ଗଁ। ରେ ପଶିଲେ ହାତୀପଲ

ରାସୋଳ, ୧୩।୬(ଡି.ଏନ୍‌.ଏ.)- ହିନ୍ଦୋଳ ରେଞ୍ଜ ରାସୋଳ ସେକ୍ସନ ଅଁଳାବେଡ଼ା ଗ୍ରାମର କୁମ୍ଭୀରାଢିପ ସାହିରେ ମଙ୍ଗଳବାର ବିଳମ୍ବିତ ରାତିରେ ହାତୀ ଆତଙ୍କ ଦେଖାଦେଇଛି। ହାତୀପଲ ମଦନ ଦେହୁରୀ ଏବଂ ସତୀ ମିଶ୍ରଙ୍କ ଘର ଭାଙ୍ଗିଦେଇଥିବାବେଳେ ଆକ୍ରମଣରୁ ବର୍ତ୍ତିଯାଇଛନ୍ତି ଉଭୟ ପରିବାରର ୮ ସଦସ୍ୟ।
ମଦନ ତାଙ୍କ ଝାଟିମାଟି ଘରେ ୪ ଝିଅଙ୍କ ସହିତ ଶୋଇଥିଲେ। ବିଳମ୍ବିତ ରାତିରେ ଏକ ପଲରେ ୫ହାତୀ ଘର ଭାଙ୍ଗି ଦେଇଥିଲେ। ଜୀବନ ବିକଳରେ ସମସ୍ତେ ଘରୁ ପଦାକୁ ପଳାଇ ଆସୁଥିବାବେଳେ ହାତୀ ମୁହଁରେ ପଡ଼ିଯାଇଥିଲେ। ତେବେ ସୌଭାଗ୍ୟବଶତଃ ସମସ୍ତେ ବର୍ତ୍ତିଯାଇଛନ୍ତି। ହାତୀପଲ ଘରେ ଥିବା ୩ବସ୍ତା ଚାଉଳ, ୫ ବସ୍ତା ଧାନ ଖାଇଯାଇଛନ୍ତି। ଘରେ ଥିବା ଆସବାବପତ୍ର ଭାଙ୍ଗି ଦେଇଛନ୍ତି। ବାସହରା ପରିବାର ଖୋଲା ଆକାଶ ତଳେ ଥିବାବେଳେ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି। ସେହିପରି ସତୀ ଝିଅପୁଅଙ୍କ ସହ ଶୋଇଥିବାବେଳେ ହାତୀପଲ ଘର ଭାଙ୍ଗି ଦେଇଥିଲେ। ସେମାନେ ଜୀବନ ବିକଳରେ ଅନ୍ୟ ଏକ ଘରେ ପଶିଯାଇଥିଲେ। ଉପଦ୍ରବ ସୃଷ୍ଟି କରିବା ପରେ ସକାଳ ଯାଏ ହାତୀ ଗ୍ରାମ ନିକଟ ଆମ୍ବତୋଟାରେ ରହିଥିଲେ। ରାସୋଳ ବନ କର୍ମଚାରୀ ପହଞ୍ଚତ୍ ହାତୀଙ୍କୁ ପଶାସିଂ ଆଡ଼କୁ ଘଉଡ଼ାଇ ଦେଇଛନ୍ତି।
ଏ ନେଇ ଫରେଷ୍ଟର ସୁଦର୍ଶନ ଦେହୁରୀ କୁହନ୍ତି, ମଦନ ଦେହୁରୀଙ୍କ ଘର ସମ୍ପୂର୍ଣ୍ଣ ଏବଂ ସତୀ ମିଶ୍ରଙ୍କ ଘର ଆଂଶିକ କ୍ଷତିଗ୍ରସ୍ତ ହୋଇଛି। ଆବଶ୍ୟକ କାଗଜପତ୍ର ପରେ ଉଭୟ ପରିବାରକୁ ଯଥାକ୍ରମେ ୧୦ ହଜାର ଏବଂ ୫ ହଜାର ଟଙ୍କା କ୍ଷତିପୂରଣ ଦିଆଯିବ। କୁନୁଆ ସରପଞ୍ଚ ନିରଞ୍ଜନ ସାମଲ ପହଞ୍ଚତ୍ କ୍ଷତିଗ୍ରସ୍ତ ପରିବାରକୁ ୫୦୦ ଟଙ୍କା ଲେଖାଏ ସହାୟତା ପ୍ରଦାନ କରିଛନ୍ତି। ବନ ବିଭାଗ ରିପୋର୍ଟ ଦେବା ପରେ ସରକାରୀ ସହାୟତା ପ୍ରଦାନ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସହରରେ ବୁଲୁଛି ଦନ୍ତା, ଲୋକେ ଭୟଭୀତ

ଭୁବନ,୩ା୪(ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଏନ୍‌ଏସିର ବିଭିନ୍ନ ସ୍ଥାନରେ ଦନ୍ତାହାତୀ ଜନଗହଳିରେ ଯାତାୟାତ କରୁଥିବା ଦେଖିବାକୁ ମିଳିଛି। ଦନ୍ତାହାତୀଟି ସୁକିନ୍ଦା ଅଞ୍ଚଳରୁ ଆସି ଭୁବନ…

ଫିଲ୍ମ ଷ୍ଟାଇଲ୍‌ରେ ଗୋରୁ ଗାଡ଼ିକୁ ୧୨ କିଲୋମିଟର ଗୋଡ଼ାଇ ଗୋଡ଼ାଇ ଶେଷରେ ପୋଲିସ…

ପରଜଙ୍ଗ,୨ା୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସାଆନ୍ଦା ଫାଣ୍ଡି ପୋଲିସ ଫିଲ୍ମ ଷ୍ଟାଇଲରେ ପ୍ରାୟ ୧୨ କିଲୋମିଟର ରାସ୍ତା ଗୋଡ଼ାଇ ଗୋଡ଼ାଇ ଗୋରୁ ଗାଡ଼ି ଧରିବାରେ…

ବାଇକରେ ଯାଉଥିବାବେଳେ ହଠାତ୍‌ ସାମ୍ନାକୁ ଚାଲିଆସିଲା କୁକୁର, ଘଟଣାସ୍ଥଳରେ…

ପରଜଙ୍ଗ, ୩୧।୩(ନିଗମାନନ୍ଦ ଦଳବେହେରା) : ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସରାଙ୍ଗ ଫାଣ୍ଡି ଅଧୀନ ୫୩ ନଂ ଜାତୀୟ ରାଜପଥର ଦୁର୍ଗା ହୋଟେଲ ସମ୍ମୁଖରେ ମଙ୍ଗଳବାର ପୂର୍ବାହ୍ନରେ…

ଧାନମଣ୍ଡିରେ ବ୍ୟାପକ ଅନିୟମିତତା: ରାସ୍ତାରେ ଧାନ ରଖି ପ୍ରତିବାଦ କଲେ ଚାଷୀ

ପରଜଙ୍ଗ,୩୦ା୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକସ୍ଥିତ ସାଆନ୍ଦା କୃଷି ସମବାୟ ସମିତି କାର୍ଯ୍ୟାଳୟ ଅଧିନରେ ହେଉଥିବା ଧାନମଣ୍ଡିରେ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇଛି। ଯେଉଁ ଚାଷୀମାନେ…

ସମାଜର ମୁଖ୍ୟସ୍ରୋତରେ ସାମିଲ ହେବେ ଦିବ୍ୟାଙ୍ଗ, ନିଜେ ଆତ୍ମନିର୍ଭରଶୀଳ ହୋଇ…

ପରଜଙ୍ଗ,୨୬ା୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ମହେଶ୍ଚନ୍ଦ୍ର ସୁବାହୁସିଂହ ନୋଡାଲ ବିଦ୍ୟାପୀଠ ପରିସରରେ ଗୁରୁବାର ଆୟୋଜକ ପରଜଙ୍ଗ ବ୍ଲକ ପ୍ରଶାସନ ଏବଂ ଜିଲା ସାମାଜିକ ସୁରକ୍ଷା ଓ…

 ପଡୋଶୀ ଘର ଅଳିଆ ଗଦାରୁ ବ୍ୟାପିଲା ନିଆଁ: ଜଳିଗଲା….

ପରଜଙ୍ଗ,୨୩।୩ ( ନିଗମାନନ୍ଦ ଦଳବେହେରା): ଢ଼େଙ୍କାନାଳ ଜିଲା  ପରଜଙ୍ଗ ବ୍ଲକ ପିତିରି ପଞ୍ଚାୟତ ପଡିିଆଭଙ୍ଗା ସାହିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗ୍ରାମର ରମେଶ ଜେନାଙ୍କ  ଦୁଇ…

ମା‘ ତାରିଣୀ ମନ୍ଦିରର ବାର୍ଷିକ ଉତ୍ସବ: ଚଳଚଞ୍ଚଳ ପରଜଙ୍ଗ ଗାଁ

ପରଜଙ୍ଗ,୨୨।୩ (ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବଜାର ମଧ୍ୟରେ ମା’ ତାରିଣୀଙ୍କ ମନ୍ଦିର ରହିଛି ।ଏହି ମନ୍ଦିରରେ ୩ ଦିନ ଧରି ହେବାକୁ ଥିବା ୧୨…

କାମାକ୍ଷାନଗର କଲେଜ ଛାତ୍ରୀଙ୍କୁ ବଳାତ୍କାର ପରେ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କୁ ଧରିଲା ପୋଲିସ, ଓଗାଳିଲେ ସବୁ ସତ

କାମାକ୍ଷାନଗର,୨୧ା୩(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ବହୁ ଚର୍ଚ୍ଚିତ କଲେଜ ଛାତ୍ରୀ ବଳାତ୍କାର ଓ ହତ୍ୟା ଘଟିବାର ତିନିଦିନ ପରେ ମୁଖ୍ୟ ଅଭିଯୁକ୍ତଙ୍କୁ ପୋଲିସ ଧରିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri