ଗଜାଧାନ ଧରି ଚାଷୀ ଜିଲା ଯୋଗାଣ ଅଧିକାରୀଙ୍କ ଦ୍ୱାରସ୍ଥ

ଦେଓଗାଁ, ୫ା୭(ଡି.ଏନ.ଏ.) : ବଲାଙ୍ଗୀର ସଦର ବ୍ଲକ ଭୂତିଆରବାହାଲ ପଞ୍ଚାୟତ ଅନ୍ତର୍ଗତ କୁଠୁର୍ଲାର ଅନେକ ଚାଷୀ ରବିଧାନ ଚାଷ କରି ବିକ୍ରି କରିପାରୁ ନାହାନ୍ତି। ଏ ନେଇ ବାରମ୍ବାର କର୍ତ୍ତୃପଙ୍କୁ ଜଣାଇଲା ପରେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉ ନାହିଁ। ଶେଷରେ ଚାଷୀମାନେ ଗଜାଧାନ ଧରି ଶୁକ୍ରବାର ଜିଲା ଯୋଗାଣ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଛନ୍ତି । ସେମାନେ ଅଭିଯୋଗ କରିଛନ୍ତି ଯେ, ଏହି ଗାଁର ୧୫ରୁ ଉର୍ଦ୍ଧ୍ୱ ଚାଷୀ ରବି ସିଜିନରେ ଧାନଚାଷ କରିଥିଲେ । କୁଠୁର୍ଲା କୃଷି ସେବା ସମବାୟ ସମିତିରେ ମଣ୍ଡି ଆରମ୍ଭ ହେଲେ ଉତ୍ପାଦିତ ଧାନକୁ ବିକ୍ରୟ କରିବେ ବୋଲି ଆଶାବାନ୍ଧି ଥିଲେ। ହେଲେ ଅଦ୍ୟାବଧି ପ୍ୟାକ୍ସକୁ ଟାର୍ଗେଟ ଦିଆ ନ ଯିବାରୁ ଚାଷୀ ମହଲରେ ଅସନ୍ତୋଷ ଦେଖାଦେଇଛି । ଇତ୍ୟବସରେ ମୌସୁମୀ ବର୍ଷା ହେବାରୁ ଯେଉଁ ଚାଷୀଙ୍କ ଘରେ ଗଚ୍ଛିତ ରଖିବା ପାଇଁ ଜାଗାନାହିଁ ସେମାନଙ୍କ ଧାନ ବର୍ଷାରେ ଭିଜି ଗଜା ହୋଇଯାଇଛି। ଶେଷରେ ଚାଷୀମାନେ ଅନ୍ୟନୋପାୟ ହୋଇ ଜିଲାପାଳ ଓ ଜିଲା ଯୋଗାଣ ଅଧିକାରୀଙ୍କୁ ଧାନକ୍ରୟ ପାଇଁ ଟାର୍ଗେଟ ପ୍ରଦାନ କରିବା ପାଇଁ ଲିଖିତ ଅନୁରୋଧ କରିଥିଲେ । ହେଲେ ଜିଲା ଯୋଗାଣ ଅଫିସ ତରଫରୁ ଟାର୍ଗେଟ ଆସି ନ ଥିବାରୁ ଧାନକ୍ରୟ ହୋଇପାରିବ ନାହି ବୋଲି ଉତ୍ତର ଆସିବାରୁ ନିରାଶାରେ ଫେରିଥିବା ଚାଷୀ ଗୋପବନ୍ଧୁ ପାତ୍ର, ଟଙ୍କଧର କର୍ମୀ, ଅତି ମଙ୍ଗାଲ, ନେହେରୁ ପାତ୍ର, ଭଗ ମାହାକୁର, ନରହରି ପାତ୍ର, ବଳଦେବ ଖମାରୀ, ବାହାଦୁର ମାହାକୁର, କନ୍ଦର୍ପ ପଧାନ କହିଛନ୍ତି। ଅନ୍ୟପକ୍ଷେ ସ୍ଥାନୀୟ ଚାଷୀଙ୍କ ଉପାର୍ଜିତ ଧାନକୁ ପ୍ରଶାସନ କ୍ରୟ ନକରି ଚଳିତବର୍ଷ ବାହାର ଜିଲାର ହଜାର ହଜାର କୁଇଣ୍ଟାଲ ଧାନକୁ କାହିଁକି ସ୍ଥାନୀୟ ଧାନ ମିଲମାନଙ୍କୁ ଅଣାଯାଉଛି ବୋଲି ଚାଷୀମାନେ ପ୍ରଶ୍ନ କରିଛନ୍ତି । ବର୍ତ୍ତମାନ ସେମାନେ ଧାର କରଜ କରି ଉପାର୍ଜିତ ଧାନକୁ ନା ଘରେ ରଖିପାରୁଛନ୍ତି ନା କାହା ହାତକୁ ଟେକି ଦେଇ ପାରୁଛନ୍ତି । ଘରେ ରହି ବର୍ଷାପାଣିରେ ଭିଜି ଗଜାହୋଇ ନଷ୍ଟ ହୋଇଯାଉଥିବାରୁ ଚାଷୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି । କେମିତି ଧାର କରଜ କରିଥିବା ଟଙ୍କା ଶୁଝିବେ ଓ ପୁଣି ଖରିଫ ଧାନଚାଷ ଆରମ୍ଭ କରିବେ ସେନେଇ ଚିନ୍ତାବ୍ୟକ୍ତ କରିଛନ୍ତି । ଏଣୁ ଚାଷୀଙ୍କ ଗଚ୍ଛିତ ଧାନକୁ ସରକାରୀ ସୂତ୍ରରେ କ୍ରୟ କରିବାକୁ ଚାଷୀମାନେ ଦାବି କରିଛନ୍ତି । ଏ ନେଇ ଜିଲା ଯୋଗାଣ ଅଧିକାରୀ ଅଭିରାମ ପଧାନଙ୍କୁ ପଚାରିବାରୁ ଚଳିତବର୍ଷ କମ୍‌ ଟାର୍ଗେଟ ଆସିଥିବାରୁ ଏଭିଳି ସମସ୍ୟା ଦେଖାଦେଇଛି। କୋରାପୁଟ ଜିଲାର ସରପ୍ଲସ ଧାନକୁ ସରକାରୀ ନିର୍ଦ୍ଦେଶ ରହିଥିବାରୁ ମିଲମାନଙ୍କ ଅଣାଯାଇଛି ବୋଲି କହିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ରାଜଧାନୀ ଏକ୍ସପ୍ରେସରେ ଅଜଣା ପାର୍ସଲ: ଆତଙ୍କ ଖେଳାଉଛି…

ଭୁବନେଶ୍ୱର,୧୦।୧୨: ଅଜଣା ପାର୍ସଲକୁ ନେଇ ରାଜଧାନୀ ଏକ୍ସପ୍ରେସରେ ଆତଙ୍କ ଖେଳିଯାଇଛି। ଦିଲ୍ଲୀରୁ ଭୁବନେଶ୍ୱର ଆସୁଥିବା ରାଜଧାନୀ ଏକ୍ସପ୍ରେସରେ ଲୋକେ ଭୟଭୀତ। ଝାଡ଼ଖଣ୍ଡରେ RPF ପକ୍ଷରୁ ତନାଘନା...

ଅପଦସ୍ତ ହେଲେ ନିଶା ମହାରଣା: ପେଣ୍ଡାଲ ଉପରକୁ ଚେୟାର ଫୋପାଡିଲେ ଦର୍ଶକ

ଲକ୍ଷ୍ମୀପୁର,୧୦।୧୨(ଅନନ୍ତ ପ୍ରସାଦ ନାୟକ): ପୁଣି ବିବାଦୀୟ ଯାତ୍ରୀ କଳାକାର ନିଶା ମହାରଣାଙ୍କ ପାଇଁ ସୃଷ୍ଟି ହୋଇଛି ଉତ୍ତେଜନା। କୋରାପୁଟ ଲକ୍ଷ୍ମୀପୁରରେ ଅନୁଷ୍ଠିତ ହେଉଥିବା ଅଷ୍ଟଶମ୍ଭୁ ଅପେରାରେ...

ସମ୍ପର୍କର ସେତୁ ସାପ୍ତାହିକ ହାଟ: ମିଳୁଛି ଭଳିକି ଭଳି ସାମଗ୍ରୀ, ବଢୁଛି ଭାଇଚାରା

ଦାରିଙ୍ଗବାଡି,୧୦।୧୨(ଅରୁଣ ସାହୁ): ଓଡିଶାର କଶ୍ମୀର ଦାରିଙ୍ଗବାଡିର ବ୍ରାହ୍ମଣୀଗାଁ ସମେତ କାଟିଙ୍ଗିଆ, ଗଦାପୁର, ସିକରମାହା, ଦାରିଙ୍ଗବାଡି, ସିମନବାଡି, ବୁଡାମାହା ଛକ, ବୁଡ଼ାଗୁଡା ଠାରେ ବିଭିନ୍ନ ଦିନ ମାନଙ୍କରେ...

ମାନବାଧିକାର, ଆମର ଦୈନନ୍ଦିନ ଆବଶ୍ୟକତା

ଆଜି ସାରା ବିଶ୍ୱରେ ଅନ୍ତର୍ଜାତୀୟ ମାନବାଧିକାର ଦିବସ ପାଳନ ହେଉଛି । ଚଳିତ ବର୍ଷ ଜାତିସଂଘ ତରଫରୁ ଏହି ଦିବସ ପାଇଁ ସ୍ଲୋଗାନ ରହିଛି ”ମାନବାଧିକାର,...

୧୬ ବର୍ଷ ପରେ ହତ୍ୟା ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

ଭଞ୍ଜନଗର,୧୦/୧୨(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ନୂଆଁପଲ୍ଲୀ ଗ୍ରାମର ଟୁକୁନା ନାଇକଙ୍କୁ ପୋଲିସ ଏକ ହତ୍ୟା ମାମଲାରେ ସୋମବାର ଗିରଫ କରିଛି। ଏହାପରେ ତାଙ୍କୁ...

ଭଞ୍ଜନଗରରେ ଖୁସିର ଲହରୀ: ପ୍ରଦ୍ୟୁମ୍ନ ଭାଜପା ରାଜ୍ୟ ଓବିସି ମୋର୍ଚ୍ଚା ସଭାପତି

ଭଞ୍ଜନଗର,୧୦।୧୨(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ୍ନ କୁମାର ନାୟକଙ୍କୁ ଭାଜପା ରାଜ୍ୟ ଓବିସି ମୋର୍ଚ୍ଚା ସଭାପତି ଭାବେ ମଙ୍ଗଳବାର ନିଯୁକ୍ତି ଦିଆଯାଇଛି। ଏହି ଖବର...

ଯୁକ୍ତ୨ ପରୀକ୍ଷା ସୂଚୀରେ ପରିବର୍ତ୍ତନ

ଭୁବନେଶ୍ୱର,୧୦।୧୨(ସୁଚିସ୍ମିତା ସାହୁ): ଯୁକ୍ତ୨ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ପରିବର୍ତ୍ତିତ ସୂଚୀ ଅନୁଯାୟୀ, ମାର୍ଚ୍ଚ ୧୧ରେ ହେବାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri