା ଜଗନ୍ନାଥପୁର ଷ୍ଟେଶନରେ ପହଞ୍ଚିବ ବୋଲି ଜଣାପଡିଛି। ଅପରପକ୍ଷରେ ସୁରଟ ଫେରନ୍ତାଙ୍କୁ ନେଇ ଗଞ୍ଜାମରେ କରୋନା ପଜିଟିଭଙ୍କ୍‌ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଏନେଇ ଜିଲାବାସୀ ଭୟଭୀତ ହୋଇ ପଡିଛନ୍ତି। ତେବେ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ଥିବା ପ୍ରବାସୀଙ୍କଠାରେ ପଜିଟିଭ ମିଳିଥିବା ଏବଂ କମ୍ୟୁନିଟି ସଂକ୍ରମଣ ହୋଇ ନ ଥିବାରୁ ଗଞ୍ଜାମବାସୀ ଭୟଭୀତ ଏବଂ ବ୍ୟତିବ୍ୟସ୍ତ ହେବାର ନାହିଁ ବୋଲି ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଗଣମାଧ୍ୟମକୁ ଏବଂ ଜନସାଧାରଣଙ୍କ ପାଇଁ ଭିଡିଓ ବାର୍ତ୍ତାରେ କହିଛନ୍ତି। କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ୧୦୦ ମିଟର ମଧ୍ୟରେ ଶୁକ୍ରବାର ଜିଲାପାଳ ୧୪୪ ଧାରା ଜାରି କରିଛନ୍ତିି। ସେଠାକୁ ଯିବାକୁ ବାରଣ କରାଯାଇଛି। କେହି ପରିବାର ସଦସ୍ୟ ସେଠାକୁ ଗଲେ ତାଙ୍କୁ ମଧ୍ୟ କ୍ୱାରାଣ୍ଟାଇନ୍‌ରେ ରଖାଯିବ। ଏଥିସହ ଆଇନ୍‌ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସହ ମାମଲା ରୁଜୁ ହେବ ବୋଲି ମଧ୍ୟ ଜିଲାପାଳ ସତର୍କ କରାଇ ଦେଇଛନ୍ତି। ସୂଚନାନୁସାରେ, ଶୁକ୍ରବାର ସୁଦ୍ଧା ୧୯ ଟ୍ରେନ୍‌ ଯୋଗେ ପ୍ରବାସୀମାନେ ଜଗନ୍ନାଥପୁର ଷ୍ଟେଶନକୁ ଆସି ଓହ୍ଲାଇଛନ୍ତି। ଏଥିରେ ଗଞ୍ଜାମ ଜିଲା ସମେତ ଗଜପତି, କନ୍ଧମାଳ, ନୟାଗଡ, ପୁରୀ, ଖୋର୍ଦ୍ଧା, କେନ୍ଦ୍ରାପଡା, କଟକ, କଳାହାଣ୍ଡି, କେନ୍ଦୁଝର, ମୟୂରଭଞ୍ଜ, ବଲାଙ୍ଗୀର, ବୌଦ୍ଧ ଓ ଅନୁଗୋଳ ସମେତ ଅନ୍ୟ ଜିଲାର ପ୍ରବାସୀମାନେ ଫେରିଛନ୍ତି। ଏମାନଙ୍କୁ ତାଙ୍କ ଅଞ୍ଚଳର କ୍ୱାରାଣ୍ଟାଇନ୍‌ ସେଣ୍ଟରକୁ ବସ୍‌ ଯୋଗେ ପଠାଯାଇଥିଲା। ଗତ ୩ରୁ ୮ ତାରିଖ ମଧ୍ୟରେ ଜଗନ୍ନାଥପୁର ଷ୍ଟେଶନକୁ ୧୯ ଟ୍ରେନ୍‌ରେ ଜିଲାର କେରଳ ଏବଂ ଗୁଜରାଟରୁ ମୋଟ ୧୯,୨୯୫ ପ୍ରବାସୀ ଆସିଥିବା ଜଣାପଡିଛି। ସୁରଟରୁ ଆସିଥିବା ୧୬ ଟ୍ରେନ୍‌ରେ ୧୮ ହଜାର ୩୭୭ ଏବଂ କେରଳରୁ ଆସିଥିବା ୩ ଟ୍ରେନ୍‌ରେ ୯୧୮ ପ୍ରବାସୀ ଆସିଥିବା ଜଣାପଡିଛି। ସୂଚନାଯୋଗ୍ୟ, ସୁରଟରୁ ୩ ତାରିଖରେ ପ୍ରଥମ ଟ୍ରେନ୍‌ ଜଗନ୍ନାଥପୁର ଜଙ୍କଶନକୁ ଆସିଥିଲା। ସେଥିରେ ଗଞ୍ଜାମର ୧୨୦୨ ଜଣ ରହିଥିଲେ। ସେହିପରି ୪ରେ ୩ ଟ୍ରେନ୍‌ରେ ୩୬୩୪, ୫ ରେ ୩୭୦୮, ୬ ରେ ୩ ଟି ଟ୍ରେନ୍‌ରେ ୩୬୩୦ ଜଣ, ୭ ରେ ୨୬୮୬ ଜଣ ଏବଂ ୮ ରେ ୩ ଟ୍ରେନ୍‌ ଯୋଗେ ୩୫୧୭ ଜଣ ଗଞ୍ଜମର ଆସିଥିଲେ। ସେହିପରି କେରଳରୁ ପ୍ରଥମ ଟ୍ରେନ୍‌ ୩ତାରିଖରେ ୧୨୨ ଜଣ, ୪ରେ ୬୦୬ ଏବଂ ୭ ତାରିଖରେ ୧୯୦ ଜଣଙ୍କୁ ନେଇ ଆସିଥିଲା।ଟ୍ରେନ୍‌ରେ ଫେରିଥିବା ଓଡିଆଙ୍କ ପାଇଁ ଜଗନ୍ନାଥପୁର ଷ୍ଟେଶନରେ ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା ସହ ପୋଲିସ ବ୍ୟାରିକେଡ୍‌ ଓ ସାମାଜିକ ଦୂରତ୍ୱ ରକ୍ଷା କରି ବସ୍‌ ଯୋଗେ ଗନ୍ତବ୍ୟ ସ୍ଥଳକୁ ପଠାଯାଇଥିଲା। ଷ୍ଟେଶନରେ ୧୨ ସ୍କ୍ରିନିଂ ସେଣ୍ଟର ହୋଇଛି। ପ୍ରତି ସ୍ବାସ୍ଥ୍ୟ ଟିମ୍‌ରେ ଡାକ୍ତରଙ୍କ ସହ ୭ ସଦସ୍ୟ ରହିଛନ୍ତିି। ଥର୍ମାଲ ସ୍କ୍ରିନିଂ ପରେ ରେଜିଷ୍ଟ୍ରେଶନ, ମାସ୍କ ଓ ଫୁଡ୍‌ କିଟ୍‌ ପ୍ରଦାନ କରାଯାଉଛି। ଅପରପକ୍ଷରେ ଜିଲାକୁ ଆସିଥିବା ପ୍ରବାସୀଙ୍କ ମଧ୍ୟରୁ କେତେକ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ଖାଇବା ଫିଙ୍ଗିବା, ନିମ୍ନମାନର ଖାଦ୍ୟ, ରହିବା ସୁବିଧା ନ ଥିବା ଅଭିଯୋଗ ଆସିଛି। ଏଥିସହ ଗଣ୍ଡଗୋଳଠାରୁ ଆରମ୍ଭ କରି ପୋଲିସ ଓ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ଡ୍ୟୁଟିରେ ଥିବା କର୍ମଚାରୀଙ୍କୁ ମଧ୍ୟ ପ୍ରବାସୀମାନେ ଅଶାଳୀନ ବ୍ୟବହାର କରିଛନ୍ତି। ଏ ପରିକି କେତେଜଣ ସେଠାରୁ ଖସି ପଳାଇବା ଆଦି ଘଟଣା ଘଟିଛି। ଏନେଇ ଗଞ୍ଜାମ ପୋଲିସ ଜିଲାର ଥାନାଗୁଡିକରେ ୩ ମାମଲା ମଧ୍ୟ ରୁଜୁ ହୋଇଥିବା ଗଞ୍ଜାମ ଏସ୍‌ପି ବ୍ରିଜେଶ କୁମାର ରଏ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ପରବର୍ତ୍ତୀ ସମୟରେ ବିଶୃଙ୍ଖଳାକାରୀ ନିଜର ଭୁଲ ସ୍ବୀକାର କରି କ୍ଷମା ମଧ୍ୟ ମାଗିଥିବା ଭିଡିଓ ପଦାକୁ ଆସିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବଜ୍ରକୋଟ ଗ୍ରାମ ନିକଟରେ କଲରାପତରିଆ ବାଘଛୁଆର ମୃତଦେହ: ଘଟଣାସ୍ଥଳରେ ଡିଏଫ୍ଓ…

ଭଞ୍ଜନଗର,୧୮।୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ମୁଜାଗଡ ରେଞ୍ଜ ବଜ୍ରକୋଟ ଗ୍ରାମ ନିକଟରେ ବୁଧବାର ସନ୍ଧ୍ୟାରେ ଏକ କଲରାପତରିଆ ବାଘ ଛୁଆ ମରି…

ଗଞ୍ଜାମ ପୋଲିସ ଜିଲା ହାବିଲଦାର-କନଷ୍ଟେବଳ ସଂଘ ନିର୍ବାଚନ: ପୁଣି ସଭାପତି ହେଲେ ଗୋରାଚାନ୍ଦ, ସମ୍ପାଦକ ହେଲେ ସୁବାଷ

ଛତ୍ରପୁର,୧୮।୨(ଦିଲୀପ ସାମଲ): ଗଞ୍ଜାମ ପୋଲିସ ଜିଲା ହାବିଲଦାର ଓ କନଷ୍ଟେବଳ ସଂଘର କର୍ମକର୍ତ୍ତା ନିର୍ବାଚନର ବୁଧବାର ଗଣତି ସହିତ ଫଳାଫଳ ଘୋଷଣା ହୋଇଯାଇଛି। ପୁଣି ନିର୍ବାଚନରେ ଗୋରାଚାନ୍ଦ…

ଭୁତପ୍ରେତ ଭୟରେ ମାରୀଗୁଡା ଗ୍ରାମବାସୀ: ରାତିରେ ଶୁଭୁଛି ବିକଟାଳ ଶବ୍ଦ, ଲୋକଙ୍କ ଘରେ ଚୁଲି ଜଳୁନି

ରାୟଗଡା, ୧୮।୨(ଆଶିଷ ରଞ୍ଜନ ପଣ୍ଡା)- ଦକ୍ଷିଣ ଓଡିଶାର ଉପାନ୍ତ ରାୟଗଡା ଜିଲ୍ଲାର ଗ୍ରାମାଞ୍ଚଳରେ ଏବେ ବି ଭରି ରହିଛି ଅନ୍ଧବିଶ୍ବାସ । ଭୂତପ୍ରେତକୁ ନେଇ ଆଜି ମଧ୍ୟ…

ମାର୍ଚ୍ଚ ୧୦ରୁ ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ପ୍ରାକ୍‌ ପ୍ରସ୍ତୁତିକୁ ତ୍ୱରାନ୍ବିତ କରିବାକୁ…

ଛତ୍ରପୁର, ୧୮ା୨(ଦିଲୀପ ସାମଲ)- ଚଳିତବର୍ଷ ମାର୍ଚ୍ଚ ମାସ ୧୦ ତାରିଖରୁ ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ ଆରମ୍ଭ ହେବ। ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି…

ମହତ୍ କାମ: ବାଲୁଙ୍କୀ ଦାଶ ସ୍ମୃତି ପାଠାଗାର ଜମିକୁ ଜିଲା ପ୍ରଶାସନକୁ ହସ୍ତାନ୍ତରଣ କଲେ…

ବରଗଡ଼,୧୮।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଅଗ୍ରଗାମୀ ଯୁବକ ସଂଘ ଅଧିନରେ ରହିଥିବା ସ୍ଥାନୀୟ ସରକାରୀ ଡ଼ାକ୍ତରଖାନା ସମ୍ମୁଖସ୍ଥ ବାଲୁଙ୍କୀ ଦାଶ ସ୍କୃତି ପାଠାଗାର ଜମିକୁ ବୁଧବାର ଜିଲା…

ଏପ୍ରିଲ ୨୬ରୁ ଭଞ୍ଜନଗର ଠାକୁରାଣୀ ଯାତ୍ରା: ମାର୍ଚ୍ଚ ୧୧ରେ ଶୁଭଖୁଣ୍ଟି ସ୍ଥାପନ,ମେ’ ୨୦ରେ…

ଭଞ୍ଜନଗର,୧୮।୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଐତିହାସିକ ଠାକୁରାଣୀ ଯାତ୍ରାର ପ୍ରସ୍ତୁତି ବୈଠକ ବୁଧବାର ସନ୍ଧ୍ୟାରେ ସ୍ଥାନୀୟ ରଘୁନାଥ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ସଭାପତି ରାଜେନ୍ଦ୍ର ବିଷୋୟୀ…

ଗ୍ଲୋକାଲ ବାଇପାସ ନିକଟରେ ଦୁର୍ଘଟଣା, ଘଟଣାସ୍ଥଳରେ ଚାଲିଗଲା ଜଣଙ୍କର ଜୀବନ

ଜୟପୁର,୧୮।୨(ପବନ ପାଣିଗ୍ରାହୀ): ଜୟପୁର ଗ୍ଲୋକାଲ ହସପିଟାଲ ବାଇପାସ ରୋଡ ନିକଟରେ ଏକ ବାଇକ ଧକ୍କାରେ ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର ଅବସ୍ଥାରେ…

ବଲାଙ୍ଗୀର: ଭଡ଼ା ଘରେ ଚାଲିଥିଲା ସେକ୍ସ ରାକେଟ, ଚଢ଼ାଉ କରି ୨ ଦେହଜୀବିଙ୍କ ସହ ୪ ଗ୍ରାହକଙ୍କୁ…

ବଲାଙ୍ଗୀର,୧୮।୨(ସୁନୀଲ କୁମାର ମହାନ୍ତି)- ବଲାଙ୍ଗୀର ସହର ସୁଦପଡା ଗ୍ୟାସ ଗୋଦାମ ନିକଟ ଏକ ଭଡ଼ା ଘରେ ସେକ୍ସ ରାକେଟ ଠାବ ହୋଇଛି। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri