ଗଙ୍ଗାସାଗରରେ ବୁଡ଼ପକାଇଲେ ୪୦ ଲକ୍ଷ ପୁଣ୍ୟାର୍ଥୀ

ଭୋଗରାଇ,୧୪।୧(ଡି.ଏନ୍‌.ଏ.): ପଶ୍ଚିମ ବଙ୍ଗ ସାଗରଦ୍ୱୀପ ଗଙ୍ଗା ଓ ସାଗର ସଙ୍ଗମସ୍ଥଳରେ ମକର ସଂକ୍ରାନ୍ତି ଉପଲକ୍ଷେ ମଙ୍ଗଳବାର ସାହି ସ୍ନାନରେ ୪୦ ଲକ୍ଷରୁ ଊର୍ଦ୍ଧ୍ୱ ପୁଣ୍ୟାର୍ଥୀ ମକର ବୁଡ଼ ପକାଇଛନ୍ତି । ଓଡ଼ଶାରୁ ଅନ୍ୟୁନ ୫୦ ହଜାରରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁ ସେଠାକୁ ଯାଇଥିବା ଆକଳନ କରାଯାଇଛି । ବହୁ ପୁଣ୍ୟାର୍ଥୀ ମକର ବୁଡ଼ ପକାଇ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ତିଳ ତର୍ପଣ, ମୋକ୍ଷ ପ୍ରାପ୍ତି ପାଇଁ ଗୋ ଦାନ, ପ୍ରସିଦ୍ଧ କପିଳ ମୁନି ମନ୍ଦିରରେ ପୂଜା ଅର୍ଚ୍ଚନା କରିଛନ୍ତି। ପ୍ରସିଦ୍ଧ ମେଳାରେ ନାଗା ଉଲଗ୍ନ ସନ୍ନ୍ୟାସୀମାନଙ୍କ ଅନ୍ୟ ଏକ ଆକର୍ଷଣ ହୋଇଛି ।