ଗଛପଡ଼ି ରାଇକିଆ-ଇନ୍ଦ୍ରଗଡ଼ ଯାତାୟାତ ବନ୍ଦ

ରାଇକିଆ,୨୨ା୪(ଡି.ଏନ୍‌.ଏ.) : କନ୍ଧମାଳ ଜିଲା ରାଇକିଆ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ବିଭିନ୍ନ ସ୍ଥାନରେ ଲୋକଙ୍କ ଘର ଛପର ଉଡ଼ିଯାଇଛି। ବଡ଼ବଡ଼ ଗଛ ମଧ୍ୟ ଉପୁଡ଼ି ପଡ଼ିଛି। ଘାଟି ତଳ ପଞ୍ଚାୟତରେ ମଧ୍ୟ ବହୁ କ୍ଷୟକ୍ଷତି ହୋଇଛି। ରଣବା – ଇନ୍ଦ୍ରଗଡ଼ ମଧ୍ୟରେ ବିଭିନ୍ନ ସ୍ଥାନରେ ଗଛ ପଡ଼ି ରହିଥିବାରୁ ଇନ୍ଦ୍ରଗଡ଼ରୁ ରାଇକିଆ ଅଞ୍ଚଳକୁ ଯାତାୟାତ ବନ୍ଦ ରହିଛି। ବୁଧବାର ସକାଳ ସୁଦ୍ଧା ରାସ୍ତାରେ ପଡ଼ିଥିବା ଗଛ ହଟାଯାଇନାହିଁ।