ଖୋଳା ବନ୍ଦ ସହ ତଦନ୍ତ ନିର୍ଦ୍ଦେଶ ଦେଲେ ଜିଲାପାଳ

ଗୋପ,୨୫ା୫(ଡି.ଏନ୍‌.ଏ.): ଗୋପ ବ୍ଲକ ମହଲପଡ଼ା ପଞ୍ଚାୟତର କେତେକ ସରକାରୀ ଜମିକୁ ବେଆଇନ ଭାବେ ଜବରଦଖଲ କରି ମାଛ ପୋଖରୀ ଖୋଳିବା ନେଇ ଅଭିଯୋଗ ହୋଇଥିଲା। ଏହି ଅଭିଯୋଗର ବିଚାରକୁ ନେଇ ଜିଲାପାଳ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଜିଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ ଗୋପ ତହସିଲଦାର ଏସ୍‌.କେ. ସାର୍ଗି ତୁରନ୍ତ ଏହି ବେଆଇନ ମାଛ ପୋଖରୀ ଖୋଳାଯାଉଥିବା ସ୍ଥାନକୁ ମାପଚୁପ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମାତ୍ର ଏହି ସବୁ ସରକାରୀ ଜମି ମହଲପଡା ଓ ଶୋରଭା ପଞ୍ଚାୟତର ମୌଜାରେ ଥିବାରୁ ଦୁଇ ମୌଜାର ରାଜସ୍ବ ନିରୀକ୍ଷକ ସର୍କଲକୁ ଜଣାଇ ଦିଆଯାଇଛି। ପ୍ରକାଶ ଯେ, କିଛି ଦିନ ଧରି ଭୁବନେଶ୍ୱର ଅଞ୍ଚଳର ଜଣେ ପ୍ରଭାବଶାଳୀ ବ୍ୟକ୍ତି ଏକ କମ୍ପାନୀ ନାମରେ ଅଳ୍ପ କିଛି ଜମି କିଣିବା ପରେ ନିକଟରେ ଥିବା ପ୍ରାୟ ୫୦ ଏକରରୁ ଅଧିକ ସରକାରୀ ଜମିରେ ଡୋଜର ଲଗାଇ ଗଡିଆ ଖୋଳିବା ଆରମ୍ଭ କରିଥିଲା। ସରକାରୀ ଜମି ଜବରଦଖଲ କରି ଗଡିଆ ଖୋଳିବା ସହିତ ବେଆଇନ ଭାବେ ନିକଟରେ ଥିବା କାଦୁଆ ନଦୀକୁ ପୋତି ଦେବା ଭଳି ଅଭିଯୋଗ କରି ନିକଟସ୍ଥ ୩/୪ ଗ୍ରାମର ଲୋକମାନେ ଏହାକୁ ବିରୋଧ କରିଥିଲେ। ଅଭିଯୋଗସତ୍ତ୍ୱେ ସମ୍ପୃକ୍ତ କମ୍ପାନୀ ଏହାକୁ ମାନି ନ ଥିଲା। ଫଳରେ ସମ୍ପୃକ୍ତ ଗ୍ରାମବାସୀ ଖୋଳା ଯାଉଥିବା ସ୍ଥାନରେ ପହଞ୍ଚତ୍ ବେଆଇନ ମାଛ ପୋଖରୀ ଖୋଳା ବନ୍ଦ କରିଥିଲେ। ମହଲପଡା ସରପଞ୍ଚ ଶୀର୍ଷ ରଞ୍ଜନ ନାୟକ ସରକାରୀ ଜମିରେ ବେଆଇନ ମାଛ ପୋଖରୀ ଖୋଳିବା ସହିତ କାଦୁଆ ନଦୀକୁ ପୋତି ଯିବାକୁ ନେଇ ମୁଖ୍ୟମନ୍ତ୍ରୀ, ୫ଟି ସଚିବ, ରାଜସ୍ବ ବିଭାଗ ସହିତ ପୁରୀ ଜିଲାପାଳଙ୍କୁ ଟୁଇଟର ମାଧ୍ୟମରେ ଜଣାଇଥିଲେ।
ଏହି ଅଭିଯୋଗକୁ ନେଇ ଜିଲାପାଳ ବେଆଇନ ମାଛ ପୋଖରୀ ଖୋଳାକୁ ବନ୍ଦ କରିବା ସହିତ ସରକାରୀ ଜମି କେତେ ଜବରଦଖଲ କରାଯାଇଛି ତା’ଉପରେ ସବିଶେଷ ତଥ୍ୟ ତହସିଲଦାର ଏସ୍‌.କେ. ସାର୍ଗିଙ୍କୁ ମାଗିଥିଲେ। କିନ୍ତୁ ତହସିଲଦାରଙ୍କ ନିକଟରେ ଏହାର ତଥ୍ୟ ନ ଥିବାରୁ ତୁରନ୍ତ ଏହି ଦୁଇଟି ମୌଜାର ରାଜସ୍ବ ନିରୀକ୍ଷକ ସର୍କଲକୁ ତଥ୍ୟ ମାଗିବା ସହ ସରକାରୀ ସ୍ତରରେ ମାପଚୁପ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମହଲପଡା ସରପଞ୍ଚ ଓ ଶୋରଭା ସରପଞ୍ଚଙ୍କୁ ତହସିଲଦାର ଡାକି ଏହି ସରକାରୀ ମାପଚୁପ ସମୟରେ ଉପସ୍ଥିତ ରହିବାକୁ କହିିଥିବା ବେଳେ ଏପର୍ଯ୍ୟନ୍ତ କୌଣସି ମାପଚୁପ ହୋଇ ନାହିଁ। ଅନ୍ୟପଟେ ବେଆଇନ ଭାବେ ପୋଖରୀ ଖୋଳୁଥିବା କମ୍ପାନୀର କେତେଜଣ କର୍ମଚାରୀ ଏବେ ବିରୋଧ କରୁଥିବା ଗାଁରେ ପହଞ୍ଚି ଆପୋସ ସମାଧାନ କରିବାକୁ ଉଦ୍ୟମ କରୁଥିବା ଜଣାପଡ଼ିଛି। ଯଦି ବେଆଇନ ମାଛ ପୋଖରୀ ଖୋଳିବା ବନ୍ଦ କରା ନ ଯାଏ, ତା’ହେଲେ ଆଗାମୀ ବର୍ଷାଦିନରେ ଗୋପ ବ୍ଲକର ୬ଟି ପଞ୍ଚାୟତର କେତେକ ଗାଁ ଓ ଶହ ଶହ ହେକ୍ଟର ଚାଷଜମି ବୁଡିବ ବୋଲି ସରପଞ୍ଚ ଶୀର୍ଷରଞ୍ଜନ ନାୟକ କହିଛନ୍ତି। ଏ ସମ୍ପର୍କରେ ତହସିଲଦାର ଏସ୍‌.କେ. ସାର୍ଗି କହିଛନ୍ତି, ରାଜ୍ୟ ସରକାର ଓ ଜିଲାପାଳଙ୍କ ନିର୍ଦ୍ଦେଶରେ କାର୍ଯ୍ୟ ଆରମ୍ଭ ହୋଇଛି। ତଦନ୍ତ ପରେ ସମ୍ପୃକ୍ତ କମ୍ପାନୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ପ୍ରଶାସନିକ ଅଣଦେଖା ପ୍ରତିବାଦରେ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଚିକିଟିର ଜନପ୍ରତିନିଧି, ୨ ବର୍ଷ ହେଲା ଉଦ୍ଦେଶ୍ୟମୂଳକ ଭାବେ…

ଛତ୍ରପୁର,୯।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଏବଂ ଏନ୍‌ଏସି (NAC) ପ୍ରଶାସନ ପକ୍ଷରୁ ନିର୍ବାଚିତ ଜନପ୍ରତିନିଧିମାନଙ୍କୁ କ୍ରମାଗତ ଭାବେ ଅଣଦେଖା କରାଯାଉଥିବା ନେଇ ସ୍ୱର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ପାଟିତୁଣ୍ଡ ଭିତରେ ପଶି କରିଥିଲେ ହତ୍ୟା: ଅଭିଯୁକ୍ତ ଉପେନ୍ଦ୍ରଙ୍କୁ ଆଜୀବନ ଜେଲ୍

ଛତ୍ରପୁର,୯।୪(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ବାଳକୃଷ୍ଣପୁର ଗ୍ରାମର ୨୦୧୩ ମସିହାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଆଜି ପ୍ରକାଶ ପାଇଛି ।…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଖବରଦାତାଙ୍କ ପତ୍ନୀଙ୍କ ଅକାଳ ବିୟୋଗ: ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଲେ ଛତ୍ରପୁର ବିଧାୟକ

ଗଞ୍ଜାମ,୯।୪(ବିଦ୍ୟାଧର ସାହୁ), ୯/୪: ଗଞ୍ଜାମ ବ୍ଲକ ଅଞ୍ଚଳର ବରିଷ୍ଠ ଖବରଦାତା ରାମଚନ୍ଦ୍ର ବେହେରାଙ୍କ ଧର୍ମପତ୍ନୀ ସୁନିତା ବେହେରାଙ୍କର (୪୫) ଅକାଳ ବିୟୋଗ ଘଟିଛି। ଏହି ଖବର ପ୍ରସାରିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri