ଗଙ୍ଗାରେ ଅସ୍ଥି ବିସର୍ଜନ ଲାଗି ଭାରତୀୟ ଭିଜାନୀତି କୋହଳ ଲାଗି ଦାବି କଲେ ପାକିସ୍ତାନୀ ହିନ୍ଦୁ

ନୂଆଦିଲ୍ଲୀ/ଇସଲାମାବାଦ୍‌,୩୦।୧: ପାକିସ୍ତାନରେ ବାସ କରୁଥିବା ହିନ୍ଦୁମାନେ ଗଙ୍ଗାରେ ଅସ୍ଥି ବିସର୍ଜନ ଲାଗି ଭାରତ ସରକାରଙ୍କ ଭିଜା ନୀତିକୁ କୋହଳ କରିବାକୁ ଦାବି କରିଛନ୍ତି। ଭାରତ ସରକାର ପାକିସ୍ତାନୀ ହିନ୍ଦୁ ଶରଣାର୍ଥୀଙ୍କୁ ନାଗରିକତ୍ୱ ପ୍ରଦାନ କରିବା ଭଳି ମହାନ କାର୍ଯ୍ୟ କରିଥିବାବେଳେ ଏବେ ହିନ୍ଦୁଙ୍କୁ ଭିଜା ଦେବା ଆବଶ୍ୟକ ବୋଲି ପୂର୍ବତନ ସାଂସଦ ଦିଓ୍ବାନ ଚନ୍ଦ୍ର ଚାଓ୍ବଲା କହିଛନ୍ତି। ପାକିସ୍ତାନୀ ହିନ୍ଦୁଙ୍କୁ ଭିଜା ନ ଦେଇ ଭାରତ ସରକାର ସେମାନଙ୍କୁ ଧର୍ମୀୟ ଭାବନାରୁ ବଞ୍ଚିତ କରୁଥିବା ଚାଓ୍ବଲା କହିଛନ୍ତି। ପାକିସ୍ତାନରେ ବାସ କରୁଥିବା ଅଧିକାଂଶ ହିନ୍ଦୁ ମୃତଦେହର ଅନ୍ତିମ ସଂସ୍କାର ମାଟିରେ ପୋତି କରିଥାନ୍ତି। ତେବେ ବହୁ ହିନ୍ଦୁ ଅନ୍ତିମ ସଂସ୍କାରରେ ଦାହକୁ ପ୍ରାଥମିକତା ଦେଇଥାନ୍ତି। କିନ୍ତୁ ଆସ୍ଥା ଅନୁସାରେ ଗଙ୍ଗାରେ ଅସ୍ଥି ବିସର୍ଜନ କରିବାକୁ ପାକିସ୍ତାନୀ ହିନ୍ଦୁମାନେ ଚାହୁଁଥିବା ଚାଓ୍ବଲା କହିଛନ୍ତି।

Share