ଗଛରୁ ପଡ଼ି ଯୁବକଙ୍କ ଜୀବନଗଲା

ଠାକୁରମୁଣ୍ଡା, ୧।୫ (ଡି.ଏନ.ଏ.)-ମୟୂରଭଞ୍ଜ ଜିଲା ମହୁଲଡିହା ଥାନା ଅନ୍ତର୍ଗତ ଜରକ ପଞ୍ଚାୟତର କୁଚେଇଡ଼ିହି ଗ୍ରାମ ଜାମଚୁଆ ସାହିରେ ଶୁକ୍ରବାର ସକାଳେ ଜଣେ ଯୁବକ ଗଛରୁ ପଡିଯିବାରୁ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ମୃତକ ହେଲେ ଶ୍ୟାମ ଚରଣ କୁଦାଦା। ଶୁକ୍ରବାର ଶ୍ୟାମ ଏକ ବ୍ୟାଗ ନେଇ ନିଜ ଘର ନିକଟରେ ଥିବା ଏକ କୁଲିଆରୀ ଗଛ ଉପରେ ଚଢ଼ି କୁଲିଆରୀ ଶାଗ ତୋଳୁଥିବାବେଳେ ଭାରସାମ୍ୟ ହରାଇ ଗଛରୁ ପ୍ରାୟ ୨୦ ଫୁଟ ତଳକୁ ଖସି ପଡ଼ିଥିଲେ। ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଠାକୁରମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ମହୁଲଡିହା ଥାନା ପୋଲିସ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହ ବ୍ୟବଚ୍ଛେଦ ନିମନ୍ତେ କରଞ୍ଜିଆ ପଠାଇଛି।