‘ଗଙ୍ଗୁବାଇ କାଠିୟାୱାଡି’ର ଫାଷ୍ଟ ଲୁକ୍‌ ରିଲିଜ୍‌

ମୁମ୍ବାଇ: ବଲିଉଡ୍‌ ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭନ୍‌ସାଲୀ ଓ ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଅପ୍‌ କମିଂ ଫିଲ୍ମ ‘ଗଙ୍ଗୁବାଈ କାଠିୟାୱାଡି’ର ଫାଷ୍ଟ ଲୁକ୍‌ ବୁଧବାର ରିଲଜ୍‌ ହୋଇଛି। ଏହି ଫିଲ୍ମର ୨ଟି ପୋଷ୍ଟର ରିଲିଜ୍‌ ହୋଇଥିବା ବେଳେ ଏଥିରେ ଆଲିଆଙ୍କ ନୂଆ ଲୁକ୍‌ ଦେଖିବାକୁ ମିଳିଛି। ଆଲିଆ ଇନ୍‌ଷ୍ଟାଗ୍ରାମରେ ଏହି ଫଟୋକୁ ଶେୟାର କରିଛନ୍ତି। ତାଙ୍କର ଏହି ନୂଆ ଲୁକ୍‌କୁ ପ୍ରଶଂସକ ବେଶ୍‌ ପସନ୍ଦ କରିଛନ୍ତି। ପ୍ରଥମ ପୋଷ୍ଟରରେ ଆଲିଆଙ୍କୁ ଗଙ୍ଗୁବାଈଙ୍କ ଯୁବାବସ୍ଥା ସମୟର ଦେଖିବାକୁ ମିଳିଛି। ଦିତୀୟଟିରେ ଆଲିଆ ସମ୍ପୂର୍ଣ୍ଣ ମାଫିଆ କୁଇନ୍‌ ଭଳି ଦେଖାଯାଉଛନ୍ତି। କଳା ଧଳା ରଙ୍ଗ ଏବଂ ବଡ଼ ବିନ୍ଦିରେ ସେ ଏକ ଭିନ୍ନ ରୂପରେ ନଜର ଆସିଛନ୍ତି। ଏଥିରେ ଆଲିଆ ଜଣେ ଆଗ୍ରେସିଭ୍‌ ଅଭିନେତ୍ରୀ ଚରିତ୍ରରେ ଅଭିନୟ କରିବେ। ପ୍ରଥମ ଥର ପାଇଁ ଆଲିଆ ଭନ୍‌ସାଲୀଙ୍କ ସହ କାମ କରୁଥିବା ବେଳେ ସେ ତାଙ୍କ ଭୂମିକାକୁ ନେଇ ବେଶ୍‌ ଉତ୍ସାହିତ ଥିବା ଜଣାପଡ଼ିଛି। ଫିଲ୍ମ ଗଙ୍ଗୁବାଈ ଏସ୍‌ ହୁସୈନ ଜୈଦିଙ୍କ ଲିଖିତ ‘ମାଫିଆ କୁଇନ୍ସ ଅଫ ମୁମାଇ’ ଉପରେ ଆଧାରିତ ହୋଇଛି। ଏହି ଫିଲ୍ମ ସେପ୍ଟେମର ୧୧ରେ ରିଲିଜ୍‌ ହେବ।

Share