ଗଞ୍ଜାମରେ ସମୁଦ୍ର ପଥ ମୁକୁଳା, ସୁରକ୍ଷା ଚିନ୍ତା

ଛତ୍ରପୁର,୭ା୨(ଡି.ଏନ.ଏ.)- ଗଞ୍ଜାମ ଜିଲା ଦେଇଯାଇଥିବା ସମୁଦ୍ର ପଥ ମୁକୁଳା ରହିଛି। ଏନେଇ ସୁରକ୍ଷା ଚିନ୍ତା ଆହୁରି ବଢିଯାଇଛି। ସାମୁଦ୍ରିକ ଥାନା ବୋଟ୍‌ରେ ସମୁଦ୍ରରେ ପାଟ୍ରୋଲିଂ ହୋଇପାରୁନି। ଅଧିକାଂଶ ମତ୍ସ୍ୟଜୀବୀଙ୍କ ନିକଟରେ ମତ୍ସ୍ୟ ବିଭାଗ ପ୍ରଦତ୍ତ ପରିଚୟ ପତ୍ର ନାହିଁ। ଅନେକ ବୋଟର ଲାଇସେନ୍ସ ନାହିଁ। ବିନା ଲାଇସେନ୍ସରେ ଥିବା ବୋଟ୍‌ରେ ମତ୍ସ୍ୟଜୀବୀମାନେ ସମୁଦ୍ରକୁ ମାଛ ମାରିବାକୁ ଯାଉଛନ୍ତିି। ଏପରିକି ବୋଟ୍‌ରେ ନମ୍ବର ବି ରହୁନାହିଁ। ଏହି ସବୁ କାରଣକୁ ନେଇ କେଉଁ ସମୟରେ ସମୁଦ୍ର ତଟ ଦେଇ ବାହ୍ୟ ଅନୁପ୍ରବେଶର ସମ୍ଭାବନା ମଧ୍ୟ ରହିଛି। ନିକଟରେ ଗୋପାଳପୁର ପୋର୍ଟ ଓ ଆଇଆରଇ (ଭାରତୀୟ ବିରଳ ମୃତ୍ତିକା) ପ୍ଲାଣ୍ଟ ରହିଛି। ଗଞ୍ଜାମ ଜିଲାର ସମୁଦ୍ର ତଟ ଦେଇ ବାହ୍ୟ ଅନୁପ୍ରବେଶକୁ କିପରି ରୋକାଯାଇ ପାରିବ ସେନେଇ ଏକ ବୈଠକ ଗୁରୁବାର ଛତ୍ରପୁରସ୍ଥିତ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା। ଅପରପକ୍ଷରେ ଉକ୍ତ ବୈଠକ ମାତ୍ର ସ୍ବଳ୍ପ ସମୟରେ ସରିଥିଲା। ଏଥିରେ ଅତିରିକ୍ତ ଜିଲାପାଳ କବୀନ୍ଦ୍ର କୁମାର ସାହୁ ଅଧ୍ୟକ୍ଷତା କରିଥିଲେ। ବୈଠକରେ ସମୁଦ୍ର ତଟକୁ ସୁରକ୍ଷିତ ରଖିବା ପାଇଁ ଆର୍ଯ୍ୟପଲ୍ଲୀ ଓ ସୁନାପୁର ସାମୁଦ୍ରିକ ଥାନା ଅଧିକାରୀଙ୍କୁ ଅଧିକ କ୍ରିୟାଶୀଳ ହେବାକୁ ନିର୍ଦ୍ଦେଶ ଦିଆଯାଇଛି। ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନା ନିକଟରେ ଏକ ଅତ୍ୟାଧୁନିକ ବୋଟ ରହିଛି। ସମୁଦ୍ରରେ ଏଥିରେ ପାଟ୍ରୋଲିଂ ପାଇଁ ଏହା ସରକାରଙ୍କ ପକ୍ଷରୁ ଦିଆଯାଇଛି। ଅପରପକ୍ଷରେ ଗୋପାଳପୁର ପୋର୍ଟରେ ଥିବା ମତ୍ସ୍ୟ ଜେଟି ପୋତି ହୋଇଯାଇଛି। ଫଳରେ ଏହି ବୋଟ୍‌କୁ ନେଇ ସମୁଦ୍ରରେ ପାଟ୍ରୋଲିଂ କରିବା ସମ୍ଭବପର ହେଉ ନ ଥିବା ପୋଲିସ ପକ୍ଷରୁ କୁହାଯାଇଥିଲା। ଏହାର ଖନନ ପାଇଁ ୨ କୋଟି ଟଙ୍କା ଖର୍ଚ୍ଚ ହେବ। ନୂଆ ଜେଟି ନିର୍ମାଣ ପ୍ରସ୍ତାବରେ ରହିଛି। ମାଛ ମାରିବା ପାଇଁ ସମୁଦ୍ରକୁ ଯାଉଥିତ୍ବା ମତ୍ସ୍ୟଜିବୀମାନଙ୍କୁ ବିଭାଗ ପକ୍ଷରୁ ପରିଚୟପତ୍ର ଦେବାର ନିୟମ ରହିଛି। ବର୍ତ୍ତମାନ ସୁଦ୍ଧା ୩୨ ହଜାର ମତ୍ସ୍ୟଜିବୀଙ୍କୁ ବିଭାଗ ପରିଚୟପତ୍ର ଦେଇଛି। ଅନ୍ୟମାନଙ୍କୁ ପରିଚୟପତ୍ର ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଗଞ୍ଜାମ ଉପକୂଳର ୧୬ ସ୍ଥାନରେ ମାଛ ଧରା ଡଙ୍ଗା ଅବତରଣ କରୁଥିବା ସ୍ଥାନ ପ୍ରତି ତୀକ୍ଷ୍ମ ଦୃଷ୍ଟି ରଖିବାକୁ କୁହାଯାଇଛି। ସମସ୍ତ ମାଛ ଧରା ଡଙ୍ଗାଗୁଡିକୁ ରେଜିଷ୍ଟ୍ରେଶନ କରାଯିବ ଏବଂ ସେଥିରେ ସ୍ପଷ୍ଟ ଭାବେ ରେଜିଷ୍ଟ୍ରେଶନ ନମ୍ବର ଲେଖାଯିବ। ମତ୍ସ୍ୟଜୀବୀମାନଙ୍କର ପରିଚୟପତ୍ର ଗୁଡିକୁ ୨ ସାମୁଦ୍ରିକ ଥାନା ପୋଲିସ ଯାଞ୍ଚ କରିବେ। ଜିଲା ମତ୍ସ୍ୟ ବିଭାଗର ସଚେତନତା କାର୍ଯ୍ୟକ୍ରମ ବଳବତ୍ତର ରଖିବେ। କାର୍ଯ୍ୟକ୍ରମ ବେଳେ ସ୍ଥାନୀୟ ପୋଲିସ ଓ ତହସିଲଦାରଙ୍କୁ ସାମିଲ କରିବାକୁ କୁହାଯାଇଛି। ମାଛ ମାରିବାକୁ ଯାଇଥିବା ବେଳେ କିମ୍ବା ସମୁଦ୍ର କୂଳରେ କାହା ଉପରେ ଓ ବୋଟ୍‌ ଉପରେ ସନ୍ଦେହ ହେଲେ ପୋଲିସକୁ ମତ୍ସ୍ୟଜୀବୀମାନେ ଜଣାଇବାକୁ କୁହାଯାଇଛି। ଗୋପାଳପୁର ସହର ସମୁଦ୍ର ଉପକୂଳରେ ରହିଛି। ଏଠାରେ ଥିବା ସମସ୍ତ ହୋଟେଲର ଅନ୍ତେବାସୀଙ୍କ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସମୁଦ୍ରକୁ ମାଛ ମାରିବାକୁ ଯିବାବେଳେ ଲାଇଫ୍‌ ଜାକେଟ୍‌ ବ୍ୟବହାର ମତ୍ସ୍ୟଜୀବୀମାନେ କରିବେ। ଏହାର ଖିଲାପ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସତର୍କ କରାଇ ଦିଆଯାଇଛି। ବୈଠକରେ ଛତ୍ରପୁର ଉପଜିଲାପାଳ ପ୍ରିୟରଞ୍ଜନ ପୃଷ୍ଟି, ଗଞ୍ଜାମ ତହସିଲଦାର ଅବନୀ କୁମାର ସାହୁ, ଚିକିଟି ତହସିଲଦାର ରାଜକିଶୋର ଜେନା, ଛତ୍ରପୁର ତହସିଲଦାର ନୀଳମାଧବ ଭୋଇ, ଆସିଷ୍ଟାଣ୍ଟ କଲେକ୍ଟର ଲିଲନ୍‌ ପ୍ରସାଦ ସାହୁ ଓ ପ୍ରଜ୍ଞା ପରିମିତା ଥାଟୋଇ, ସୁନାପୁର ସାମୁଦ୍ରିକ ଥାନା ଆଇଆଇସି ଗୌରାଙ୍ଗ ଚନ୍ଦ୍ର ସାହୁ, ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନା ଆଇଆଇସି ଶର୍ମିଷ୍ଠା ପ୍ରଧାନଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବଜ୍ରକୋଟ ଗ୍ରାମ ନିକଟରେ କଲରାପତରିଆ ବାଘଛୁଆର ମୃତଦେହ: ଘଟଣାସ୍ଥଳରେ ଡିଏଫ୍ଓ…

ଭଞ୍ଜନଗର,୧୮।୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ମୁଜାଗଡ ରେଞ୍ଜ ବଜ୍ରକୋଟ ଗ୍ରାମ ନିକଟରେ ବୁଧବାର ସନ୍ଧ୍ୟାରେ ଏକ କଲରାପତରିଆ ବାଘ ଛୁଆ ମରି…

ଗଞ୍ଜାମ ପୋଲିସ ଜିଲା ହାବିଲଦାର-କନଷ୍ଟେବଳ ସଂଘ ନିର୍ବାଚନ: ପୁଣି ସଭାପତି ହେଲେ ଗୋରାଚାନ୍ଦ, ସମ୍ପାଦକ ହେଲେ ସୁବାଷ

ଛତ୍ରପୁର,୧୮।୨(ଦିଲୀପ ସାମଲ): ଗଞ୍ଜାମ ପୋଲିସ ଜିଲା ହାବିଲଦାର ଓ କନଷ୍ଟେବଳ ସଂଘର କର୍ମକର୍ତ୍ତା ନିର୍ବାଚନର ବୁଧବାର ଗଣତି ସହିତ ଫଳାଫଳ ଘୋଷଣା ହୋଇଯାଇଛି। ପୁଣି ନିର୍ବାଚନରେ ଗୋରାଚାନ୍ଦ…

ଭୁତପ୍ରେତ ଭୟରେ ମାରୀଗୁଡା ଗ୍ରାମବାସୀ: ରାତିରେ ଶୁଭୁଛି ବିକଟାଳ ଶବ୍ଦ, ଲୋକଙ୍କ ଘରେ ଚୁଲି ଜଳୁନି

ରାୟଗଡା, ୧୮।୨(ଆଶିଷ ରଞ୍ଜନ ପଣ୍ଡା)- ଦକ୍ଷିଣ ଓଡିଶାର ଉପାନ୍ତ ରାୟଗଡା ଜିଲ୍ଲାର ଗ୍ରାମାଞ୍ଚଳରେ ଏବେ ବି ଭରି ରହିଛି ଅନ୍ଧବିଶ୍ବାସ । ଭୂତପ୍ରେତକୁ ନେଇ ଆଜି ମଧ୍ୟ…

ମାର୍ଚ୍ଚ ୧୦ରୁ ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ପ୍ରାକ୍‌ ପ୍ରସ୍ତୁତିକୁ ତ୍ୱରାନ୍ବିତ କରିବାକୁ…

ଛତ୍ରପୁର, ୧୮ା୨(ଦିଲୀପ ସାମଲ)- ଚଳିତବର୍ଷ ମାର୍ଚ୍ଚ ମାସ ୧୦ ତାରିଖରୁ ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ ଆରମ୍ଭ ହେବ। ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି…

ମହତ୍ କାମ: ବାଲୁଙ୍କୀ ଦାଶ ସ୍ମୃତି ପାଠାଗାର ଜମିକୁ ଜିଲା ପ୍ରଶାସନକୁ ହସ୍ତାନ୍ତରଣ କଲେ…

ବରଗଡ଼,୧୮।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଅଗ୍ରଗାମୀ ଯୁବକ ସଂଘ ଅଧିନରେ ରହିଥିବା ସ୍ଥାନୀୟ ସରକାରୀ ଡ଼ାକ୍ତରଖାନା ସମ୍ମୁଖସ୍ଥ ବାଲୁଙ୍କୀ ଦାଶ ସ୍କୃତି ପାଠାଗାର ଜମିକୁ ବୁଧବାର ଜିଲା…

ଏପ୍ରିଲ ୨୬ରୁ ଭଞ୍ଜନଗର ଠାକୁରାଣୀ ଯାତ୍ରା: ମାର୍ଚ୍ଚ ୧୧ରେ ଶୁଭଖୁଣ୍ଟି ସ୍ଥାପନ,ମେ’ ୨୦ରେ…

ଭଞ୍ଜନଗର,୧୮।୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଐତିହାସିକ ଠାକୁରାଣୀ ଯାତ୍ରାର ପ୍ରସ୍ତୁତି ବୈଠକ ବୁଧବାର ସନ୍ଧ୍ୟାରେ ସ୍ଥାନୀୟ ରଘୁନାଥ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ସଭାପତି ରାଜେନ୍ଦ୍ର ବିଷୋୟୀ…

ଗ୍ଲୋକାଲ ବାଇପାସ ନିକଟରେ ଦୁର୍ଘଟଣା, ଘଟଣାସ୍ଥଳରେ ଚାଲିଗଲା ଜଣଙ୍କର ଜୀବନ

ଜୟପୁର,୧୮।୨(ପବନ ପାଣିଗ୍ରାହୀ): ଜୟପୁର ଗ୍ଲୋକାଲ ହସପିଟାଲ ବାଇପାସ ରୋଡ ନିକଟରେ ଏକ ବାଇକ ଧକ୍କାରେ ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର ଅବସ୍ଥାରେ…

ବଲାଙ୍ଗୀର: ଭଡ଼ା ଘରେ ଚାଲିଥିଲା ସେକ୍ସ ରାକେଟ, ଚଢ଼ାଉ କରି ୨ ଦେହଜୀବିଙ୍କ ସହ ୪ ଗ୍ରାହକଙ୍କୁ…

ବଲାଙ୍ଗୀର,୧୮।୨(ସୁନୀଲ କୁମାର ମହାନ୍ତି)- ବଲାଙ୍ଗୀର ସହର ସୁଦପଡା ଗ୍ୟାସ ଗୋଦାମ ନିକଟ ଏକ ଭଡ଼ା ଘରେ ସେକ୍ସ ରାକେଟ ଠାବ ହୋଇଛି। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri