ଗଛରେ ପିଟିହେଲା ଟ୍ୟାଙ୍କର

ମାଧପୁର,୧୯।୧(ଡି.ଏନ୍‌.ଏ.): ଅନୁଗୋଳ ଜିଲା ଆଠମଲିକ ବ୍ଲକ ଅନ୍ତର୍ଗତ ଲାଉପାଳ ଭଗାମୁଣ୍ଡା ଛକ ନିକଟ ଶନିବାର ବିଳମ୍ବିତ ରାତିରେ ଏକ ଆମ୍ବଗଛରେ ଟ୍ୟାଙ୍କର ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହେଇଛି।
ସୂଚନାଯୋଗ୍ୟ, ଗାଡ଼ିଟି ବୌଦ୍ଧରୁ ଆଠମଲିକ ଅଭିମୁଖେ ଯାଉଥିବା ସମୟରେ ଭାରସାମ୍ୟ ହରାଇ ଗଛରେ ପିଟି ହୋଇଯାଇଥିଲା। ରବିବାର ସକାଳେ ଆଠମଲିକ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ ଚଳାଇଛି।