Posted inଖେଳ

ଖେଳରତ୍ନ ପାଇଁ ହକି ଅଧିନାୟିକା ରାନୀଙ୍କ ନାମ ସୁପାରିସ: ଅର୍ଜୁନ ଲାଗି ବନ୍ଦନା, ମୋନିକା, ହରମନପ୍ରୀତ

ନୂଆଦିଲ୍ଲୀ,୨।୬(ପି.ଟି.): ଦେଶର ସର୍ବୋଚ୍ଚ କ୍ରୀଡ଼ା ପୁରସ୍କାର ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର ପାଇଁ ଭାରତୀୟ ହକି ଅଧିନାୟିକା ରାନୀ ରାମପଲଙ୍କ ନାମ ସୁପାରିସ୍‌ କରାଯାଇଛି। ସେହିପରି ଅର୍ଜୁନ ପୁରସ୍କାର ପାଇଁ ମହିଳା ହକି ଖେଳାଳି ବନ୍ଦନା କାଟାରିୟା, ମୋନିକା ଓ ପୁରୁଷ ଡ୍ରାଗ୍‌ଫ୍ଲିକର ହରମନପ୍ରୀତ ସିଂଙ୍କ ନାମ ସୁପରିସ କରାଯାଇଛି। ମଙ୍ଗଳବାର ଏ ନେଇ ହକି ଇଣ୍ଡିଆ ଘୋଷଣା କରିଛି। ଅନ୍ୟପଟେ ମେଜର ଧ୍ୟାନଚାନ୍ଦ ଆଓ୍ବାର୍ଡ ଫର ଲାଇଫ୍‌ ଟାଇମ ଆଚିଭମେଣ୍ଟ ପାଇଁ ପୂର୍ବତନ ଖେଳାଳି ଆର.ପି. ସିଂ ଓ ତୁଷାର ଖାଣ୍ଡ୍‌କରଙ୍କ ନାମ ସୁପାରିସ କରିଛି ହକି ଇଣ୍ଡିଆ। ସେହିପରି କୋଚ୍‌ ବି.ଜେ. କାରିଆପ୍ପା ଓ ରୋମେଶ ପଠାଣିଆ ଦ୍ରୋଣାଚାର୍ଯ୍ୟ ପୁରସ୍କାର ପାଇଁ ନୋମିନେଟ୍‌ ହୋଇଛନ୍ତି।

୨୦୧୬ ଜାନୁୟାରୀ ୧ରୁ ୨୦୧୯ ଡିସେମ୍ବର ୩୧ ତାରିଖ ମଧ୍ୟରେ ଖେଳାଳିମାନଙ୍କ ପ୍ରଦର୍ଶନକୁ ବିଚାରକୁ ନିଆଯାଇ ଖେଳରତ୍ନ ପୁରସ୍କାର ପ୍ରଦାନ କରାଯିବ। ଏହି ସମୟ ଅବଧିରେ ରାନୀ ଭାରତୀୟ ଦଳର ନେତୃତ୍ୱ ନେଇ ଅସାଧାରଣ ସଫଳତା ଅର୍ଜନ କରିଛନ୍ତି। ଏହି ସମୟରେ ତାଙ୍କ ନେତୃତ୍ୱରେ ଭାରତ ୨୦୧୭ ମହିଳା ଏସିଆ କପ୍‌ରେ ଚାମ୍ପିୟନ ହୋଇଥିଲେ। ସେହିପରି ୨୦୧୮ ଏସିଆନ ଗେମ୍ସରେ ଭାରତ ରୌପ୍ୟ ପଦକ ହାସଲ କରିଥିଲା। ୨୦୧୯ ଏଫ୍‌ଆଇଏଚ୍‌ ଅଲିମ୍ପିକ କ୍ୱାଲିଫାୟର୍ସରେ ସେ ଦମ୍‌ଦାର ପ୍ରଦର୍ଶନ କରିଥିଲେ। ତାଙ୍କ ନିର୍ଣ୍ଣାୟକ ଗୋଲ ବଳରେ ଭାରତ ଟୋକିଓ ଅଲିମ୍ପିକ୍ସ ଯୋଗ୍ୟତା ହାସଲ କରିଥିଲା। ଭାରତ ମଧ୍ୟ ଏଫ୍‌ଆଇଏଚ୍‌ ବିଶ୍ୱ ର଼୍ୟାଙ୍କିଙ୍ଗ୍‌ରେ କ୍ୟାରିୟର ଶ୍ରେଷ୍ଠ ନବମ ସ୍ଥାନ ଅଧିକାର କରିଥିଲା। ରାନୀ ମଧ୍ୟ ପ୍ରଥମ ଭାରତୀୟ ଭାବେ ଓ୍ବାଲର୍‌ଡ ଗେମ୍ସ ଆଥଲେଟ ଅଫ୍‌ ଦି ଇୟର ବିବେଚିତ ହୋଇଥିଲେ। ସେ ମଧ୍ୟ ୨୦୧୬ରେ ଅର୍ଜୁନ ଓ ୨୦୨୦ରେ ପଦ୍ମଶ୍ରୀ ସମ୍ମାନ ହାସଲ କରିଥିଲେ।

ମହିଳା ଷ୍ଟ୍ରାଇକର ବନ୍ଦନା ୨୦୦ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଛନ୍ତି। ମୋନିକା ୧୫୦ରୁ ଊର୍ଦ୍ଧ୍ୱ ମ୍ୟାଚ୍‌ ଖେଳିଛନ୍ତି। ଏମାନଙ୍କ ନାମ ଅର୍ଜୁନ ପୁରସ୍କାର ପାଇଁ ସୁପାରିସ କରାଯାଇଛି। ଏହି ଦୁଇ ଖେଳାଳି ୨୦୧୯ରେ ହିରୋସୀମାରେ ଅନୁଷ୍ଠିତ ଏଫ୍‌ଆଇଏଚ୍‌ ସିରିଜ ଫାଇନାଲ୍ସ, ଟୋକିଓ ୨୦୨୦ ଅଲିମ୍ପିକ୍‌ ଟେଷ୍ଟ ଇଭେଣ୍ଟ ଓ ଭୁବନେଶ୍ୱରରେ ଅନୁଷ୍ଠିତ ଅଲିମ୍ପିକ କ୍ୱାଲିଫାୟରରେ ନିର୍ଣ୍ଣାୟକ ପ୍ରଦର୍ଶନ କରିଥିଲେ। ଭାରତୀୟ ପୁରୁଷ ଦଳର ତାରକା ଡ୍ରାଗ୍‌ ଫ୍ଲିକର ହରମନପ୍ରୀତ ସିଂ ଅର୍ଜୁନ ପୁରସ୍କାର ପାଇଁ ସଂକ୍ଷିପ୍ତ ତାଲିକାରେ ସାମିଲ ହୋଇଛନ୍ତି। ଓଡ଼ିଶାରେ ଅନୁଷ୍ଠିତ ଏଫ୍‌ଆଇଏଚ୍‌ ସିରିଜ ଫାଇନାଲ୍ସରେ ସେ ଦମ୍‌ଦାର ପ୍ରଦର୍ଶନ କରି ଭାରତ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ମନପ୍ରୀତ ସିଂଙ୍କ ଅନୁପସ୍ଥିତିରେ ସେ ୨୦୨୦ ଅଲିମ୍ପିକ ଟେଷ୍ଟ ଇଭେଣ୍ଟ ସେ ଭାରତର ନେତୃତ୍ୱ ନେଇ ବିଜୟୀ କରାଇଥିଲେ। ରୁଷିଆ ବିପକ୍ଷ ଅଲିମ୍ପିକ୍‌ କ୍ୱାଲିଫାୟରରେ ମଧ୍ୟ ସେ ଖେଳିଥିଲେ।

ପୂର୍ବତନ ଭାରତୀୟ ଖେଳାଳି ଆର.ପି. ସିଂ ଓ ଖାଣ୍ଡ୍‌କର ମଧ୍ୟ ସେମାନଙ୍କ ସମୟରେ ଉଚ୍ଚକୋଟୀର ପ୍ରଦର୍ଶନ କରିଥିଲେ ଓ ଜୀବନବ୍ୟାପୀ ସାଧନା ପାଇଁ ଏମାନଙ୍କ ନାମ ଦ୍ରୋଣାଚାର୍ଯ୍ୟ ପୁରସ୍କାର ପାଇଁ ସୁପାରିସ କରାଯାଇଛି। କାରିଆପ୍ପାଙ୍କ ତତ୍ତ୍ୱାବଧାନରେ ଭାରତୀୟ ଜୁନିୟର ପୁରୁଷ ଦଳ ୨୦୧୯ରେ ସୁଲତାନ ଜୋହର କପ୍‌ରେ ରୌପ୍ୟ ପଦକ ହାସଲ କରିଥିଲା।
ଭାରତୀୟ ମହିଳା ହକିରେ ରାନୀ ତାଙ୍କ ପ୍ରଦର୍ଶନ ଓ ନେତୃତ୍ୱ ମାଧ୍ୟରେ ଉଦାହରଣ ସୃଷ୍ଟି କରିଛନ୍ତି। ଖେଳରତ୍ନ ପୁରସ୍କାର ପାଇବାକୁ ସେ ଯୋଗ୍ୟ ବୋଲି ହକି ଇଣ୍ଡିଆ ଅଧ୍ୟକ୍ଷ ମହମ୍ମଦ ମୁସ୍ତାକ ଅହମ୍ମଦ କହିଛନ୍ତି। କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ଦ୍ୱାରା ଗଠିତ ଏକ କମିଟି ସୁପାରିସ୍‌ କରାଯାଇଥିବା ଖେଳାଳିଙ୍କ ନାମକୁ ବିଚାରି କରି ଏକ ସଂକ୍ଷିପ୍ତ ତାଲକା ପ୍ରକାଶ କରିବ। ବିଭିନ୍ନ ପୁରସ୍କାର ପାଇଁ ଏହି କମିଟି ଏଥିରୁ ଯୋଗ୍ୟ ପ୍ରାର୍ଥୀଙ୍କ ନାମ ଚୟନ କରିବ। ଅଗଷ୍ଟ ୨୯ ତାରିଖ ଜାତୀୟ ସ୍ପୋଟର୍‌ସ ଦିବସରେ କ୍ରୀଡ଼ା ପୁରସ୍କାର ପ୍ରଦାନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

‘ଆମ ଆଙ୍ଗୁଠି ଏବେବି ଟ୍ରିଗର ଉପରେ ଅଛି…’, ପାକିସ୍ତାନରେ ଆମେରିକା ସହିତ ବୈଠକ ପୂର୍ବରୁ ଇସ୍ରାଏଲକୁ ଖୋଲା ଧମକ ଦେଇଛି ଇରାନ

ତେହରାନ,୯।୪: ଶୁକ୍ରବାର (୧୦ ଏପ୍ରିଲ) ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବାକୁ ଯାଉଛି। ଏହା ପୂର୍ବରୁ, ଇରାନ ଇସ୍ରାଏଲକୁ ଏକ ଧମକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri