Categories: ବୌଦ୍ଧ

ଖୋର୍ଦ୍ଧାର ୭ ଶ୍ରମିକ ସାଇକେଲରେ ଘରମୁହାଁ

ଜହ୍ନାପଙ୍କ,୨୧।୫ (ଡି.ଏନ.ଏ.)- ରାୟପୁରକୁ କାମ କରିବାକୁ ଯାଇଥିବା ଖୋର୍ଦ୍ଧା ଭାପୁର ଅଞ୍ଚଳର ୭ ଶ୍ରମିକ ସାଇକେଲରେ ଘରମୁହଁା ହୋଇଛନ୍ତି ା ସେଠାରୁ ବାହାରିବାର ତିନି ଦିନ ପରେ ସେ ଜହ୍ନାପଙ୍କରେ ପହଞ୍ଚତ୍ ଥିବା ଜଣାଯାଇଛି ା
ଏହି ଶ୍ରମିକମାନେ ପରିବାର ପ୍ରତିପୋଷଣ ପାଇଁ ରାୟପୁରକୁ କାମ କରିବାକୁ ଯାଇଥିଲେ । କରୋନାର ପ୍ରକୋପ ଦୃଷ୍ଟିରୁ ସରକାର ଲକ୍‌ ଡାଉନ୍‌ର ଅବଧି ବଢ଼ାଇ ଚାଲିଥିବା ବେଳେ ଏମାନେ ଆସିବାର ବାଟ ବନ୍ଦ ହୋଇଥିଲା । ତୃତୀୟ ପର୍ଯ୍ୟାୟ ଲକ୍‌ ଡାଉନ ନିୟମରେ କିଛି କୋହଳ ହେବା ପରେ ପ୍ରବାସୀ ଶ୍ରମିକମାନେ ଘରକୁ ଫେରିବାର ବାଟ ଫିଟିଥିଲା । ହେଲେ ଠିକା ସଂସ୍ଥା ଏମାନଙ୍କ ଯିବା ପାଇଁ କୌଣସି ସୁବିଧା ନ କରିବାରୁ ଶେଷରେ ନିଜ ରୋଜଗାର ଅର୍ଥରେ ସାଇକେଲ କିଣି ଖୋର୍ଦ୍ଧା ଜିଲା ଅନ୍ତର୍ଗତ ଭାପୁର ଗାଁକୁ ଯିବାକୁ ବାହାରିଥିଲେ । ସାଇକେଲ ଯୋଗେ ବିଭିନ୍ନ ଜିଲା ଅତିକ୍ରମ କରି ଆସିଥିବା ବେଳେ କୌଣସି ଜିଲା ପ୍ରଶାସନ ସେମାନଙ୍କ ଖାଇବା କିମ୍ବା ରହିବାର ବ୍ୟବସ୍ଥା କରି ନ ଥିଲେ। ତେବେ ତିନି ଦିନ ପରେ ଏହି ଶ୍ରମିକମାନେ ବୌଦ୍ଧ ଜିଲାରେ ପହଞ୍ଚତ୍ଛନ୍ତି ା ଏଠାରୁ ଚାରିଛକ- ଦଶପଲ୍ଲା- ନୟାଗଡ ଦେଇ ଶୁକ୍ରବାର ଖୋର୍ଦ୍ଧାରେ ପହଞ୍ଚତ୍ବାର ଆଶା ରଖିଥିବା କହିଛନ୍ତି । ବର୍ତ୍ତମାନ ସମସ୍ତ ଜିଲା ସୀମା ସିଲ୍‌ ହୋଇଥିବା ବେଳେ ଏମାନେ କିପରି ଆସିଲେ ତାହା ସମସ୍ତଙ୍କୁ ଚକିତ କରିଛି ।