ଗଁ। ରେ ପଶିଲେ ହାତୀପଲ

ରାସୋଳ, ୧୩।୬(ଡି.ଏନ୍‌.ଏ.)- ହିନ୍ଦୋଳ ରେଞ୍ଜ ରାସୋଳ ସେକ୍ସନ ଅଁଳାବେଡ଼ା ଗ୍ରାମର କୁମ୍ଭୀରାଢିପ ସାହିରେ ମଙ୍ଗଳବାର ବିଳମ୍ବିତ ରାତିରେ ହାତୀ ଆତଙ୍କ ଦେଖାଦେଇଛି। ହାତୀପଲ ମଦନ ଦେହୁରୀ ଏବଂ ସତୀ ମିଶ୍ରଙ୍କ ଘର ଭାଙ୍ଗିଦେଇଥିବାବେଳେ ଆକ୍ରମଣରୁ ବର୍ତ୍ତିଯାଇଛନ୍ତି ଉଭୟ ପରିବାରର ୮ ସଦସ୍ୟ।
ମଦନ ତାଙ୍କ ଝାଟିମାଟି ଘରେ ୪ ଝିଅଙ୍କ ସହିତ ଶୋଇଥିଲେ। ବିଳମ୍ବିତ ରାତିରେ ଏକ ପଲରେ ୫ହାତୀ ଘର ଭାଙ୍ଗି ଦେଇଥିଲେ। ଜୀବନ ବିକଳରେ ସମସ୍ତେ ଘରୁ ପଦାକୁ ପଳାଇ ଆସୁଥିବାବେଳେ ହାତୀ ମୁହଁରେ ପଡ଼ିଯାଇଥିଲେ। ତେବେ ସୌଭାଗ୍ୟବଶତଃ ସମସ୍ତେ ବର୍ତ୍ତିଯାଇଛନ୍ତି। ହାତୀପଲ ଘରେ ଥିବା ୩ବସ୍ତା ଚାଉଳ, ୫ ବସ୍ତା ଧାନ ଖାଇଯାଇଛନ୍ତି। ଘରେ ଥିବା ଆସବାବପତ୍ର ଭାଙ୍ଗି ଦେଇଛନ୍ତି। ବାସହରା ପରିବାର ଖୋଲା ଆକାଶ ତଳେ ଥିବାବେଳେ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି। ସେହିପରି ସତୀ ଝିଅପୁଅଙ୍କ ସହ ଶୋଇଥିବାବେଳେ ହାତୀପଲ ଘର ଭାଙ୍ଗି ଦେଇଥିଲେ। ସେମାନେ ଜୀବନ ବିକଳରେ ଅନ୍ୟ ଏକ ଘରେ ପଶିଯାଇଥିଲେ। ଉପଦ୍ରବ ସୃଷ୍ଟି କରିବା ପରେ ସକାଳ ଯାଏ ହାତୀ ଗ୍ରାମ ନିକଟ ଆମ୍ବତୋଟାରେ ରହିଥିଲେ। ରାସୋଳ ବନ କର୍ମଚାରୀ ପହଞ୍ଚତ୍ ହାତୀଙ୍କୁ ପଶାସିଂ ଆଡ଼କୁ ଘଉଡ଼ାଇ ଦେଇଛନ୍ତି।
ଏ ନେଇ ଫରେଷ୍ଟର ସୁଦର୍ଶନ ଦେହୁରୀ କୁହନ୍ତି, ମଦନ ଦେହୁରୀଙ୍କ ଘର ସମ୍ପୂର୍ଣ୍ଣ ଏବଂ ସତୀ ମିଶ୍ରଙ୍କ ଘର ଆଂଶିକ କ୍ଷତିଗ୍ରସ୍ତ ହୋଇଛି। ଆବଶ୍ୟକ କାଗଜପତ୍ର ପରେ ଉଭୟ ପରିବାରକୁ ଯଥାକ୍ରମେ ୧୦ ହଜାର ଏବଂ ୫ ହଜାର ଟଙ୍କା କ୍ଷତିପୂରଣ ଦିଆଯିବ। କୁନୁଆ ସରପଞ୍ଚ ନିରଞ୍ଜନ ସାମଲ ପହଞ୍ଚତ୍ କ୍ଷତିଗ୍ରସ୍ତ ପରିବାରକୁ ୫୦୦ ଟଙ୍କା ଲେଖାଏ ସହାୟତା ପ୍ରଦାନ କରିଛନ୍ତି। ବନ ବିଭାଗ ରିପୋର୍ଟ ଦେବା ପରେ ସରକାରୀ ସହାୟତା ପ୍ରଦାନ କରାଯିବ ବୋଲି ସେ କହିଛନ୍ତି।