ଗଛମୂଳେ ଚାଲିଛି ମଧ୍ୟାହ୍ନଭୋଜନ

ଚମ୍ପୁଆ, ୮ା୭(ଡି.ଏନ୍‌.ଏ): ସମସ୍ତେ ପଢ଼ିବେ ସମସ୍ତେ ବଢ଼ିବେ ଆଧାରରେ ସରକାର ସର୍ବଶିକ୍ଷା ଅଭିଯାନ ମାଧ୍ୟମରେ ଶିକ୍ଷାର ଉନ୍ନତି ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ପ୍ରଥମରୁ ୮ମ ପର୍ଯ୍ୟନ୍ତ ଛାତ୍ରୀଛାତ୍ରଙ୍କ ପାଇଁ ମଧ୍ୟାହ୍ନଭୋଜନର ବ୍ୟବସ୍ଥା କରିଛନ୍ତି। ଏହି ମଧ୍ୟାହ୍ନଭୋଜନ ପାଇଁ ପଞ୍ଚନିୟମ ପ୍ରଣୟନ କରାଯାଇଛି। ମାତ୍ର ଚମ୍ପୁଆ ମହତାବ ଉଚ୍ଚ ବିଦ୍ୟାଳୟରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ ୩ ଶହ ଛାତ୍ରୀଛାତ୍ରଙ୍କ ପାଇଁ ମଧ୍ୟାହ୍ନଭୋଜନର ବ୍ୟବସ୍ଥା କରାଯାଉଥିବା ବେଳେ ଏମାନଙ୍କ ବସିବା ପାଇଁ କୌଣସି ସ୍ଥାନ ନିରୂପଣ କରାଯାଉନାହିଁ।
ସୂଚନା ଅନୁସାରେ, ୧୯୪୮ ମସିହାରେ ନିର୍ମିତ ଏହି ଉଚ୍ଚ ବିଦ୍ୟାଳୟ ସ୍ଥାନୀୟ ଅଞ୍ଚଳର ଏକ ପ୍ରମୁଖ ବିଦ୍ୟାଳୟ ରୂପେ ପରିଗଣିତ ହେଉଥିଲା। ମାତ୍ର ପରେ ପରେ ଏହି ବିଦ୍ୟାଳୟର ପରୀକ୍ଷାଫଳକୁ ନେଇ ଶିକ୍ଷାଦାନ ପ୍ରତି ଅଭିଭାବକମାନେ ଅଙ୍ଗୁଳି ନିର୍ଦ୍ଦେଶ କରୁଥିବା ଦେଖିବାକୁ ମିଳୁଛି। ଏହି ବିଦ୍ୟାଳୟରେ ଦିଆଯାଉଥିବା ମଧ୍ୟାହ୍ନଭୋଜନର ଗୁଣାତ୍ମକ ମାନ ଠିକ୍‌ ରହୁଥିବା ବେଳେ ସ୍ବୟଂ ସହାୟକ ଗୋଷ୍ଠୀ ଏହାର ଦାୟିତ୍ୱ ତୁଲାଉଛି। ବିଦ୍ୟାଳୟ ପରିସରରେ ମଧ୍ୟାହ୍ନଭୋଜନ ପ୍ରସ୍ତୁତି ପାଇଁ ରୋଷେଇଶାଳ ରହିଛି, ମାତ୍ର ଛାତ୍ରୀଛାତ୍ରଙ୍କ ବସିବା ପାଇଁ ସ୍ଥାନ ନ ଥିବାରୁ ସେମାନେ ଗଛମୂଳେ ବସି ମଧ୍ୟାହ୍ନଭୋଜନ ଖାଉଛନ୍ତି। ମଧ୍ୟାହ୍ନଭୋଜନ ପାଇଁ ଥିବା ପଞ୍ଚନିୟମ ଯଥା- ସୁରକ୍ଷିତ ପରିଷ୍କାର ସ୍ବାସ୍ଥ୍ୟକର ଉଦ୍ଦେଶ୍ୟଭିତ୍ତିକ, ସୁରକ୍ଷିତ ପୁଷ୍ଟିଭିତ୍ତିକ ଓ ସ୍ବାସ୍ଥ୍ୟକର ରନ୍ଧାଯୁକ୍ତ ଖାଦ୍ୟ, ଖାଇବା ପୂର୍ବରୁ ଓ ପରେ ଉଚିତ୍‌ ହାତଧୁଆ, ସାମାଜିକ ଓ ଲିଙ୍ଗ ଭିତ୍ତିକ ପକ୍ଷପାତିତା ସର୍ବଦା ବର୍ଜନୀୟ ଏବଂ ସୁରକ୍ଷିତ ପାନୀୟଜଳ ଏହି ନିୟମ ଭିତରେ ଯାଉଥିଲେ ମଧ୍ୟ ଏଠାରେ ଏହାର ବିଡ଼ମ୍ବନା ଦେଖିବାକୁ ମିଳୁଛି। ଶିକ୍ଷକମାନେ କେବଳ ଧାଡ଼ି ମାଧ୍ୟମରେ ଛାତ୍ରୀଛାତ୍ରଙ୍କୁ ମଧ୍ୟାହ୍ନଭୋଜନ ଦେଉଥିବା ବେଳେ ପିଲା ହାତ ଧୋଇଲେ କି ନାହିଁ ଏବଂ ପିଲାମାନେ କେମିତି ସୁସ୍ଥ ପରିବେଶରେ ବସି ଖାଇପାରିବେ ସେଥିପ୍ରତି ଧ୍ୟାନ ଦେଉନାହାନ୍ତି। ଗଛମୂଳ ସନ୍ତସନ୍ତିଆ ଘାସ ଗାଲିଚା ଉପରେ ବସି ପିଲାମାନେ ଖାଉଥିବା ଦେଖିବାକୁ ମିଳିଛି। ପରିତାପର ବିଷୟ ଏହି ଯେ, ବିଦ୍ୟାଳୟକୁ ଲାଗିଥିବା ରାସ୍ତା ଦେଇ ଅଧିକାରୀମାନେ ଯାତାୟାତ କରୁଥିଲେ ମଧ୍ୟ ଏଥିପ୍ରତି କିପରି କାହାର ନଜର ପଡୁନାହିଁ, ତାହା ଏବେ ଚିନ୍ତାର ବିଷୟ ପାଲଟିଛି। ଛାତଘରେ ଶିକ୍ଷାଦାନ ଦିଆଯାଉଛି ସତ, ମାତ୍ର ଗଛମୂଳେ ମଧ୍ୟାହ୍ନଭୋଜନ ପରଷିବା ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପାରିବାପଣିଆକୁ ପରିହାସ କରୁଛି। ଏ ନେଇ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୋଲକ ବିହାରୀ ମହାନ୍ତଙ୍କୁ ପଚାରିବାରୁ ୨ ବର୍ଷ ତଳେ ପିଲାମାନେ ବସି ଖାଇବା ପାଇଁ ଏକ ଶେଡ୍‌ ନିର୍ମାଣ କରିବାକୁ ତତ୍କାଳୀନ ପ୍ରଧାନ ଶିକ୍ଷକ ଅଭିମନ୍ୟୁ ସେଠୀ ବିଭାଗକୁ ଚିଠି କରିଥିଲେ। ମାତ୍ର ତାହା ଆଜିପର୍ଯ୍ୟନ୍ତ ହୋଇପାରିନାହିଁ। ତୁରନ୍ତ ଏଥିପାଇଁ ବିଭାଗକୁ ଚିଠି କରାଯିବ ବୋଲି ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାମ ଚାଲୁଥିଲା ହଠାତ୍‌ ଶ୍ରମିଙ୍କ ଉପରେ ପଡିଲା କାନ୍ଥ, ଆଖିବୁଜିଲେ…

ବାଲେଶ୍ୱର,୨୯।୧୨(ବାଞ୍ଛାନିଧି ଦେ): କାମ ଚାଲିଥିଲା ହଠାତ୍‌ ଶ୍ରମିକଙ୍କ ଉପରେ ପଡ଼ିଲା କାନ୍ଥ। ଏଭଳି ଅଭନୀୟ ଘଟଣା ଘଟିଛି ବାଲେଶ୍ୱର ଟାଉନ ଥାନା ମୋତିଗଞ୍ଜ ବଜାରରେ। ସୋମବାର...

ଭିଜିଲାନ୍ସ ଜାଲରେ ସିଭିଲ ସପ୍ଲାଏର ଜୁନିୟର ଆକାଉଣ୍ଟାଣ୍ଟ, ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ

ସୁନ୍ଦରଗଡ଼, ବାଲେଶ୍ବର ୨୨/୧୨(ଜୟ ନାରାୟଣ ମେଣ୍ଡୁଳି/ବାଞ୍ଛାନିଧି ଦେ): ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଆଜି ପୁଣି ସକାଳୁ ସକାଳୁ ଭିଜିଲାନ୍ସ ରେଡ୍ କରିଛି...

ପୁଣି ଅରୁଣଙ୍କ ଘରେ ବିଜେଡି ନେତାଙ୍କ ମେଳି…

ବାଲେଶ୍ୱର,୨୦।୧୨(ବାଞ୍ଛାନିଧି ଦେ): ଅରୁଣ ସାହୁଙ୍କ ଘରେ ମେଳି ବାନ୍ଧିଲେଣି ବାଲେଶ୍ୱର ବିଜେଡି ନେତା। ଜ୍ୟୋତି ପାଣିଗ୍ରାହୀ, ସୁକାନ୍ତ ନାୟକ, ସ୍ବରୂପ ଦାସ ମଧ୍ୟ ଉପସ୍ଥିତ ଅଛନ୍ତି।...

୧୧ କେଭି ବିଦ୍ୟୁତ ତାର ଛିଡ଼ି ଜଳିଗଲା ଧାନଗଦା, ୩ ଲଷରୁ ଅଧିକ ଟଙ୍କାର କ୍ଷତି

ବାହାନଗା, ୨୦। ୧୨(ଅରୂପ କୁମାର ଦାସ): ରେମୁଣା ବ୍ଲକ ଗୋପାଳପୁର ଥାନା ଅଧିନସ୍ଥ ତାଳପଦା ଗ୍ରାମ ବିଲରେ ଯାଇଥିବା ଇଲେଭେନ କେଭି ବିଦ୍ୟୁତ ତାର ଛିଡି...

ରାସ୍ତା ପାର୍ଶ୍ୱରେ ମେଡ଼ିସିନ ପଡିବା ଘଟଣା: ସସ୍‌ପେଣ୍ଡ ହେଲେ ୨ ଏଏନଏମ

ବାଲେଶ୍ୱର, ୧୯।୧୨: ( ବାଞ୍ଛାନିଧି ଦେ): ରାସ୍ତା ପାର୍ଶ୍ୱରେ ସରକାରୀ ଔଷଧ ପଡ଼ିଥିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଲେ ବାଲେଶ୍ୱର ସିଡିଏମଓ ଡା.ପ୍ରଭାତ କୁମାର ବେହେରା। ନିଲମ୍ବିତ...

ଖଇରାରେ ଦନ୍ତା ହାତୀର ଉପଦ୍ରବ, ୨ ପଞ୍ଚାୟତର ସମସ୍ତ ସ୍କୁଲ ଛୁଟି ଘୋଷଣା

ଖଇରା, ୧୯ା୧୨(ଉତ୍କଳ ବନ୍ଧୁ ପଣ୍ଡା ): ଗୁରୁବାର ରାତିରୁ ବାଲେଶ୍ୱର ଜିଲା ଖଇରା ବ୍ଲକ ଅଞ୍ଚଳରେ ଏକ ଦନ୍ତା ହାତୀ ଆତଙ୍କ ଖେଳାଇଛି । ଏକ...

ଖଇରାରେ ଆତଙ୍କ ଖେଳାଇଛି ଦନ୍ତା ହାତୀ, ଆକ୍ରମଣରେ ବୃଦ୍ଧ ମୃତ

ଖଇରା,୧୯/୧୨(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ସୋର ରେଞ୍ଜ ଅଧିନ ଖଇରା ଅଞ୍ଚଳରେ ଏକ ଦନ୍ତାହାତୀ ଗୁରୁବାର ରାତିସାରା ଆତଙ୍କ ଖେଳାଇଛି । କୁପାରୀ ଓ ଔପଦା...

ସୋର ଆହାର କେନ୍ଦ୍ରରୁ ବନ୍ଧୁକ ଜବତ, ପାଚେରି ଡେଇଁ ଯୁବକ ଚମ୍ପଟ୍‌

ବାଲେଶ୍ୱର,୧୮ା୧୨ ( ବାଞ୍ଛାନିଧି ଦେ): ସୋରରେ ଅଭାବନୀୟ ଘଟଣା । ଆହାର କେନ୍ଦ୍ରରୁ ଜବତ ହେଲା ବନ୍ଧୁକ ଜବତ ।  ତେବେ ଧରାପଡିବା ପରେ ଯୁବକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri