ଖେଳୁଥିବାବେଳେ ସଂଜ୍ଞାହୀନ ହେଲେ ୪ ଛାତ୍ରୀ : ଡାକ୍ତରଖାନା ନ ନେଇ ପାଣିଛାଟି ଘରକୁ ପଠାଇଲେ ବିଦ୍ୟାଳୟ କର୍ତ୍ତୃପକ୍ଷ

ଉଦଳା,୧।୧୨(ଡି.ଏନ.ଏ.)-ମୟୂରଭଞ୍ଜ ଜିଲା ଉଦଳା ଏନଏସିରେ ଥିବା ମେଣ୍ଢାଖାଇ ୟୁଜିଏମଇ ସ୍କୁଲରେ ଶନିବାର ଖେଳୁଥିବା ବେଳେ ୭ରୁ ୯ ବର୍ଷ ବୟସର ୪ ଜଣ ଛାତ୍ରୀ ହଠାତ୍‌ ସଂଜ୍ଞାହୀନ ହୋଇ ପଡିଥିଲେ। ସେମାନଙ୍କୁ ଚିକିସତ୍ା ନିମନ୍ତେ ଡାକ୍ତରଖାନା ନେବା ପରିବର୍ତ୍ତେ ମୁହଁରେ ପାଣିଛିଟା ମାରି ଚେତା ଫେରାଇ ଘରକୁ ପଠାଇ ଦିଆଯାଇଥିଲା। ବାଟରେ ଦୁଇ ଜଣ ଏବଂ ଘରେ ପହଞ୍ଚିବା ପରେ ଅନ୍ୟ ଦୁଇ ଜଣ ପୁଣି ସଂଜ୍ଞାହୀନ ହୋଇପଡିଥିଲେ। ପରିବାର ଲୋକେ ସେମାନଙ୍କୁ ଚିକିତ୍ସା ପାଇଁ ନେଇ ଯାଇ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି ା ଏହି ୪ ଛାତ୍ରୀ ଏକ ସମୟରେ ଚେତା ହରାଇବା ଘଟଣାର କାରଣ ସ୍ପଷ୍ଟ ହୋଇ ନାହିଁ ା ଅନ୍ୟପକ୍ଷେ ସ୍କୁଲ କର୍ତ୍ତୃପକ୍ଷ ଅସୁସ୍ଥ ଛାତ୍ରୀଙ୍କ ଚିକତ୍ସା ନ କରାଇ ଦାୟିତ୍ୱହୀନ ପଦକ୍ଷେପ ନେବା ସାଧାରଣରେ ଚର୍ଚ୍ଚାକୁ ଆସିଛି ା
ଛାତ୍ରୀଙ୍କ ଅଭିଭାବକମାନେ କହିଛନ୍ତି ଯେ, ଶନିବାର ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଖାଇବା ପରେ ତୃତୀୟ ଶ୍ରେଣୀରେ ପଢୁଥିବା ଏହି ୪ ଛାତ୍ରୀ ବିଦ୍ୟାଳୟ ହତାରେ ଖେଳୁଥିଲେ ା ସେମାନେ ହଠାତ୍‌ ସଂଜ୍ଞାହୀନ ହୋଇ ପଡିବା ଦେଖି ବିଦ୍ୟାଳୟର ଜଣେ ଶିକ୍ଷୟିତ୍ରୀ ସେମାନଙ୍କ ମୁହଁରେ ପାଣିଛିଟା ମାରିଥିଲେ ା କିଛି ସମୟ ପରେ ଛାତ୍ରୀଙ୍କ ଚେତା ଫେରିଥିଲା । ବିଦ୍ୟାଳୟ କର୍ତ୍ତୃପକ୍ଷ ସେମାନଙ୍କୁ ଡାକ୍ତରଖାନା ନ ନେଇ ଘରକୁ ପଠାଇ ଦେଇଥିଲେ। ପରିବାର ଲୋକେ ଛାତ୍ରୀଙ୍କୁ ଚିକିସତ୍ା କରାଇବାକୁ ଆଣି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ମଧ୍ୟ ବିଦ୍ୟାଳୟର କୌଣସି ଶିକ୍ଷକ କିମ୍ବା ଶିକ୍ଷୟିତ୍ରୀ ଆସି ନ ଥିଲେ। ଏପରିକି ଛାତ୍ରୀମାନେ ବିଦ୍ୟାଳୟରେ ସଂଜ୍ଞାହୀନ ହେବା କଥା ପରିବାର ଲୋକଙ୍କୁ ଜଣାଇ ଦିଆଯାଇ ନ ଥିଲା। ଛାତ୍ରୀମାନଙ୍କ ଏପରି ଅବସ୍ଥା ପାଇଁ ପରିବାରବର୍ଗ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି । ଏ ସମ୍ପର୍କରେ ବ୍ଲକ ଶିକ୍ଷାଧିକାରୀ ଶୋଭାକର ବେହେରାଙ୍କୁ ପଚାରିବାରୁ ସେ ଘଟଣାର ତଦନ୍ତ କରି ଆବଶ୍ୟକ ପଦକ୍ଷେପ ନେବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୁଆପଥର ମାଡରେ ଭାଙ୍ଗିଲା ୫୦ରୁ ଅଧିକ ଘର: ଦେଖାଯାଉଛି ଆକାଶ ତାରା 

ଗୋପବନ୍ଧୁ ନଗର ୭।୪(ଶାନ୍ତନୁ କୁମାର ମଢୁଆଳ): କାଳବୈଶାଖୀ ପ୍ରଭାବରେ ଝଡ଼ ବର୍ଷା ସାଙ୍ଗକୁ କୁଆପଥର ମାଡ ହେବା ଯୋଗୁ ବ୍ୟାପକ କ୍ଷୟକ୍ଷତି ହୋଇଛି। ଗୋପବନ୍ଧୁ ନଗର ବ୍ଲକ…

ମୋରଡାରୁ ପଶ୍ଚିମବଙ୍ଗ ହେଉଥିଲା ଗୋ ଚାଲାଣ, ୧୩ ଗୋରୁ ଜବତ କଲା ପୋଲିସ

ମୋରଡା,୭/୪(ସ୍ମାରକ ମାଜୀ)- ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବେଆଇନ ଭାବେ ଗୋ ଚାଲାଣ ବୃଦ୍ଧି ପାଉଥିବାର ଦେଖାଯାଇଛି । ଅନେକ ସ୍ଥାନରେ ପୋଲିସର ଚଢ଼ାଉ ଜାରି…

ଗଛ କାଟୁଥିବା ବେଳେ ଉପରେ ପଡିଗଲା ଡାଳ; ୨୦ ଫୁଟ ଉପରେ ଝୁଲି ରହିଲେ ଯୁବକ, ତାପରେ…

ଉଦଳା,୪।୪(ସନ୍ତୋଷ କୁମାର ବାଛିନୀ): କପ୍ତିପଦା ଥାନା କଟୁରିଆ ଗ୍ରାମରେ ଅଭାବନୀୟ ଘଟଣା । ଗଛ ଉପରେ ଚଢ଼ି ଡାଳ କାଟୁଥିବା ବେଳେ ଉପରେ ପଡିଗଲା ଆଉ ଏକ…

ଦବିଲା ପୋଲ, କାର୍ଯ୍ୟାନୁଷ୍ଠାନ ଦାବି କରି ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ସଭାପତି କହିଲେ…

ମୋରଡ଼ା,୩ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚିତ୍ରଡ଼ା-ମୋରଡ଼ା ମୁଖ୍ୟ ରାସ୍ତାର ଶିଳଦା ନିକଟରେ ଥିବା ଜମ୍ଭୀରା ପୋଲ ନିକଟରେ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ଜିଲା ସଭାପତି…

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଥାନାରେ ପଶି ଥାନାଧିକାରୀଙ୍କୁ ଗାଳିଗୁଲଜ କରି ଯୁବକ ଦେଲେ ହତ୍ୟା ଧମକ, ଭଦ୍ରଲୋକ ହୋଇ ଥାନାକୁ ଆସିଲେ,

ଉଦଳା,୧।୪(ସନ୍ତୋଷ କୁମାର ବାଛିନୀ): ଥାନାରେ ପଶି ହଙ୍ଗାମା କଲେ ଯୁବକ । ମହିଳା ଥାନା ଅଧିକାରୀଙ୍କ ସହିତ ଅନ୍ୟ ମହିଳା ଅଧିକାରୀଙ୍କୁ ଦୁର୍ବ୍ୟବହାର କରିଲେ ଯୁବକ। କପ୍ତିପଦା…

ଘରର ଲାଇନ୍‌ କାଟି ଖୁଡ଼ୀଙ୍କୁ ହତ୍ୟା କରିବାକୁ ଯାଇଥିଲେ ପୁତୁରା, ପାଟି କରିବାରୁ…

ମୋରଡ଼ା,୧ା୪(ସ୍ମାରକ ମାଜୀ): ନିଜ ଖୁଡ଼ୀକୁ ଡାହାଣୀ ସନ୍ଦେହ କରି ଜୀବନରୁ ମାରିଦେବାକୁ ପୁତୁରା ଉଦ୍ୟମ କରିଥିବା ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ଥାନା ଅଧୀନ…

କଳିଯୁଗର ବୋହୂ…ଶାଶୁଙ୍କୁ ନିର୍ଘାତ ମାଡ଼ ମାରିବା ପରେ ପନିକିରେ ହାଣିଲେ, ସବୁ ଦେଖି ଚୁପ୍ ଥିଲେ ପୁଅ

ଉଦଳା,୩୧।୩(ସନ୍ତୋଷ କୁମାର ବାଛିନୀ): ବୋହୂ ସାଜିଲେ ରାକ୍ଷସୀ। ଗୁଣି ସନ୍ଦେହରେ ଶାଶୁଙ୍କୁ ଅତି ନିର୍ଦ୍ଦୟ ଭାବେ ଘର ଭିତରେ ପନିକିରେ ହାଣିଲା ବୋହୂ । ଆଉ ଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri