ଖୋଲିଲା ରାଜଭବନ ଉଦ୍ୟାନ: ପ୍ରଥମ ଦିନରେ ବୁଲିଲେ ୪ହଜାର ଦର୍ଶକ

ଭୁବନେଶ୍ୱର,୬ା୧(ବ୍ୟୁରୋ): ସର୍ବସାଧାରଣ ଓ ଛାତ୍ରୀଛାତ୍ରଙ୍କ ପାଇଁ ରବିବାର ରାଜଭବନ ଉଦ୍ୟାନ ଖୋଲାଯାଇଛି। ଗୋଲାପ ଉଦ୍ୟାନଠାରୁ ଆରମ୍ଭ କରି ବିଭିନ୍ନ କିସମର ଗେଣ୍ଡୁ, ସେବତୀ, ଗ୍ଲାଡିଓଲି, ଡାଲିଆ, ଜିନିଆ, କାନୁନ୍‌ଡୋଲା, ସାଲ୍‌ଭିଆ ଭଳି ୩୯ କିସମର ଫୁଲର ସମ୍ଭାର ଦେଖିବାକୁ ମିଳିଥିଲା। ଏହାସହ ସବୁଜ ଲନ୍‌, ହରିଣ ଉଦ୍ୟାନ, ସଙ୍ଗୀତମୟ ଝରଣା, ଖୋଲା ଆକ୍ୱାରିୟମ୍‌ ଏବଂ ପକ୍ଷୀ ଏନ୍‌କ୍ଲୋଜର ସର୍ବସାଧାରଣଙ୍କ ପାଇଁ ଆକର୍ଷଣର କେନ୍ଦ୍ର ପାଲଟିଥିଲା। ପ୍ରଥମ ଦିନରେ ୪ହଜାରରୁ ଊର୍ଦ୍ଧ୍ୱ ଲୋକେ ଉଦ୍ୟାନ ବୁଲିବାକୁ ଆସିଥିଲେ।
ସୂଚନାଯୋଗ୍ୟ, ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ରବିବାର ଓ ଛୁଟିଦିନ ମଧ୍ୟ ଏହି ଉଦ୍ୟାନ ଖୋଲା ରହିବ। ପ୍ରତ୍ୟହ ଅପରାହ୍ନ ୨ଟା ୩୦ଟାରୁ ୫ଟା ମଧ୍ୟରେ ସର୍ବସାଧାରଣ ରାଜଭବନ ଉଦ୍ୟାନ ପରିଦର୍ଶନ କରିପାରିବେ। ସେହିପରି ପ୍ରଥମ ଥର ପାଇଁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀଛାତ୍ରଙ୍କ ନିମନ୍ତେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଅନୁରୋଧ ଆଧାରରେ ଛାତ୍ରୀଛାତ୍ରମାନେ ୬ରୁ ୨୧ ତାରିଖ ପର୍ଯ୍ୟନ୍ତ ରବିବାର ବ୍ୟତୀତ ପ୍ରତ୍ୟହ ସକାଳ ୮ଟା ୩୦ ରୁ ୧୦ଟା ମଧ୍ୟରେ ଉଦ୍ୟାନ ବୁଲି ଦେଖିପାରିବେ। ଏଥି ନିମନ୍ତେ ବିଦ୍ୟାଳୟ କର୍ତ୍ତୃପକ୍ଷ ରାଜ୍ୟପାଳଙ୍କ ଏଡିସି କିମ୍ବା ରାଜଭବନ ନିରାପତ୍ତା ଦାୟିତ୍ୱରେ ଥିବା ଏସିପିଙ୍କୁ ଅନୁରୋଧପତ୍ର ପ୍ରେରଣ କରିବାକୁ କୁହାଯାଇଛି। ପରିଦର୍ଶନ ପାଇଁ ରାଜଭବନ ଅଭ୍ୟର୍ଥନା ପ୍ରକୋଷ୍ଠ ନିକଟରେ ରେଜିଷ୍ଟର ମାଧ୍ୟମରେ ହାତ ପ୍ରସ୍ତୁତ ପ୍ରବେଶପତ୍ର ଉପଲବ୍ଧ ଥିବାବେଳେ ମୋବାଇଲ ଆପ୍‌ ଦ୍ୱାରା ରାଜଭବନର ଓ୍ବେବ୍‌ସାଇଟ୍‌ରୁ ପ୍ରବେଶପତ୍ର ପାଇପାରିବେ।

ପିଲାଙ୍କୁ ଚକୋଲେଟ୍‌ ବାଣ୍ଟିଲେ ରାଜ୍ୟପାଳ

ପ୍ରତିବର୍ଷ ରାଜଭବନ ଉଦ୍ୟାନ ସର୍ବସାଧାରଣଙ୍କ ନିମନ୍ତେ ଖୋଲାଯାଇଥାଏ। ହଜାର ହଜାର ଲୋକ ବୁଲିବାକୁ ଆସନ୍ତି। ଉଦ୍ୟାନରେ ବିଭିନ୍ନ ପ୍ରଜାତିର ଫୁଲ ସାଙ୍ଗକୁ ସଙ୍ଗୀତମୟ ଝରଣା ଓ ଡିୟର ପାର୍କ ଲୋକଙ୍କୁ ଆକୃଷ୍ଟ କରିଥାଏ। ତେବେ ଚଳିତବର୍ଷ ରାଜଭବନର ଉଦ୍ୟାନକୁ ବୁଲିବା ପାଇଁ ଆସିଥିବା ଲୋକଙ୍କ ମନ ଜିଣିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌। ପ୍ରଥମ ଥର ପାଇଁ ରାଜଭବନ ଉଦ୍ୟାନ ଖୋଲାଯିବା ପରେ ରାଜ୍ୟପାଳ ଓ ତାଙ୍କ ଧର୍ମପତ୍ନୀ ସର୍ବସାଧାରଣଙ୍କ ପାଖକୁ ଆସିଥିଲେ। ଏପରି ପୂର୍ବରୁ କୌଣସି ରାଜ୍ୟପାଳ କରି ନ ଥିବା କୁହାଯାଉଛି। ରାଜ୍ୟପାଳ ବାହାରକୁ ଆସି ଛୋଟ ଛୋଟ ପିଲାଙ୍କୁ ଚକୋଲେଟ୍‌, ପେନ୍‌, ପେନ୍‌ସିଲ୍‌ ଦେବା ସହ ସେମାନଙ୍କୁ କୋଳେଇ ଧରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri