‘ଗଙ୍ଗୁବାଈ କାଠିୟାଓ୍ବାଡି’ର ପ୍ରଥମ ପୋଷ୍ଟର ରିଲିଜ୍‌

ମୁମ୍ବାଇ: ବଲିଉଡ୍‌ ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭନ୍‌ସାଲିଙ୍କ ଏକ ସ୍ବତନ୍ତ୍ର ପରିଚୟ ରହିଛି। ବି-ଟାଉନର ସବୁ କଳାକାରଙ୍କ ସ୍ବପ୍ନ, ଜୀବନରେ ଥରେ ହେଉ ପଛେ ତାଙ୍କ ଫିଲ୍ମରେ କାମ କରିବେ। ତେବେ ବଲିଉଡ୍‌ର ଟ୍ୟାଲେଣ୍ଟଡ୍‌ ନାୟିକା ଆଲିୟା ଭଟ୍ଟଙ୍କ ଏହି ସ୍ବପ୍ନ କିନ୍ତୁ ପୂରଣ ହୋଇଛି। ଖୁବ୍‌ଶୀଘ୍ର ସେ ଭନ୍‌ସାଲିଙ୍କ ଅପ୍‌କମିଂ ଫିଲ୍ମ ‘ଗଙ୍ଗୁବାଈ କାଠିୟାଓ୍ବାଡି’ରେ ନଜରକୁ ଆସିବେ।
ଫିଲ୍ମ ‘ଗଙ୍ଗୁବାଈ କାଠିୟାଓ୍ବାଡିି’ର ପ୍ରଥମ ପୋଷ୍ଟର ରିଲିଜ୍‌ ହୋଇଯାଇଛିି। ମଙ୍ଗଳବାର ନିଜ ଅଫିସିଆଲ୍‌ ଇନ୍‌ଷ୍ଟାଗ୍ରାମ ହ୍ୟାଣ୍ଡେଲ୍‌ରୁ ଆଲିୟା ଏହାକୁ ଶେୟାର କରିଛନ୍ତି। ଏହି ମୋଶନ୍‌ ପୋଷ୍ଟରଟି ଖୁବ୍‌ ସାଦାସିଧା ହୋଇଥିବାବେଳେ ଏଥିରେ କ୍ରିଏଟିଭିଟିର ଝଲକ କିନ୍ତୁ ଦେଖିବାକୁ ମିଳିଛି। ଏହାସହ ବୁଧବାର ଫିଲ୍ମର ପ୍ରଥମ ଲୁକ୍‌ ମଧ୍ୟ ରିଲିଜ୍‌ କରାଯିବ ବୋଲି ଏଥିରେ ସୂଚନା ରହିଛି। ତେବେ ତା’ପୂର୍ବରୁ ଆମେ ଆପଣଙ୍କୁ ଫିଲ୍ମରେ ଆଲିୟାଙ୍କ ଅବତାର ବିଷୟରେ କିଛି ଉତ୍ସାହଜନକ ସୂଚନା ଦେଉଛୁ।
ଫିଲ୍ମ ‘ଗଙ୍ଗୁବାଈ କାଠିୟାଓ୍ବାଡି’ରେ ଆଲିୟାଙ୍କ ଲୁକ୍‌ ଦେଖିବାକୁ ଫ୍ୟାନ୍‌ମାନେ ଉତ୍ସାହର ସହ ଅପେକ୍ଷା କରି ରହିଛନ୍ତି। ହେଲେ ଫିଲ୍ମରେ ଅଭିନୟ କରିବା ଆଲିୟାଙ୍କ ପାଇଁ ଏତେ ସହଜ ହେବନାହିଁ। ସେ ପ୍ରଥମଥର ଭନ୍‌ସାଲିଙ୍କ ସହ କାମ କରିବାକୁ ଯାଉଛନ୍ତି। ଏଥିପାଇଁ ସେ ନିଜକୁ ପ୍ରସ୍ତୁତ କରୁଛନ୍ତି। ରିଲିଜ୍‌ ହୋଇଥିବା ପ୍ରଥମ ମୋଶନ୍‌ ପୋଷ୍ଟରରୁ ଯାହା ଜଣାପଡ଼ୁଛି, ଫିିଲ୍ମରେ ଦମ୍‌ଦାର ମ୍ୟୁଜିକ୍‌ ନିଶ୍ଚୟ ରହିଛି। ତେବେ ଆଲିୟାଙ୍କୁ ଗୀତ ଗାଉଥିବା ବା ନାଚୁଥିବା ଅବସ୍ଥାରେ ଦେଖିବାକୁ ମିଳିବ ନାହିଁ। ଏହାସହ ତାଙ୍କୁ ଡାଏଲଗ୍‌ ରେକର୍ଡ କରିବାକୁ ପୁଣି ଡବିଂ କରିବାର ସୁଯୋଗ ମିଳିବ ନାହିଁ। ବରଂ ଶୁଟିଂ ସମୟରେ ସେଟ୍‌ରେ ଯେଉଁ ଡାଏଲଗ୍‌ ରେକର୍ଡ ହେବ, ସେଗୁଡ଼ିକୁ ଫିଲ୍ମରେ ବ୍ୟବହାର କରାଯିବ ବୋଲି ଜଣାପଡ଼ିଛି। ଏ ସବୁକୁ ଦୃଷ୍ଟିରେ ରଖି ଆଲିୟା ଗୁଜରାଟୀ ଭାଷା ଏବଂ ବିଶେଷକରି କାଠିୟାଓ୍ବାଡି ଭାଷା କହିବା, ଚାଲିଚଳନ ଏବଂ ପରମ୍ପରା ଆଦିକୁ ଶିଖୁଛନ୍ତି। ଫିଲ୍ମଟି ପ୍ରକୃତରେ ଆଲିୟାଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ହେବାକୁ ଯାଉଛି। ଚଳିତବର୍ଷ ସେପ୍ଟେମ୍ବରରେ ଫିଲ୍ମଟି ରିଲିଜ୍‌ ହେବ।

Share